ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ
ଜୟପୁର 06 ସେପ୍ଟେମ୍ବର (ହି.ସ.) ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ଏବଂ ପରିଷ୍କାର-ପରିଚ୍ଛନ୍ନ ପରିବେଶ ଗଠନ ଲକ୍ଷ୍ୟରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଏନସିସି ,ଏନ ଏସ ଏସ ଓ ୱାରସି ର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନକୁ ବିଶ୍ୱବିଦ୍ୟାଳୟର କୁଳପ
ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ


ଜୟପୁର 06 ସେପ୍ଟେମ୍ବର (ହି.ସ.) ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି ଏବଂ ପରିଷ୍କାର-ପରିଚ୍ଛନ୍ନ ପରିବେଶ ଗଠନ ଲକ୍ଷ୍ୟରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଏନସିସି ,ଏନ ଏସ ଏସ ଓ ୱାରସି ର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଛି।

ଏହି ଅଭିଯାନକୁ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷୀକେଶ ସେନାପତି ଉଦ୍ଘାଟନ କରିଥିଲେ। ସେ ସ୍ୱଚ୍ଛତାକୁ ଦୈନନ୍ଦିନ ଜୀବନର ଏକ ଅଂଶ କରିବା ସହିତ ଛାତ୍ରଛାତ୍ରୀମାନେ ସ୍ୱଚ୍ଛତାର ବାର୍ତ୍ତାକୁ ସମାଜରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ।

ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏନସିସି ଅଫିସର କ୍ୟାପ୍ଟିନ ଲକ୍ଷ୍ମଣ ପାତ୍ର , ଏଲ ଟି . ସନ୍ତୋଷୀ ମୁଣ୍ଡା , ୱାଆରସି କାଉନସେଲ୍ଲୋର . ରୁଷାବ କୁମାର ସହୂ , ପଲ୍ଲବୀ Nayak ଏବଂ ଏନ ଏସ ଏସ କୋଅର୍ଡିନେଟର ସୁକାନ୍ତି ସୋୟ ଉପସ୍ଥିତ ଥିଲେ।

ଅଭିଯାନର ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ହୁମାନୀଟିଇସ ବ୍ଲକ ପରିସର ସଫେଇ କରିଥିଲେ। ସେମାନେ ଆବର୍ଜନା ସଂଗ୍ରହ କରିବା ସହ ପରିବେଶକୁ ପରିଷ୍କାର ଓ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ଏହି ସ୍ୱଚ୍ଛତା ଅଭିଯାନ କ୍ରମାଗତ ୧୫ ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ବିଶ୍ୱବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟ ସହିତ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତାମୂଳକ କାର୍ଯ୍ୟକ୍ରମ ମଧ୍ୟ କରାଯିବ।

ଛାତ୍ରଛାତ୍ରୀଙ୍କ ଏହି ସକ୍ରିୟ ଅଂଶଗ୍ରହଣ ସ୍ୱଚ୍ଛତା ପ୍ରତି ସେମାନଙ୍କର ଦାୟିତ୍ୱବୋଧକୁ ପ୍ରତିଫଳିତ କରିବା ସହିତ “ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ” ଗଠନରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande