


ସମ୍ବଲପୁର, ୦୬, ସେପ୍ଟେମ୍ବର (ହି.ସ.) - ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ପୋଲିସ ଥାନାରେ ରୁଜୁ କେସ୍ ନଂ. ୩୦, ତା. ୧୧.୦୮.୨୦୨୬ ମାମଲାରେ ଉତରାଖଣ୍ଡରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମାମଲାଟି ବିଏସ୍ଏସ ଧାରା ୭୫/୭୭/୭୯, ଆଇଟି ଆକ୍ଟ ଧାରା ୬୬(ଇ)/୬୭/୬୭(ବି) ଏବଂ ପୋକ୍ସୋ ଧାରା ୧୨/୧୫ ଅନୁଯାୟୀ ରୁଜୁ ହୋଇଛି। ପୋଲିସର ତଦନ୍ତରୁ ଜଣାପଡ଼ିଛି ଯେ,ହରିଦ୍ୱାର, ଉତରାଖଣ୍ଡ, ହରିଦ୍ୱାରର କଙ୍ଖାଲ ଥାନା ଅଂଚଳର ହରବୀର ସାଇନିର ୨୫ ବର୍ଷିୟ ପୁଅ ଅଭିଯୁକ୍ତ ଆୟୁଷ ସାଇନି ସ୍ନାପଚାଟ୍ ମାଧ୍ୟମରେ ଜନୈକା ନାବାଳିକାଙ୍କ ସହ ଅନ୍ତରଙ୍ଗ ସମ୍ପର୍କରେ ଆସିବା ପରେ ତା ବିଶ୍ୱାସ ଜିତିଥିଲା। ପରେ ଭିଡିଓ କଲ୍ରେ ଯୋଗଦେବାକୁ ପ୍ରଲୋଭିତ କରି ତାଙ୍କ ଆପତିଜନକ ଫଟୋ/ଭିଡିଓ ସଂଗ୍ରହ କରିଥିବା ଅଭିଯୋଗ ହୋଇଥିଲା। ପରବର୍ତୀ ସମୟରେ ଅଭିଯୁକ୍ତ ନାବାଳିକାଙ୍କୁ ଧମକ ଦେବା ସହ ହଇରାଣ କରିଥିଲେ ଏବଂ ୱାଟସ୍ ଆପ୍ ମାଧ୍ୟମରେ ଆପତିଜନକ ଭିଡିଓ ଫାଇଲ୍ ପ୍ରେରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଆୟୁଷ ସାଇନିକୁ ୩ ସେପ୍େଟମ୍ବର ୨୦୨୬ ଅପରାହ୍ନ ୩ଟା ୫୦ରେ ଗିରଫ କରାଯାଇଥିଲା। ତାଙ୍କୁ ରୋଶନାବାଦ, ହରିଦ୍ୱାରସ୍ଥିତ ଜେଏମ୍ (୨)ଙ୍କ ଅଦାଲତରେ ହାଜର କରାଯିବା ପରେ ସମ୍ବଲପୁର ଅଦାଲତରେ ହାଜର ପାଇଁ ଟ୍ରାଞ୍ଜିଟରେ ଅଣାଯାଇଛି। ତା' ନିକଟରୁ ଜବତ ସାମଗ୍ରୀ ମଧ୍ୟରେ ଗୋଟିଏ ମୋବାଇଲ୍ ହ୍ୟାଣ୍ଡସେଟ୍, ୧ଟି ସିମ୍ କାର୍ଡ ୧ଟି ମାଇକ୍ରୋ ଏସଡି କାର୍ଡ ମୋବାଇଲ୍ ଡିଭାଇସର ପ୍ରାଥମିକ ଯାଂଚରୁ ଏକାଧିକ ସୋସିଆଲ୍ ମିଡିଆ/ଇ-ମେଲ୍ ଆକାଉଂଟ, ୱାଟସ୍ ଆପ୍ ଯୋଗାଯୋଗ ଏବଂ ନାବାଳିକାଙ୍କ ସହ ସମ୍ପର୍କିତ ସାମଗ୍ରୀ ମିଳିଥିବା ପୋଲିସ ପ୍ରେସ୍ ନୋଟ୍ରେ ଉଲ୍ଲେଖ କରିଛି । ଅଭିଭାବକ ଓ ଶିକ୍ଷାନୁଷ୍ଠାନ ପାଇଁ ପରାମର୍ଶ ଯେ' ଶିଶୁମାନଙ୍କ ଅନଲାଇନ୍ କାର୍ଯ୍ୟକଳାପ ପ୍ରତି ସଚେତନ ରହିବା, ଅଜଣା ବ୍ୟକ୍ତିଙ୍କ ସହ ଯୋଗାଯୋଗ ନକରିବା ଓ ବ୍ୟକ୍ତିଗତ ତଥ୍ୟ/ଫଟୋ ସେୟାର ନକରିବା ପାଇଁ ସଚେତନ କରିବାକୁ ପୋଲିସ ପରାମର୍ଶ ଦେଇଛି। ଧମକ କିମ୍ବା ଫଟୋ/ଭିଡିଓର ଅପବ୍ୟବହାର ହେଲେ ଭୟଭୀତ ହୋଇ ପ୍ରମାଣ ଡିଲିଟ୍ ନକରି ତୁରନ୍ତ ଅଭିଭାବକ ଓ କର୍ତୃପକ୍ଷଙ୍କୁ ଜଣାଇବାକୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ