କେନ୍ଦ୍ରାପଡା ହାଇସ୍କୁଲର ୧୬୩ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦ୍ରାପଡ଼ା, 06 ସେପ୍ଟେମ୍ବର (ହି.ସ.)ରାଜ୍ୟର ଅନ୍ୟତମ ପୁରାତନ ହାଇସ୍କୁଲ ଭାବେ ପରିଚିତ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୬୩ ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଚି । ସଭାପତି ଅମୀୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ଡ଼ ବିଶ୍ୱ ପ୍ରକାଶ
କେନ୍ଦ୍ରାପଡା ହାଇସ୍କୁଲର ୧୬୩ତମ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ


କେନ୍ଦ୍ରାପଡ଼ା, 06 ସେପ୍ଟେମ୍ବର (ହି.ସ.)ରାଜ୍ୟର ଅନ୍ୟତମ ପୁରାତନ ହାଇସ୍କୁଲ ଭାବେ ପରିଚିତ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ୧୬୩ ତମ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଚି । ସଭାପତି ଅମୀୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବୈଠକରେ ଡ଼ ବିଶ୍ୱ ପ୍ରକାଶ କାନୁନଗୋ, ଚିତ ରଂଜନ ଭଗତ, ବଳରାମ ମହାନ୍ତି, ରାଖେଲ ସାମନ୍ତ, ପ୍ରଫୁଲ୍ଲ କୁମାର ସାହୁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଶୁକେସୁନି ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ୧୬୩ ତମ ଜୟନ୍ତୀକୁ ପାଳନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଆସନ୍ତା ୨୯ ତାରିଖ ଏହି ଜୟନ୍ତୀକୁ ପାଳନ କରିବା ପାଇଁ ବୈଠକରେ ନିଷ୍ପତି କରାଯାଇ ଥିବାବେଳେ ରାଜ୍ୟର ପୁରାତନ ହାଇସ୍ୁଲ ହୋଇଥିବାରୁ ଏହି ଜୟନ୍ତୀର ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଗୁରୁତର ଭାବେ ଆଲୋଚନା କରାଯାଇ ଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande