
'ଅସୁରଗଡ଼' ଆମ ପ୍ରାଚୀନ
ସଭ୍ୟତାର ଗନ୍ତାଘର,
ପ୍ରତ୍ନତାତ୍ତ୍ୱିକ
ଖୋଦନ ସହ ଗବେଷଣା କାର୍ଯ୍ୟ ବ୍ୟାପକ ହେବ- ଧର୍ମେନ୍ଦ୍ର ପ୍ରଧାନ
ଏଏସଆଇ ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର
ଗବେଷକ-ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଓ ପ୍ରତ୍ୟକ୍ଷ ନିରୀକ୍ଷଣ
ରପ୍ପା ଓ ମୋହେଞ୍ଜୋଦାରୋ ଭଳି ଏହି ଅଞ୍ଚଳରେ ଅସୁରଗଡ଼ ଓ ଭୀମମଣ୍ଡଳୀ
ଆମ ସଭ୍ୟତାର ଏକ ପ୍ରାଚୀନ ଧରୋହର
୨୦୨୨ରେ ମୁଁ କେନ୍ଦ୍ର ସଂସ୍କୃତି ବିଭାଗକୁ ପତ୍ର ଲେଖି ସର୍ବେକ୍ଷଣ ପାଇଁ ଅନୁରୋଧ କରିଥିଲି
ଏହି ଗୌରବମୟ ଐତିହ୍ୟକୁ ସୁରକ୍ଷିତ ରଖି ଆଗାମୀ ପିଢ଼ି ନିକଟରେ
ପହଞ୍ଚାଇବା
ବରଗଡ଼, ସେପ୍ଟେମ୍ବର ୦୬(ହି.ସ) - ସାଂସଦ ତଥା ପୂର୍ବତନ
କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ବରଗଡ଼ ଜିଲ୍ଲା ବରପାଲି ଗସ୍ତ ଅବସରରେ ଓଡ଼ିଆ
ସାହିତ୍ୟର ଅମର ସାଧକ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ପବିତ୍ର ଜନ୍ମପୀଠ ପରିଦର୍ଶନ କରିବା ସହ
ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସେ କହିଛନ୍ତି, ବରପାଲି ସ୍ଥିତ ‘ସ୍ୱଭାବ କବି ଗଙ୍ଗାଧର ମେହେର
ଜନ୍ମପୀଠ’ ଓ କବି ଭବନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କଲି । ଏହି ପବିତ୍ର ଜନ୍ମପୀଠରେ
କବିଙ୍କର କାଳଜୟୀ କାବ୍ୟ-ସୃଜନଶୀଳତା ଓ ମହାନ ସଂସ୍କାର ଆଜି ବି ଉଜ୍ଜୀବିତ ହୋଇ ରହିଛି । ଏହି
ଜନ୍ମପୀଠ ଆମ ସଂସ୍କୃତି ଓ ଅସ୍ମିତାର ଏକ ମହାନ ସ୍ୱାକ୍ଷର ଓ ଚିରନ୍ତନ ପ୍ରେରଣାର ସ୍ରୋତ ।
ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପ୍ରତି ତାଙ୍କର ଅମୂଲ୍ୟ ଅବଦାନ ଚିର ସ୍ମରଣୀୟ ହୋଇରହିବ ।
ଏହା ପୂର୍ବରୁ ଶ୍ରୀ ପ୍ରଧାନ ବରପାଲି ଠାରେ ମହାତ୍ମା ଗାନ୍ଧୀଙ୍କ
ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା