
ମାଲକାନଗିରି,୬ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି ଘଟଣାରେ ମାଲକାନଗିରି ପୁଲିସକୁ ବଡ଼ ସଫଳତା ମିଳିଛି। ଦୁଇଟି ଚୋରି ବାଇକ୍ ଜବତ କରିବା ସହ ଏହି ମାମଲାରେ ସଂପୃକ୍ତ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସା ଗିରଫ ଅଭିଯୁକ୍ତମାନେ ହେଲେ ମାଲକାନଗିରି ବାଲିସାଗର ସାହିର ଶଙ୍କର ସଗରିଆ (୨୦) ଏବଂ ବୁଟିଗୁଡ଼ା ଅଂଚଳର କୁସ ପାଇକ (୧୯)। ଏମାନେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା ନେଇ ପୁଲିସ ତଦନ୍ତରେ ଜଣାପଡ଼ିଥିଲା। ଅଭିଯୁକ୍ତ ମାନଙ୍କୁ ପଚରାଉଚରା କରିବା ସହ ଚୋରି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଥିବା ଆଇଆଇସି ଦେବଦତ ମଲ୍ଲିକ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ