
ସୁବର୍ଣପୁର, ୦୬ ସେପ୍ଟେମ୍ବର (ହି.ସ.) - ବିନିକା ବ୍ଲକ ଚରଦା କପିଳେଶ୍ୱର ମନ୍ଦିର ମୁକ୍ତି ମଣ୍ଡପ ଠାରେ ମା ଚରଦେଇ ଓ ବାବା କପିଳେଶ୍ୱର ମହାଦେବଙ୍କ ଠାରେ ନବାର୍ଣ୍ଣ ଲାଗି ଶୁଭଲଗ୍ନ ଧାର୍ଯ୍ୟ କରଯାଇଛି । ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଭାପତି ଅଶୋକ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ବୈଠକରେ ବିନିକା କପିଳେଶ୍ୱର ପୁରୋହିତ ସଂଘ ଯୋଗଦେଇ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରିଥିଲେ । ଚଳିତ ମାସ ସେପ୍େଟମ୍ବର ୧୫ ତାରିଖ ମଙ୍ଗଳବାର ଦିବା ଘ ୯.୪୧ ମିନିତ ଗତେ,ଘ ୧୦.୧୧ ମିନିଟ ମଧ୍ୟେ ସମସ୍ତ ଶୁଭଯୋଗେ ଅମୃତ ବେଲାରେ କପିଳେଶ୍ୱର ମହାପ୍ରଭୁ ଓ ଚରଦେଇ ଦେବୀଙ୍କ ସମେତ ଗ୍ରାମର ପୀଠ ଦେବା ଦେବୀଙ୍କ ଠାରେ ନବାନ୍ନ ଭୋଗ ଅର୍ପଣ କରାଯିବ । ପରେ ପରେ ଜନସାଧାରଣ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ କରଯାଇଥିଲା । ଏଥିରେ କପିଳେଶ୍ୱର ପୁରୋହିତ ସଂଘର ସଭାପତି ଭାସ୍କର ପୁରୋହିତ,ରମେଶ ପୁରୋହିତ,ସୁବାସ ବଡ଼ପଣ୍ଡା, ପ୍ରେମରାଜ ପତି,ପ୍ରକାଶ ପୂଝାରୀ,ଯୋଗିନ୍ଦ୍ର ହୋତା ଏବଂ ଟ୍ରଷ୍ଟି ସଦସ୍ୟଙ୍କ ସମେତ ମନ୍ଦିର ସେବାୟତ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ