ଦିବ୍ୟାଙ୍ଗ ଓ ଶତାୟୁ ଶିକ୍ଷକ ଙ୍କ ସହ ଗୁରୁ ଦିବସ ପାଳନ
କେନ୍ଦ୍ରାପଡ଼ା06 ସେପ୍ଟେମ୍ବର (ହି.ସ.)ଜୀବନ ର ଚଲାପଥ ରେ ଗୁରୁ ଙ୍କ ପାଇଁ ଆମ ଚଲାପଥ କୁସୁମିତ ହେବା ସହ ଶିକ୍ଷଣୀୟ ହୋଇଥାଏ । ଗୁରୁ ଙ୍କୁ ନ ମଣିବ ନର, ସେ ତ ଆମ ପାଇଁ ସାକ୍ଷାତ ଇଶ୍ୱର କ୍ଷ ଆଜିର ଦୁନିଆଁ ରେ ଅନେକ ଗୁରୁ ଅଛନ୍ତି ସେମାନେ ବୟସ ର ଅପରାହ୍ନ ରେ ଟିକେ ଅଲୋଡ଼ା ହୋଇଛନ୍ତି, ସେମାନେ ଦିବ୍ୟ
---------------ଦିବ୍ୟାଙ୍ଗ ଓ ଶତାୟୁ ଶିକ୍ଷକ ଙ୍କ ସହ ଗୁରୁ ଦିବସ ପାଳନ ଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚଞ୍ଚ


କେନ୍ଦ୍ରାପଡ଼ା06 ସେପ୍ଟେମ୍ବର (ହି.ସ.)ଜୀବନ ର ଚଲାପଥ ରେ ଗୁରୁ ଙ୍କ ପାଇଁ ଆମ ଚଲାପଥ କୁସୁମିତ ହେବା ସହ ଶିକ୍ଷଣୀୟ ହୋଇଥାଏ । ଗୁରୁ ଙ୍କୁ ନ ମଣିବ ନର, ସେ ତ ଆମ ପାଇଁ ସାକ୍ଷାତ ଇଶ୍ୱର କ୍ଷ ଆଜିର ଦୁନିଆଁ ରେ ଅନେକ ଗୁରୁ ଅଛନ୍ତି ସେମାନେ ବୟସ ର ଅପରାହ୍ନ ରେ ଟିକେ ଅଲୋଡ଼ା ହୋଇଛନ୍ତି, ସେମାନେ ଦିବ୍ୟାଙ୍ଗ ହୁଅନ୍ତୁ ବା ଶତାୟୁ ହୁଅନ୍ତୁ । ଏହିପରି କିଛି ଶିକ୍ଷକ ମାନଙ୍କୁ ନେଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଆୟୋଜନ କରିଥିଲେ ଏକ ଗୁରୁ ପୂଜନ କାର୍ୟ୍ୟକ୍ରମ । ଏହି କାର୍ୟ୍ୟକ୍ରମ ରେ ଗୁରୁ ଙ୍କ ବାସସ୍ଥାନ କୁ ଯାଇ ତାଙ୍କୁ ପୂଜନ କରାଯାଇଥିଲା । କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ କୁଆଁରପାଳ ଅଞ୍ଚଳ ର ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମହାନ୍ତି ଙ୍କୁ ଗୁରୁ ପୂଜନ କରାଯାଇଥିଲା । ଗୁରୁ ଙ୍କ ପାଇଁ ଜୋତା, ଉତ୍ତରୀୟ ଓ ପଗଡି ବେଶ ରେ ସଜାଯାଇଥିଲା କ୍ଷ ତାଙ୍କ ସହ ଉପସ୍ଥିତ ଥିଲେ ଦିବ୍ୟାଙ୍ଗ ଶିକ୍ଷକ ଧିରେନ ସାହୁ କ୍ଷ ଆଜି ର କାର୍ୟ୍ୟକ୍ରମ ରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଆଇନଜୀବୀ ନଳିନୀକାନ୍ତ ବେହେରା, ସୁବାସ ବେହେରା,ଚିତ୍ତରଞ୍ଜନ ବସନ୍ତରା, ଅମ୍ଲାନ ମହାନ୍ତି ଓ ବିଜୟ ଷଢଙ୍ଗୀ ଉପସ୍ଥିତ ରହି ଗୁରୁ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande