
ଘଟଗାଁ , ୬ ସେପ୍େଟମ୍ବର (ହି.ସ.) - କେନ୍ଦୁଝର ଜିଲ୍ଲା ଓଡିଶା ସେନା ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ତଥା ରାଜ୍ୟ ପାହ୍ୟାର ଉଚ୍ଚ ପଦ ପଦାଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜର ଅଭିଭାଷଣ ମାଧ୍ୟମରେ ଅନେକ କଥା କହିଥିଲେ।ପ୍ରକାଶ ଥାଉକି କେନ୍ଦୁଝର ଜିଲ୍ଲା ଓଡିଶା ସେନା ପକ୍ଷରୁ ଘଟଗାଁ ହାଟ ପଡିଆରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଉତମ କୁମାର ମାଝୀ, ରାଜ୍ୟ ଉପ ସଭାପତି ସନ୍ତୁନୁ କୁମାର ଦାସ, ରାଜ୍ୟ ମୁଖ୍ୟ ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ସାହୁ,ରାଜ୍ୟ ସହ ଉପଦେଷ୍ଟା ଦିଲ୍ଲୀପ କୁମାର ସେଠୀ ଟିମ ଲିଡର ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କେନ୍ଦୁଝର ଜିଲ୍ଲା ଓଡିଶା ସେନା ଜିଲ୍ଲା ସଭାପତି ଜ୍ୟୋସ୍ନାରାଣୀ ମହାନ୍ତ ଓ ଜିଲ୍ଲା ଉପ ସଭାପତି ଦୁର୍ବାସା ମହାନ୍ତ କାର୍ଯ୍ୟକ୍ରମକୁ ଆୟୋଜିତ କରିଥିଲେ। ଉପସ୍ଥିତ ଥିବା ଅତିଥି ମାନେ ଅନ୍ୟାୟ ଅତ୍ୟାଚାର ବିରୋଧରେ ସଂଘର୍ଷ କରି ନିଜର ହକ ଆଦାୟ କରିବା ସହ ଗରିବ ନିରାଶ୍ରୟ ପରିବାରକୁ ସାହାଯ୍ୟ କରିବା ଓଡିଶା ସେନାର ପ୍ରଥମ ଭୂମିକା ମାନବ ସେବା ହିଁ ମାଧବ ସେବା ବୋଲି ଅଭିଭାଷଣରେ ପ୍ରକାଶ କରିଛନ୍ତି।ସମାଜରେ ଆଇନ ଶୃଙ୍ଖଳା ୍େୱବସ୍ଥା ଠାରୁ ବିଭିହ୍ନ କାର୍ଯ୍ୟାଳୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଗରିବ ଅସହାୟ ଶିକାର ହେଉଛନ୍ତି। ଏଣୁ ଦୁର୍ନୀତି ଭ୍ରଷ୍ଟାଚାର ଅନ୍ୟାୟ ଅତ୍ୟାଚାର ବିରୋଧରେ ଲଢେଇ କରିବା ପାଇଁ ପ୍ରଥମେ ସଂଗଠନକୁ ମଜବୁତ କରି ଏକତ୍ରିତ ହେବାକୁ ଆହ୍ୱାନ ଦେଇଥିଲେ। ପରେ ଘଟଗାଁ ବ୍ଲକ ବଡଜାମୁପଶି ପଂଚାୟତ ଦେହୁରୀପଶି ଗ୍ରାମର ଶରତ ବେହେରାକୁ ପାଂଚ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସଙ୍ଗେ ଆଗାମୀ ଦିନରେ ଉଚ୍ଚ ଚିକିତ୍ସା ନିମନ୍ତେ ଚେଷ୍ଟା କରିବା ଲାଗି ପ୍ରତିଶୃତି ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ