ସମର୍ପଣ ମଣ୍ଡଳ ସ୍ତରୀୟ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ଅନୁଷ୍ଠିତ
ଜୟପୁର, ୦୬ ସେପ୍ଟେମ୍ବର (ହି.ସ.) - ସମର୍ପଣ ମଣ୍ଡଳସ୍ତରୀୟ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜଳସେଚନ ବସତି ଜୟପୁରଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଡାଲିଯୋଡ଼ା ସାଧକ ପ୍ରଭାତ ଭାଇ ଏବଂ କଳାହାଣ୍ଡି ର ସାଧିକା ମାଳବିକା ଅ
ସମର୍ପଣ ମଣ୍ଡଳ ସ୍ତରୀୟ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ଅନୁଷ୍ଠିତ


ଜୟପୁର, ୦୬ ସେପ୍ଟେମ୍ବର (ହି.ସ.) - ସମର୍ପଣ ମଣ୍ଡଳସ୍ତରୀୟ ଶ୍ରୀ ଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଜଳସେଚନ ବସତି ଜୟପୁରଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି ।

ଏହି ସମ୍ମିଳନୀରେ ଡାଲିଯୋଡ଼ା ସାଧକ ପ୍ରଭାତ ଭାଇ ଏବଂ କଳାହାଣ୍ଡି ର ସାଧିକା ମାଳବିକା ଅପା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦିବ୍ୟ ଉପସ୍ଥିତି ଏବଂ ଶ୍ରୀ ଅରବିନ୍ଦଙ୍କ ଯୋଗରେ ନାରୀର ସାଧନା ବିଷୟରେ ଆଲୋକପାତ କରିଥିଲେ।

ସର୍ବପ୍ରଥମେ ମାତୃପତାକା ଉତୋଳନ କରାଯାଇଥିଲା। ତତ୍ ପରେ ମା ଶ୍ରୀ ଅରବିନ୍ଦଙ୍କ ଚରଣରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ସସ୍ମିତା ଅପା ଦୁର୍ଗା ସ୍ତୋତ୍ର ପଠନ କରିଥିଲେ, ଧ୍ୟାନ ଓ ପ୍ରାର୍ଥନା ଶାନ୍ତି ଅପା, ମା ବହି ବିଜୟଲକ୍ଷ୍ମୀ ଅପା ପଠନ କରିଥିଲେ । ବିଦ୍ୟାଳୟର ଅପାମାନେ ସମବେତ ମାତୃସଙ୍ଗୀ ତ ଗାନ କରିଥିଲେ। ସଭାକାର୍ଯ୍ୟକୁ ଅସୋମ୍ବିତା ଅପା ପରିଚାଳନା କରିଥିଲେ। ସଂଯୁକ୍ତା ଅପା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ମାଳବିକା ଅପା ତାଙ୍କର ବକ୍ତବ୍ୟରେ ଶ୍ରୀ ଅରବିନ୍ଦଙ୍କ ଯୋଗରେ ମହିଳାଙ୍କ ଭୂମିକା ଉପରେ ନିଜର ଓଜସ୍ୱୀ ଅଭିଭାଷଣ ରଖିଥିଲେ। ସଭାସ୍ଥଳକୁ ମୁଖରିତ କରିବା ପାଇଁ ନିହରିକା ଅପା ଏକ ମାତୃ ବନ୍ଦନା ଗାନ କରିଥିଲେ। ତତ୍ ପରେ ପ୍ରଭାତ ଭାଇ ତାଙ୍କର ବକ୍ତବ୍ୟ ରଖିଥିଲେ। ପରିଶେଷରେ ଗାୟତ୍ରୀ ଅପା ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ୨୮୦ରୁ ଉର୍ଦ୍ଧ୍ୱ ସାଧକ ସାଧିକା ଭାଇ ଭଉଣୀ ବିଭିନ୍ନ ଅଂଚଳରୁ ଆସି ଯୋଗଦାନ କରିଥିଲେ। ଏହି ସଭା କାର୍ଯ୍ୟରେ ସଭାପତି ନିର୍ମଳ ଚନ୍ଦ୍ର ମଲ୍ଲିକ ଭାଇ, ଉପ ସଭାପତି ହରିହର ସାହୁ ଭାଇ, ସମ୍ପାଦକ ଚନ୍ଦ୍ର ଶେଖର ମହାପାତ୍ର ଭାଇ, ଅଧ୍ୟକ୍ଷା ଶ୍ରୀମତୀ ସୁଚିସ୍ମିତା ମହାନ୍ତି ଅପା, ଉପାଧ୍ୟକ୍ଷା ସଂଯୁକ୍ତା ପଟ୍ଟନାୟକ ଅପା, ଅରୁଣା ଅପା, ନିହାରିକା ଅପା, ସସ୍ମିତା ଅପା, ଶୁଭଶ୍ରୀ ଅପା, ଅଭିଲିପ୍ସା ଅପା, କଳ୍ପନା ଅପା, ସରୋଜିନୀ ଅପା, ସୌଦାମିନୀ ଅପା, ମାମାଲି ଅପା, ମନୋରଞ୍ଜନ ଭାଇ, ଓଁ ଭାଇ ଏବଂ ଅଶୋକ ଭାଇ ଉପସ୍ଥିତ ରହିଥିଲେ । ସମସ୍ତଙ୍କର ସହଯୋଗରେ କରୁଣା ମୟୀ ମାଆ ଏବଂ ପରମପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଅପାର କୃପାରୁ ସୁଚାରୁ ରୂପେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande