
ନୂଆଦିଲ୍ଲୀ, ୦୭ ସେପ୍େଟମ୍ବର (ହି.ସ.)- ଉତର ପ୍ରଦେଶ ବିଧାନ ପରିଷଦର ପୂର୍ବତନ ସଦସ୍ୟ, ରାଜ୍ୟ ପଛୁଆ ବର୍ଗ ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏବଂ କର୍ପୂରୀ ଠାକୁର ବିଚାର ମଂଚର ଅଧ୍ୟକ୍ଷ ହୀରା ଠାକୁର ସୋମବାର କଂଗ୍ରେସରେ ସାମିଲ ହୋଇଛନ୍ତି। ସେ ଜାତିଗତ ଜନଗଣନା ପ୍ରସଙ୍ଗରେ ପଛୁଆ ବର୍ଗଙ୍କ ସହ ଅନ୍ୟାୟର ଅଭିଯୋଗ ଲଗାଇ ବିଜେପି ଛାଡ଼ିବାର ନିଷ୍ପତି ନେଇଛନ୍ତି।
କଂଗ୍ରେସ ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉତର ପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ, ଏଆଇସିସି ଓବିସି ବିଭାଗର ଅଧ୍ୟକ୍ଷ ଅନିଲ ଜୟହିନ୍ଦ, ସୀତାପୁରରୁ କଂଗ୍ରେସ ସାଂସଦ ରାକେଶ ରାଠୋରଙ୍କ ସମେତ ଅନେକ ନେତା ଉପସ୍ଥିତ ଥିଲେ। ଏହି ସମୟରେ ହୀରା ଠାକୁରଙ୍କୁ ଦଳର ସଦସ୍ୟତା ପ୍ରଦାନ କରାଯାଇଥିଲା।
ହୀରା ଠାକୁର ଅଭିଯୋଗ କରିଛନ୍ତି ଯେ ବିଜେପିର ଜଣେ ବି ନେତା ସତ କହୁନାହାନ୍ତି। ଜନନାୟକ କର୍ପୂରୀ ଠାକୁର ଦେଶର ପ୍ରଥମ ଏପରି ନେତାମାନଙ୍କ ମଧ୍ୟରେ ଥିଲେ ଯିଏ ବିହାରରେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦେଇଥିଲେ, କିନ୍ତୁ ପଛୁଆମାନଙ୍କର ବଡ଼ ଜନସଂଖ୍ୟା ଏବେ ମଧ୍ୟ ନିଜ ଅଧିକାରରୁ ବଂଚିତ ଅଛନ୍ତି। ସେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ ସେ ଜାତିଗତ ଜନଗଣନା ପ୍ରସଙ୍ଗକୁ ଦୃଢ଼ତାର ସହ ଉଠାଇଥିଲେ ଏବଂ ଏଥିପାଇଁ ବଡ଼ ଲଢ଼େଇ ଲଢ଼ିଥିଲେ। ଠାକୁର ଅଭିଯୋଗ କରିଛନ୍ତି ଯେ ଯେତେବେଳେ ଜନଗଣନାର ଏଜେଣ୍ଡା ସାମ୍ନାକୁ ଆସିଲା ସେତେବେଳେ ସେଥିରେ ପଛୁଆ ଜାତିମାନଙ୍କ ସହ ଧୋକା କରାଯାଇଥିଲା।
----------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ