ଆଶିଷ ରାଜ୍ୟ କଂଗ୍ରେସ ସମ୍ପାଦକ
କେନ୍ଦ୍ରାପଡ଼ା , 06 ସେପ୍ଟେମ୍ବର (ହି.ସ.)ଯୁବ ସଂଗଠକ ତଥା ବିଭିନ୍ନ ଜନ ଆନେ୍ଦାଳନରେ ସାମିଲ ହୋଇଥିବା ଆଶିଷ ଲେଙ୍କା(ରିଙ୍କୁ)ଙ୍କୁ ରାଜ୍ୟ କଂଗ୍ରେସ କମିଟିର ସମ୍ପାଦକ ଭାବେ ଚୟନ କରାଯାଇଛି । କେନ୍ଦ୍ରାପଡା ଜିଲାର କଂଗ୍ରେସ ସଂଗଠନକୁ ମଜବୁତ୍ କରିବା ପାଇଁ ଦୀର୍ଘ ୨୦୦୯ ମସିହାରୁ ଛାତ୍ର ଜୀବନରୁ ସେ ତାଙ
ଆଶିଷ ରାଜ୍ୟ କଂଗ୍ରେସ ସମ୍ପାଦକ


କେନ୍ଦ୍ରାପଡ଼ା , 06 ସେପ୍ଟେମ୍ବର (ହି.ସ.)ଯୁବ ସଂଗଠକ ତଥା ବିଭିନ୍ନ ଜନ ଆନେ୍ଦାଳନରେ ସାମିଲ ହୋଇଥିବା ଆଶିଷ ଲେଙ୍କା(ରିଙ୍କୁ)ଙ୍କୁ ରାଜ୍ୟ କଂଗ୍ରେସ କମିଟିର ସମ୍ପାଦକ ଭାବେ ଚୟନ କରାଯାଇଛି । କେନ୍ଦ୍ରାପଡା ଜିଲାର କଂଗ୍ରେସ ସଂଗଠନକୁ ମଜବୁତ୍ କରିବା ପାଇଁ ଦୀର୍ଘ ୨୦୦୯ ମସିହାରୁ ଛାତ୍ର ଜୀବନରୁ ସେ ତାଙ୍କ ପ୍ରୟାସ ଜାରି ରଖିଛନ୍ତି । ଜିଲାର ସମସ୍ୟା ଗୁଡିକ ସମାଧାନ ପାଇଁ ବିଭିନ୍ନ ସମୟରେ ଆନେ୍ଦାଳନ ଓ ସମାବେଶ କରି ଅନେକ ସଫଳତା ପାଇଛନ୍ତି । ସେଥିପାଇଁ ତାଙ୍କୁ ଏହି ଗୁରୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏ ନେଇ ଆଶିଷ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ରାଜ୍ୟ କଂଗ୍ରେସର ପ୍ରଭାରୀ ଲାଲଜୀ ଦେଶାଇ, ସର୍ବ ଭାରତୀୟ ସାଂଗଠନିକ ସାଧାରଣ ସମ୍ପାଦକ କେସି ଭେନୁଗୋପାଲ, ରାଜ୍ୟ କୋଷାଧ୍ୟକ୍ଷ ସିଦ୍ଧାର୍ଥ ସ୍ୱରୂପ ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି । ତାଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ରାପଡ଼ା ଜିଲା କଂଗ୍ରେସରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ କଂଗ୍ରେସ ଦଳ ତାଙ୍କ ନେତୃତେରେ ଅଧିକ ମଜବୁତ ହେବ ବୋଲି ସେ କହିଛନ୍ତି । ନଗର ସଭାପତି ଦିଲୀପ ପ୍ରଧାନ, ଜିଲା ଯୁବ କଂଗ୍ରେସ ସଭାପତି, ଲିପ୍ସା ନାୟକ, ସୀତାଂଶୁ ଲେଙ୍କା, ଭବାନୀ ଶଙ୍କର ପଣ୍ଡା, ରଶ୍ମି ରଞ୍ଜନ ପଣ୍ଡା, ପ୍ରଭାସ ଦାଶ , ସନ୍ତୋଷ ବେହେରା, ପ୍ରଶାନ୍ତ ରାଉତ, ରାଜୀବ ଲୋଚନ ପଣ୍ଡା, ଜ୍ୟୋତି ରଞ୍ଜନ ପରିଡ଼ା, ରଶ୍ମୀ ରଞ୍ଜନ ଚୌଧୁରୀ, ବିଜନ ବିଶ୍ୱାଳ ପ୍ରମୁଖ ତାଙ୍କ ନିଯୁକ୍ତିକୁ ସ୍ୱାଗତ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande