
ଜିଲ୍ଲାପାଳଙ୍କୁ ଭେଟି ଦାବି ପତ୍ର ପ୍ରଦାନ କଲେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ
କେନ୍ଦ୍ରାପଡ଼ା, 06 ସେପ୍ଟେମ୍ବର (ହି.ସ.)କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ସାହସପୁର ନୋଡାଲ ଉଚ୍ଚ ବିଦ୍ୟାଳୟ ଚାଲୁଥିବା ସମୟରେ କାଙ୍କଦିଆ ଗ୍ରାମର ରଂଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ବିଦ୍ୟାଳୟ ପରିସରକୁ ପ୍ରବେଶ କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଦୁବ୍ୟବହାର ସହ ତାଙ୍କୁ ଟଣାଓଟରା କରିଥିଲା । ଏନେଇ ବିଦ୍ୟାଳୟ ପରିସର ରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏ ବିଷୟରେ ସଦର ଥାନାରେ ଅଭିଯୋଗ ହେବାପରେ ଥାନା ଅଧିକାରୀ ଏକମାମଲା ରୁଜୁ କରିଛନ୍ତି । ସ୍କୁଲ ପରିସରରେ ଏଭଳି ପରିସ୍ଥିତି ସୃଷ୍ଟି ହେବା ଦ୍ୱାରା ସ୍କୁଲରେ ଶିକ୍ଷାଦାନ କରୁଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିବା ସହିତ ସୋମବାର ୭ ତାରିଖ ଠାରୁ ବିଦ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବରେ ଧାରଣାରେ ବସିବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ସମୟରେ ପୂର୍ଣ୍ଣିମା ପ୍ରିୟଦର୍ଶନୀ ଚୈାଧୁରୀ, ସରିତା ସାହୁ, ଜୟନ୍ତୀ ବେହେରା, ମନୋଜ କୁମାର ସାହୁ, ରଶ୍ମିତା ଦାସ, ଜାନକୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରବି