ଝାରଖଣ୍ଡର ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ବିୟୋଗ
ରାଞ୍ଚି, ୦୬ ସେପ୍ଟେମ୍ବର (ହି.ସ.)। ଗିରିଡିହ ବିଧାୟକ ତଥା ଝାଡ଼ଖଣ୍ଡ ରାଜ୍ୟ ସରକାରଙ୍କ ନଗର ବିକାଶ ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ ଘଟିଛି। ଶନିବାର ରାତିରେ ତାଙ୍କୁ ହୃଦ୍ଘାତ ହୋଇଥିବା ଜଣାପଡ଼ିଛି। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ, କିନ୍ତୁ ସେତେବେଳକୁ
फाइल  फोटो मंत्री


ରାଞ୍ଚି, ୦୬ ସେପ୍ଟେମ୍ବର (ହି.ସ.)। ଗିରିଡିହ ବିଧାୟକ ତଥା ଝାଡ଼ଖଣ୍ଡ ରାଜ୍ୟ

ସରକାରଙ୍କ ନଗର ବିକାଶ ମନ୍ତ୍ରୀ ସୁଦିବ୍ୟ କୁମାର ସୋନୁଙ୍କ ପରଲୋକ ଘଟିଛି। ଶନିବାର ରାତିରେ

ତାଙ୍କୁ ହୃଦ୍ଘାତ ହୋଇଥିବା ଜଣାପଡ଼ିଛି। ପରିବାର ଲୋକେ ତାଙ୍କୁ ହସ୍ପିଟାଲ ନେଇଥିଲେ, କିନ୍ତୁ ସେତେବେଳକୁ

ତାଙ୍କର ମୃତ୍ୟୁ ହୋଇସାରିଥିଲା। ସୁଦିବ୍ୟଙ୍କ ମୃତ୍ୟୁରେ ସମଗ୍ର ରାଜ୍ୟରେ ଶୋକର ଛାୟା

ଖେଳିଯାଇଛି।

ଶନିବାର ସୁଦିବ୍ୟ ସୋନୁ ଗିରିଡିହସ୍ଥିତ ନିଜ ଘରେ ଥିଲେ। ସୁଦିବ୍ୟ

ସୋନୁଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଗିରିଡିହ ସହରରେ ଶୋକର ଛାୟା ଖେଳିଯାଇଛି।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଝାମୁମୋ) କର୍ମୀମାନଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି।

ଶତାଧିକ କର୍ମୀ ତାଙ୍କ ଘରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟର ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଓ

ବିଧାୟକ ଗିରିଡିହରେ ପହଞ୍ଚିବେ।

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ ମହାସଚିବ ବିନୋଦ

ପାଣ୍ଡେୟଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ମନ୍ତ୍ରୀ ସୁଦିବ୍ୟ

କୁମାର ‘ସୋନୁ’ଙ୍କ ଆକସ୍ମିକ ପରଲୋକ ଘଟିଛି। ଏହି ଦୁଃଖଦ ସମୟରେ ଦଳର ସମସ୍ତ ସ୍ତରର ନେତା ଓ

କର୍ମୀମାନେ ଗଭୀର ଭାବେ ମର୍ମାହତ ଓ ଶୋକସନ୍ତପ୍ତ ଅଛନ୍ତି।

ସେ ଦଳର ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ସମ୍ପାଦକ, ଜିଲ୍ଲା ସଂଯୋଜକ ପ୍ରମୁଖ, ମହାନଗର ସଭାପତି ଓ

ମହାନଗର ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟର ସମସ୍ତ ପ୍ରଖଣ୍ଡ ମୁଖ୍ୟାଳୟରେ ଆଗାମୀ ଦିନରେ ହେବାକୁ ଥିବା

ଏକଦିବସୀୟ ଧାରଣା ପ୍ରଦର୍ଶନକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande