

ବୌଦ୍ଧ, ୦୬ ସେପ୍ଟେମ୍ବର (ହି.ସ.) - ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ବୌଦ୍ଧ ର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ଲାଗିବ ନବାନ୍ନ । ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧଗଡ ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ । ପଣ୍ଡିତ ମଣ୍ଡଳି ଗଣନା ଓ ଆଲୋଚନା କରିବା ପରେ ଚଳିତ ନୂଆଁଖାଇ ପାଇଁ ଆସନ୍ତା ୧୫ ତାରିଖ ମଙ୍ଗଳବାର ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିର ସକାଳ ୮ ଘଂଟା ୪୫ ମିନିଟ୍ ରୁ ୧୦ ଘଂଟା ୧୫ ମିନିଟ୍ ମଧ୍ୟେ ଲଗ୍ନଧାର୍ଯ୍ୟ କରିଛନ୍ତି । ଧାର୍ଯ୍ୟ ସମୟରେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ନବାନ୍ନ ଲାଗି କରାଯିବ ବୋଲି ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ମିଶ୍ର ସୂଚନା ଦେଇଛନ୍ତି । ମାଁ ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ହେବ, ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡମାଳୀ ପ୍ରକାଶ କରିଛନ୍ତି । ପଣ୍ଡିତ ମଣ୍ଡଳୀ ମଧ୍ୟରେ ଜ୍ୟୋତିଷାଚାର୍ଯ୍ୟ ସିଦ୍ଦେଶ୍ୱର ଯୋଶୀ, ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ପଣ୍ଡିତ ମିନୁପ୍ରସାଦ ମିଶ୍ର, ପଣ୍ଡିତ ସଞ୍ଜୟ ଶଙ୍କର ପୁରୋହିତ ପ୍ରମୁଖ ଉପସ୍ଥିତ ରହିଥିଲେ । ପରମ୍ପରା ପ୍ରକାରେ ମା’ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ମା ଭୈରବୀଙ୍କ ପୀଠରେ ଭକ୍ତମାନଙ୍କୁ ନବାନ୍ନ ବିତରଣ କରାଯିବ । ଏହି ଅବସରରେ ଜିଲା ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ, ମିନୁ ପ୍ରସାଦ ମିଶ୍ର , ପୂଜକ ତରଣୀ ବଡମାଳି, ଏକା ବଡମାଳି, ବିଜୟ ମିଶ୍ର, ଶମ୍ଭୁ ପ୍ରସାଦ ମହାକୁଳ, ସଂପଦ ଅଗ୍ରୱାଲା, ଅମର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ସମ୍ପତ