କାଲିମେଳାରେ ସଡ଼କ ସୁରକ୍ଷା ସଚେତନତା ରାଲି ଓ ସଚେତନତା କାର୍ଯ୍ୟକ୍ରମ
ମାଲକାନଗିରି , ୬ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ଠାରେ ରବିବାର ଦିନ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଲିମେଳା ବସଷ୍ଟାଣ୍ଡ ଠାରୁ ଆରଏମସି ଠାରେ ଆୟୋଜିତ ସଭା ସ୍ଥାନ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା
କାଲିମେଳାରେ ସଡ଼କ ସୁରକ୍ଷା ସଚେତନତା ରାଲି ଓ ସଚେତନତା କାର୍ଯ୍ୟକ୍ରମ


ମାଲକାନଗିରି , ୬ ସେପ୍ଟେମ୍ବର (ହି.ସ.)ମାଲକାନଗିରି ଜିଲ୍ଲା କାଲିମେଳା ଠାରେ ରବିବାର ଦିନ ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କାଲିମେଳା ବସଷ୍ଟାଣ୍ଡ ଠାରୁ ଆରଏମସି ଠାରେ ଆୟୋଜିତ ସଭା ସ୍ଥାନ ପର୍ଯ୍ୟନ୍ତ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା । ଏହି ରାଲିରେ ଆରଟିଓ ବିଭାଗର ଅଧିକାରୀମାନେ ଏବଂ ପ୍ରାୟ ୩୦୦ ରୁ ଉର୍ଦ୍ଧ୍ୱ ଡ୍ରାଇଭର ଓ ସାଧାରଣ ଜନତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଟ୍ରାଫିକ ନିୟମ ଓ ମୋଟର ଯାନ ଆଇନର ନିୟମାବଳୀ ବିଷୟରେ ଆଲୋଚନା କରାଯାଇଥିଲା । ଗାଡି ଚାଳନା ସମୟରେ ହେଲମେଟ ବ୍ୟବହାର, ନିଶାଦ୍ରବ୍ୟ ଓ ମଦ୍ୟପାନ କରି ଗାଡି ନ ଚଲାଇବା, ନୋ ପାର୍କିଂ ଜୋନରେ ଗାଡି ନ ରଖିବା, ଆରସି, ଡ୍ରାଇଭିଂ ଲାଇସେନ୍ସ, ଇନସୁରାନ୍ସ ଭଳି ଆବଶ୍ୟକ କାଗଜପତ୍ର ରଖିବା ବିଷୟରେ ସଚେତନ କରାଯାଇଥିଲା । ଏହା ସହିତ ପିଏମ ରାହତ ଯୋଜନା ଏବଂ ଦୁର୍ଘଟଣା ସହାୟତା ସମ୍ବନ୍ଧୀୟ ଅନ୍ୟାନ୍ୟ ଯୋଜନା ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଦୁର୍ଘଟଣା ସମୟରେ ସହାୟତା ପାଇଁ ୱାଟସଆପ୍ ଚାଟବଟ୍ ନମ୍ବର ପ୍ରଦାନ କରାଯାଇ ଏହାର ବ୍ୟବହାର ବିଧି ବିଷୟରେ ବୁଝାଯାଇଥିଲା । ଏହି କାର୍ଯ୍ୟକ୍ରମ କାଲିମେଳା ପୋଲିସ ଓ ଜୟ ମା ଦୁର୍ଗା ଅଟୋ ସଂଘ, କାଲିମେଳା ମିଳିତ ଭାବେ ଆୟୋଜନ କରିଥିଲେ । ଏଥିରେ ଆରଟିଓ ବିଭାଗର ଏସଆଇ ମହେନ୍ଦ୍ର ଖିଲାର,କାଲିମେଳା ଥାନା ଅଧିକାରୀ ପ୍ରଭୁ ଦତ୍ତ ବିଶ୍ୱାଳ, କାଲିମେଳା ଅଟୋ ସଂଘର ସଭାପତି ଗଙ୍ଗା ମାଢ଼ି, ଉପସଭାପତି ଅଖିଳ ବିଶ୍ୱାସ,ସମ୍ପାଦକ ପ୍ରଭାସ ବଳ,ସହ ସମ୍ପାଦକ ଏମ୍ ଡି ଉସ୍ମାନ ପ୍ରମୁଖ ଯୋଗ ଦେଇଥିଲେ

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande