ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ବିଷାକ୍ତ ମଦ ଯୋଗୁ 6ଜଣ ଗ୍ରାମବାସୀଙ୍କ ମୃତ୍ୟୁ
ସାଗର, ୦୬ ସେପ୍ଟେମ୍ବର (ହି.ସ.)। ମଧ୍ୟପ୍ରଦେଶର ସାଗର ଜିଲ୍ଲାର ବଣ୍ଡା ତହସିଲ ଅନ୍ତର୍ଗତ ଆଖପାଖର କେତେକ ଗାଁରେ ବିଷାକ୍ତ ମଦ ପିଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ସମସ୍ତଙ୍କୁ ବଣ୍ଡା ସିଭିଲ୍ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତର ପରୀକ୍ଷା ପରେ ସେମାନଙ୍କୁ ମୃ
बराज गांव में शनिवार रात घटी घटना; फर्जी और अवैध शराब की शिकायतों के बावजूद आबकारी महकमे की बेरुखी पर उठे सवाल


ସାଗର, ୦୬ ସେପ୍ଟେମ୍ବର (ହି.ସ.)। ମଧ୍ୟପ୍ରଦେଶର ସାଗର ଜିଲ୍ଲାର ବଣ୍ଡା

ତହସିଲ ଅନ୍ତର୍ଗତ ଆଖପାଖର କେତେକ ଗାଁରେ ବିଷାକ୍ତ ମଦ ପିଇ ୬ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର

ସକାଳେ ସମସ୍ତଙ୍କୁ ବଣ୍ଡା ସିଭିଲ୍ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତର ପରୀକ୍ଷା ପରେ

ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସାଗର ଜିଲ୍ଲାପାଳ ପ୍ରତିଭା ପାଲ, ଏସ୍ପି ଅନୁରାଗ ସୁଜାନିଆଙ୍କ ସମେତ ସମଗ୍ର ଜିଲ୍ଲା

ପ୍ରଶାସନ ଓ ପୁଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳ

ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିବା ସହ ପୀଡ଼ିତ ପରିବାରଗୁଡ଼ିକଠାରୁ ସୂଚନା ସଂଗ୍ରହ

କରୁଛନ୍ତି।

ଜିଲ୍ଲାପାଳ ପ୍ରତିଭା ପାଲ ଲୋକମାନଙ୍କୁ ଅପିଲ କରି କହିଛନ୍ତି ଯେ, ଗତ ୨୪ରୁ ୪୮ ଘଣ୍ଟା

ମଧ୍ୟରେ ଯଦି କେହି କୌଣସି ପ୍ରକାରର ମଦ ପିଇଥାନ୍ତି କିମ୍ବା ବିଷାକ୍ତ ମଦର ଲକ୍ଷଣ ଦେଖାଯାଉଥାଏ, ତେବେ ତୁରନ୍ତ

ସ୍କ୍ରିନିଂ କରାନ୍ତୁ। ଲୋକମାନେ ସ୍ଥାନୀୟ ଡାକ୍ତରୀ ଟିମ୍ ସହ ଯୋଗାଯୋଗ କରିପାରିବେ କିମ୍ବା

ସିଧାସଳଖ ସିଭିଲ୍ ହସ୍ପିଟାଲକୁ ଯାଇ ପରୀକ୍ଷା କରାଇପାରିବେ ବୋଲି ସେ କହିଛନ୍ତି।

ମୃତକଙ୍କ ନାମ

ପୁଲିସ ଅନୁଯାୟୀ, ମୃତକଙ୍କ ମଧ୍ୟରେ ଗୁଗ୍ରା ଖୁର୍ଦ୍ ନିବାସୀ ଗୋଲୁ ଓରଫ ଚମନ ଲୋଧି

(୪୫), ନୌରାଜ ନିବାସୀ

ଦିଗ୍ବିଜୟ ଲୋଧି (୨୮), ନୌରାଜ ନିବାସୀ

କରତାର ସିଂହ ଲୋଧି (୩୦), ଗୁଗ୍ରା ଖୁର୍ଦ୍

ନିବାସୀ ଉଜିଆର ସିଂହ ଲୋଧି (୫୬), ବିନାୟକା ଥାନା ଅନ୍ତର୍ଗତ ପାଟନ ନିବାସୀ ରୋଶନ ଲୋଧି (୩୦) ଏବଂ

ନୌରାଜ-ଗୁଗ୍ରା ନିବାସୀ ରାଜେନ୍ଦ୍ର ଲୋଧି (୩୨) ଅଛନ୍ତି। ଗୋଲୁ ଓରଫ ଚମନ ପୂର୍ବରୁ କ୍ୟାନ୍ସରରେ

ପୀଡ଼ିତ ଥିବା ସୂଚନା ମଧ୍ୟ ସାମ୍ନାକୁ ଆସିଛି।

୫ ଜଣ ରୋଗୀ ବିଏମ୍ସି ସାଗରକୁ ସ୍ଥାନାନ୍ତର

ଚୌକା ନିବାସୀ ହରନାମ ରାୟ (୪୨), ଦଲପତପୁର ନିବାସୀ ଉତ୍ତମ ନତ୍ଥୁ ନାୟକ (୪୨), ଗୁଗ୍ରା ଖୁର୍ଦ୍

ନିବାସୀ ମଙ୍ଗଳ ରଜକ (୪୦), ହିନୌତା ନିବାସୀ

ପରମ ଆଦିବାସୀ ଏବଂ ହିନୌତା ନିବାସୀ ଧନସିଂହ ଆଦିବାସୀ (୩୦)ଙ୍କୁ ଗୁରୁତର ଅବସ୍ଥାରେ ବିଏମ୍ସି

ସାଗରକୁ ରେଫର କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ବଣ୍ଡାରେ ଅତିରିକ୍ତ ପୁଲିସ ବଳ

ମୁତୟନ କରାଯାଇଛି।

ସ୍ଥାନୀୟ ସୂତ୍ର ଓ ମଦ ଠିକାଦାରମାନଙ୍କ ଅନୁଯାୟୀ, ଏହି ଘଟଣା ପଛରେ

ଅବକାରୀ ବିଭାଗର ଘୋର ଅବହେଳା ସାମ୍ନାକୁ ଆସୁଛି। ନିକଟରେ ସହରର ଜଣେ ଲାଇସେନ୍ସପ୍ରାପ୍ତ ମଦ

ଠିକାଦାର ଅବକାରୀ କାର୍ଯ୍ୟାଳୟରେ ନକଲି ଓ ବେଆଇନ ମଦ ବିକ୍ରି ହେଉଥିବା ନେଇ ଅଭିଯୋଗ କରିଥିଲେ।

ଏହାଛଡ଼ା ଅବକାରୀ ବିଭାଗର ନିକଟରେ ଅନୁଷ୍ଠିତ ବୈଠକରେ ମଧ୍ୟ ଲାଇସେନ୍ସପ୍ରାପ୍ତ ମଦ

ଠିକାଦାରମାନେ ବେଆଇନ ମଦ କାରବାରକୁ ନେଇ ଅଧିକାରୀମାନଙ୍କୁ ତୀବ୍ର ପ୍ରଶ୍ନ କରିଥିଲେ।

ଏହା ସତ୍ତ୍ୱେ ବିଭାଗ ପକ୍ଷରୁ ସମୟ ଥାଉ ଥାଉ କୌଣସି ଠୋସ୍ ପଦକ୍ଷେପ

ନିଆଯାଇନଥିଲା। ଏହାର ପରିଣାମ ୬ ଜଣ ନିରୀହ ଗ୍ରାମବାସୀଙ୍କୁ ଜୀବନ ହରାଇ ଭୋଗିବାକୁ ପଡ଼ିଛି

ବୋଲି ଅଭିଯୋଗ ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande