



ବିଜେଡି ଏସ ସି ସେଲ୍ ଅଧ୍ୟକ୍ଷ ମହେଶ ସାହୁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା
ଦଳିତ, ନିଷ୍ପେସିତ ଓ ଅବହେଳିତ ଲୋକଙ୍କ ଉନ୍ନତି ମୂଳ ଲକ୍ଷ୍ୟ: ମହେଶ ସାହୁ
ଭୁବନ, 06 ସେପ୍ଟେମ୍ବର (ହି.ସ.) ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବିଷ୍ଣୁପ୍ରିୟା ଗାଲାକ୍ସି କନଫରେନ୍ସ ହଲରେ ରାଜ୍ୟ ବିଜୁ ଜନତା ଦଳର ନବନିଯୁକ୍ତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସଭାପତି ତଥା ଢେଙ୍କାନାଳର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ଙ୍କୁ ବିଜୁ ଜନତା ଦଳ, ଭୁବନ ପକ୍ଷରୁ ଜୋରଦାର ସ୍ୱାଗତ ଓ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନ ନଗର ବିଜେଡି ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ,ବିଜେଡି ର ସାଙ୍ଗଠନିକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ ଙ୍କ ଭଳି
ଜଣେ ପୁରୁଖା, ଅଭିଜ୍ଞ ଓ ବରିଷ୍ଠ ନେତାଙ୍କୁ ଏଭଳି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ବିଜୁ ଜନତା ଦଳର ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ବିଜୁ ଜନତା ଦଳ, ଭୁବନ ପକ୍ଷରୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସମ୍ବର୍ଦ୍ଧନା ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ସାଂସଦ ଶ୍ରୀ ମହେଶ ସାହୁ କହିଥିଲେ ଯେ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଦଳୀୟ କର୍ମକର୍ତ୍ତାଙ୍କୁ ସାଥିରେ ନେଇ ଏସ ସି ସେଲ୍ ର ସଂଗଠନକୁ ଅଧିକ ସୁଦୃଢ଼ କରାଯିବ । ଦଳିତ,ନିଷ୍ପେସିତ ଓ ଅବହେଳିତ ଲୋକଙ୍କ ଉନ୍ନତି ସହିତ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ନୂତନ ଦାୟିତ୍ୱରେ ଥିବା ସମସ୍ତ ପଦବୀଧାରି ମାନେ ନିଷ୍ଠା,ସମର୍ପଣ ଓ ଦୃଢ଼ତାର ସହ ସଶକ୍ତ ଓ ସଂଗଠିତ କରି ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ
ଶ୍ରୀ ମହେଶ ସାହୁଙ୍କ ଦୃଢ଼ ନେତୃତ୍ୱରେ ଅନୁସୂଚିତ ଜାତି ଓ ଜନଜାତି ସମାଜର ସ୍ୱାର୍ଥ ଓ ଅଧିକାର ପାଇଁ ବିଜୁ ଜନତା ଦଳ ଆହୁରି ସଶକ୍ତ ହେବ ବୋଲି ମତବ୍ୟକ୍ତ କରିଥିଲେ। ଭୁବନ ନଗର ସଭାନେତ୍ରୀ ତଥା ଉପାଧ୍ୟକ୍ଷା ମାନିନୀ ସାହୁ , ମହେଶ ଙ୍କ ନେତୃତ୍ୱରେ ଅନୁଗୁଳ,ଢେ଼ଙ୍କାନାଳ ଜିଲ୍ଲାରେ ସଂଗଠନ ସୁଦୃଢ଼ ହେବ ବୋଲି କହିଥିଲେ ।
ଏହି ଅବସରରେ ଭୁବନ ଏନ୍.ଏ.ସି. ଓ ବ୍ଲକ୍ର ନୂତନ ଭାବେ ନିଯୁକ୍ତ ହୋଇଥିବା ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ବିଜେଡି ନେତା ସୁଧାକର ସାହୁ,ଅଜୟ ସେଠୀ,ଅଭିମନ୍ୟୁ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ । ଏହି ଅବସରରେ ବିଜେପି ର ଜଣେ ଦୃଢ଼ ସଂଗଠକ ଦିପନ ପୃଷ୍ଟି ବିଜେଡିରେ ସାମିଲ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ