ଗୁଡ଼ିଗାଁରେ କୂଅରେ ବୁଡ଼ି ଯୁବକ ମୃତ
Youth died in water at kolabira Gudigoan village
ଗୁଡ଼ିଗାଁରେ କୁଅଁରେ ବୁଡ଼ି ଯୁବକ ମୃତ,


ଝାରସୁଗୁଡ଼ା, ୦୬ ସେପ୍େଟମ୍ବର (ହି.ସ.) - କୋଲାବିରା ବ୍ଲକ କେଲେଣ୍ଡାମାଲ ପଂଚାୟତ ଲଇକେରା ଥାନା ଅଧିନସ୍ଥ ଗୁଡ଼ିଗାଁ ଗ୍ରାମ ଖଳଗୁଡ଼ା ପଡ଼ାରେ ରବିବାର ମଧ୍ୟାହ୍ନରେ ପାଣିରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ହେଲେ ଏହି ଗ୍ରାମର ସୀତାରାମ କାଲୋଙ୍କ ପୁଅ ବିଜୟ କାଲୋ(୨୪) । ଆଜି ମଧ୍ୟାହ୍ନ ପ୍ରାୟ ୧୨ ଟା ରେ ବିଜୟ ନିଜ ଘର ବାଡ଼ି କୂଅ ଉପରେ ଗାଧୋଉଥିବା ବେଳେ ଅସାବଧାନ ବଶତଃ କୂଅ ଭିତରେ ପଡ଼ି ଯାଇ ପାଣିରେ ବୁଡ଼ି ଯାଇଥିଲେ । କୂଅ ନିକଟରେ ଥିବା ବିଜୟଙ୍କ ମା ବଂଚାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ସୂଚନା ପାଇ କୋଲାବିରା ଦମକଳ ବାହିନୀ ଘଟଣସ୍ଥଳରେ ପହଂଚି ପ୍ରାୟ ୧ ଘଂଟା ପରେ କୂଅ ଭିତରୁ ବିଜୟଙ୍କ ମୃତ ଦେହ ଉଦ୍ଧାର କରିଥିଲେ । ଲଇକେରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପୋଷ୍ଟମର୍ଟମ ଝାରସୁଗୁଡ଼ା ପଠାଇଥିଲା । ମୃତ ବିଜୟ ଅବିବାହିତ ଥିଲେ । ବିଜୟଙ୍କ ବିୟୋଗ ରେ ଗୁଡ଼ିଗାଁ ଗ୍ରାମରେ ଗଭୀର ଶୋକପ୍ରକାଶ ପାଇଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande