ବହୁମୁଖୀ ସମାଜ ମଙ୍ଗଳ କେନ୍ଦ୍ର ପକ୍ଷରୁ ପୂଜ୍ୟ ଓ ଆଦର୍ଶ ଶିକ୍ଷକଙ୍କୁ ସମର୍ଦ୍ଧନା
ଗଂଜାମ, 07 ସେପ୍ଟେମ୍ବର (ହି.ସ.) ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସଂସ୍କୃତକ କେନ୍ଦ୍ର ତରଫରୁ ଶିକ୍ଷକ ଦିବସ ଅବସରରେ ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଦୁଇଜଣ ପ୍ରକ୍ତନ ପ୍ରଖ୍ୟତ ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ ଡାକ୍ତର ନୃସିଂହ ଚାରଣ ପାଢ଼ୀ ଓ ପଦ୍
Qeryuuj


ଗଂଜାମ, 07 ସେପ୍ଟେମ୍ବର (ହି.ସ.) ଦକ୍ଷିଣ ଓଡ଼ିଶାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସଂସ୍କୃତକ କେନ୍ଦ୍ର ତରଫରୁ ଶିକ୍ଷକ ଦିବସ ଅବସରରେ ମହାରାଜା କୃଷ୍ଣ ଚନ୍ଦ୍ର ଭେଷଜ ମହାବିଦ୍ୟାଳୟର ଦୁଇଜଣ ପ୍ରକ୍ତନ ପ୍ରଖ୍ୟତ ପ୍ରାଧ୍ୟାପକ ତଥା ଅଧ୍ୟକ୍ଷ ଡାକ୍ତର ନୃସିଂହ ଚାରଣ ପାଢ଼ୀ ଓ ପଦ୍ମଶ୍ରୀ ଡାକ୍ତର କୃଷ୍ଣ ମୋହନ ପାଠୀଙ୍କୁ ସେମାନଙ୍କ ବାସଭବନରେ ଉତ୍ତରୀୟ ତଥା ସମ୍ମାନପତ୍ର ପ୍ରଦାନକରି ସମ୍ମାନିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ସମେତ ସାଧାରଣ ସମ୍ପାଦକ ମହମଦ ଆସଲାମ, ସର୍ବଶ୍ରୀ ଡ଼ କୈଳାସ ଚନ୍ଦ୍ର ତ୍ରିପାଠୀ, ସୁବାସ ଚନ୍ଦ୍ର ପଟନାୟକ, ଭବାନୀ ଶଙ୍କର ପାଣିଗ୍ରାହୀ ପମୁଖ ସାମିଲ ହୋଇଥିଲେ |

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande