ଦିଲ୍ଲୀ ମେଟ୍ରୋରେ ସାଧାରଣ ଯାତ୍ରୀଙ୍କ ମଧ୍ୟରେ ପହଂଚିଲେ ପିଏମ ମୋଦି, ଜୀବନ ପଢିବାକୁ ପିଲାଙ୍କୁ ଦେଲେ ଶିକ୍ଷା
ନୂଆଦିଲ୍ଲୀ, ୦୬ ସେପ୍ଟେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଲୋକ କଲ୍ୟାଣ ମାର୍ଗରୁ ମେଟ୍ରୋରେ ଯାତ୍ରା କରିବା ସମୟରେ ସହଯାତ୍ରୀ, ସ୍କୁଲ ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ସହ ଆଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ସେୟାର କରିଥିବା ଭିଡିଓରେ ଅନୌପଚା
प्रधानमंत्री नरेन्द्र मोदी बच्चों से बात करते हुए।


ନୂଆଦିଲ୍ଲୀ, ୦୬ ସେପ୍ଟେମ୍ବର (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର

ଲୋକ କଲ୍ୟାଣ ମାର୍ଗରୁ ମେଟ୍ରୋରେ ଯାତ୍ରା କରିବା ସମୟରେ ସହଯାତ୍ରୀ, ସ୍କୁଲ

ଛାତ୍ରଛାତ୍ରୀ ଏବଂ ଯୁବପିଢ଼ିଙ୍କ ସହ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସରେ ସେୟାର କରିଥିବା ଭିଡିଓରେ ଅନୌପଚାରିକ

ଆଲୋଚନାରେ ଶିକ୍ଷକ ଦିବସ ଓ ଦେଶର ପ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ

ପୁସ୍ତକ ସହ ଯୋଡ଼ି ହେବା ଏବଂ ଜୀବନୀ ପଢ଼ିବାକୁ ବିଶେଷ ପରାମର୍ଶ ଦେଇଥିଲେ। ଏଥିସହ ତାଙ୍କ

ସଂସଦୀୟ କ୍ଷେତ୍ର କାଶୀ (ବାରାଣସୀ)ରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ଯାତ୍ରୀମାନଙ୍କଠାରୁ

ସିଧାସଳଖ ମତାମତ ମଧ୍ୟ ନେଇଥିଲେ।

ଯାତ୍ରା ସମୟରେ ଶିଶୁ ଓ ଯୁବପିଢ଼ିଙ୍କ ସହ ଆଲୋଚନା କରି

ପ୍ରଧାନମନ୍ତ୍ରୀ ପଚାରିଥିଲେ ଯେ, ସେମାନେ ଦେଶର ପ୍ରଗତି ସମ୍ପର୍କରେ ଆଲୋଚନା କରନ୍ତି କି ଏବଂ ସାଧାରଣ

ପାଠ୍ୟପୁସ୍ତକ ବ୍ୟତୀତ ଅନ୍ୟ କିଛି ପଢ଼ନ୍ତି କି। ଜଣେ ଛାତ୍ର କେବଳ ଉପନ୍ୟାସ ପଢ଼ୁଥିବା କହିବା

ପରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଜୀବନୀ ପଢ଼ିବାକୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, “ଚେଷ୍ଟା କରିବା ଉଚିତ ଯେ ଆତ୍ମଜୀବନୀ କିମ୍ବା ଜୀବନୀ ପଢ଼ନ୍ତୁ। ଆପଣ

କୌଣସି କ୍ରୀଡ଼ାବିତ୍, କୌଣସି ସିନେ

କଳାକାର କିମ୍ବା କୌଣସି ବୈଜ୍ଞାନିକଙ୍କ ଜୀବନୀ ପଢ଼ିପାରନ୍ତି... ଯେକୌଣସି ବ୍ୟକ୍ତିଙ୍କର ଜୀବନୀ

ପଢ଼ନ୍ତୁ।” ଏହା ସହ ସେଠାରେ ଉପସ୍ଥିତ ଜଣେ ଛାତ୍ରଙ୍କଠାରୁ ପାଠ୍ୟକ୍ରମ ବାହାରର ଏଭଳି

ପ୍ରେରଣାଦାୟକ ପୁସ୍ତକ ପଢ଼ିବା ପାଇଁ ସଂକଳ୍ପ ମଧ୍ୟ ନେଇଥିଲେ।

ଏହି ସମୟରେ ଜଣେ ଛାତ୍ର ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ‘ଗୁରୁର୍

ବ୍ରହ୍ମା ଗୁରୁର୍ ବିଷ୍ଣୁଃ...’ ଶ୍ଲୋକ ପାଠ କରିଥିଲେ। ଏହା ଶୁଣି ପ୍ରଧାନମନ୍ତ୍ରୀ ହସିବା ସହ

ଛାତ୍ରଙ୍କୁ ଉତ୍ସାହିତ କରିଥିଲେ।

ବିଏଚ୍ୟୁରୁ ସ୍ନାତକ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା

ଗ୍ରହଣ କରିଥିବା କାଶୀର ଜଣେ ମହିଳା ଯାତ୍ରୀଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ।

ସେ ତାଙ୍କ ସଂସଦୀୟ କ୍ଷେତ୍ରରେ ହୋଇଥିବା ଅଭୂତପୂର୍ବ ପରିବର୍ତ୍ତନ ଏବଂ ଏହାର ବାସ୍ତବ ଚିତ୍ର

ସମ୍ପର୍କରେ ତାଙ୍କଠାରୁ ସୂଚନା ନେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande