
କନ୍ଧମାଳ , ୦୬ ସେପ୍ଟେମ୍ବର (ହି.ସ.) ରାଜ୍ୟ ଉଦ୍ୟାନ ବିଭାଗ ନିର୍ଦ୍ଦେଶାଳୟ ଙ୍କ ନିର୍ଦ୍ଦେଶରେ ଫୁଲବାଣୀ ଉଦ୍ୟାନ ବିଭାଗ ପକ୍ଷରୁ ଗୁରୁ ଦିବସ ପାଳନ ଅବସରରେ ୫ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଉଦ୍ୟାନ କୃଷି ବାହ୍ୟ ପହଞ୍ଚ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା l ବିଶେଷ କରି ଶିକ୍ଷିତ ଯୁବ ପିଢ଼ି ଓ କଲେଜ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଆଧୁନିକ ଉଦ୍ୟାନ କୃଷି ପ୍ରତି ଆକର୍ଷିତ କରିବା ,ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ରିହାତି ତଥା ପ୍ରୋତ୍ସାହନ ସଂପର୍କରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମ ର ମୂଳ ଲକ୍ଷ୍ୟ ବୋଲି ଉପ ନିର୍ଦେଶକ ଉଦ୍ୟାନ ବିଭାଗ ସ୍ମିତା ମହାନ୍ତି କହିଛନ୍ତି l ପାଠ ପଢା ପରେ, ନିଜେ ସଫଳ କୃଷି ଚାକିରି ପଛରେ ନ ଦଉଡ଼ି ନିଜେ ସଫଳ କୃଷୀ ଉ ଦ୍ୟୋଗୀ ହେବା ସହ ଅନେକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ ବୋଲି ଶ୍ରୀମତୀ ସ୍ମିତା ମହାନ୍ତି କହିଥିଲେ l ଅଧ୍ୟକ୍ଷା ଶ୍ରୀମତୀ ପିଙ୍କି ପଲବିକା ବିଶ୍ୱାସ ଙ୍କ ନେତୃତ୍ୱରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଫୁଲବାଣୀ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଅଧ୍ୟକ୍ଷ କିଶୋର କୁମ୍ଭକlର ଙ୍କ ନେତୃତ୍ଵ ରେ ବଇଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅଧ୍ୟକ୍ଷ ମୁରଲୀ ଧର ସେଠୀ ଙ୍କ ନେତୃତ୍ୱ ରେ ଫୁଲବାଣୀ ସ୍ଵୟଂ ଶାସିତ ମହାବିଦ୍ୟାଳୟ, ଅଧ୍ୟକ୍ଷ କୁଶ ନାୟକ ଙ୍କ ନେତୃତ୍ୱ ରେ ଏସ ଏମ୍ ମହାବିଦ୍ୟାଳୟ, ଅଧ୍ୟକ୍ଷ ନିହାର ରଞ୍ଜନ ପଟ୍ଟନାୟକ ଙ୍କ ନେତୃତ୍ଵ ରେ ଫୁଲବାଣୀ ପଲି ଟେକ୍ ନିକ କଲେଜ ରେ ସଫଳତା ର ଅନୁଷ୍ଠିତ ହୋଇଥିଲା l ଏ ସମସ୍ତ କାର୍ଯ୍ୟକ୍ରମ ରେ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ସହକାରୀ ଉପ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ପଦ୍ମ ଲୋଚୋନ ସିଂହ, ଖଜୁରିପଡା ସହକାରୀ ଉଦ୍ୟାନ କୃଷି ବିଭାଗ ଅଧିକାରୀ ଜ୍ଞାନ ରଞ୍ଜନ ଦିଗାଲ,ଫୁଲବାଣୀ ଓ ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଥିବା ସହକାରୀ ଉଦ୍ୟାନକୃଷି ବିଭାଗ ଅଧିକାରୀ ସିଦ୍ଧାନ୍ତ ପାଣିଗ୍ରାହି ପ୍ରମୁଖ ଙ୍କ ସମେତ ସମସ୍ତ କ୍ଷେତ୍ର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ କ୍ରମ କୁ ଛାତ୍ର ଛାତ୍ରୀ ଙ୍କୁ ମାର୍ଗ ଦର୍ଶନ ଦେଇଥିଲେ l ଉଦ୍ୟାନ ବିଭାଗ ର ଏଭଳି ଅଭିନବ ପ୍ରୟାସ କୁ ଶିକ୍ଷାବିତ୍ ଓ ଛାତ୍ର ଛାତ୍ରୀ ମାନେ ପ୍ରଶଂସା କରିଥିଲେ l ପବିତ୍ର ଗୁରୁ ଦିବସ ର ସ୍ମୃତି ଚlରଣ ଓ ପରିବେଶ ସୁରକ୍ଷା ର ବାର୍ତ୍ତା ଦେଇ ପ୍ରତ୍ୟେକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ