ଜୟପୁର ଠାରେ ଗୁରୁ ଦିବସ ସପ୍ତାହ କାର୍ଯ୍ୟକ୍ରମ ଓ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ଜୟପୁର , 06 ସେପ୍ଟେମ୍ବର (ହି.ସ.)ଜୟପୁର ଜୟନଗର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଗୁରୁ ଦିବସ ସପ୍ତାହ କାର୍ଯ୍ୟକ୍ରମ ଓ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍
ଜୟପୁର ଠାରେ ଗୁରୁ ଦିବସ ସପ୍ତାହ କାର୍ଯ୍ୟକ୍ରମ ଓ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ


ଜୟପୁର , 06 ସେପ୍ଟେମ୍ବର (ହି.ସ.)ଜୟପୁର ଜୟନଗର ସ୍ଥିତ ଏକ କଲ୍ୟାଣ ମଣ୍ଡପ ଠାରେ ଗୁରୁ ଦିବସ ସପ୍ତାହ କାର୍ଯ୍ୟକ୍ରମ ଓ ଅବସର କାଳିନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ କାର୍ଯ୍ୟକ୍ରମରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ବର୍ଗର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ, କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକ , ମୁଖ୍ୟ ବକ୍ତା ଭାବ ପୁର୍ବତନ ପ୍ରଧାନ ଶିକ୍ଷକ ତଥା ସାହିତ୍ୟଜ୍ଞ ଶ୍ରୀ ଲକ୍ଷ୍ମୀ କାନ୍ତ ପାଢି , ସମ୍ମାନିତ ଅତିଥି ଭାବେ ପୁର୍ବତନ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଶ୍ରୀ ପି ହରିଶ୍ଚନ୍ଦ୍ର ରାଓ ,ରାଜ୍ୟ ଉପସଭାପତି ଓଡ଼ିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ବୟ ସମିତି ଶ୍ରୀ ଶଶୀଭୂଷଣ ଦାଶ୍ , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର, ଶ୍ରୀ କେ ଗୋପାଳ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଶ୍ରୀ ସୋମନାଥ ଗାଦବା , ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଜୟପୁର ବିଭାଗୀୟ ଅଧିକାରୀ ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉଦେଶ୍ୟ ରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ, । ଶ୍ରୀମତି ଜ୍ୟୋତି ପଣ୍ଡା ଶିକ୍ଷୟିତ୍ରୀ ପ୍ରଦିପ ପ୍ରଜ୍ବଳନ ସଙ୍ଗିତ ଗାନ କରିଥିଲେ l ପ୍ରାଥମିକ ଶିକ୍ଷକ ସଙ୍ଘ ର ସଭାପତି ଦେବି ପ୍ରସାଦ ଦାସ ସଭାପତିତ୍ୱ କରିଥିଲେ l

ଶ୍ରୀ ମନୋରଞ୍ଜନ ପଲେଇ ଶିକ୍ଷକ ସଭା ପରିଚାଳନା କରିଥିଲେ l, ଜୟପୁର ଶିକ୍ଷକ ସଂଘ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ କୁ ସମସ୍ତେ ପ୍ରଶଂସା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏପ୍ରିଲ ୨୦୨୬ ରୁ ଚାକିରି ରୁ ଅବସର ଗ୍ରହଣ କରିଥିବା 22 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ ଦ୍ବାରା ମାନପତ୍ର, ଉପଢ଼ୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

ଏଥିରେ ଜୟପୁର ବ୍ଲକର ବହୁସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।ଶେଷରେ ସଂଘର ଉପ ସଭାନେତ୍ରୀ ମମତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande