ଦିଲ୍ଲୀର ସତ୍ୟ ନିକେତନ ପିଜି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା 6କୁ ବୃଦ୍ଧି, ରେସକ୍ୟୁ ଅଭିଯାନ ଜୋରଦାର
ନୂଆଦିଲ୍ଲୀ, ୦୭ ସେପ୍ଟେମ୍ବର (ହି.ସ.)। ଦିଲ୍ଲୀର ସତ୍ୟ ନିକେତନ ପେଇଂ ଗେଷ୍ଟ (ପିଜି) ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏହି କୋଠାର ନାମ ପି-୧୪। ଏନ୍ଡିଆରଏଫ୍, ଦମକଳ ବିଭାଗ, ଦିଲ୍ଲୀ ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିର ଟିମ୍ଗୁଡ଼ିକ ମିଳିତ
यह हादसा रविवार को साउथ कैंपस के श्री वेंकटेश्वर कॉलेज के सामने रिहायशी कॉलोनी सत्य निकेतन में दोहपर को हुआ। फोटो - इंटरनेट मीडिया


ନୂଆଦିଲ୍ଲୀ, ୦୭

ସେପ୍ଟେମ୍ବର (ହି.ସ.)। ଦିଲ୍ଲୀର ସତ୍ୟ ନିକେତନ ପେଇଂ ଗେଷ୍ଟ (ପିଜି) ଦୁର୍ଘଟଣାରେ ମୃତକଙ୍କ

ସଂଖ୍ୟା ୬କୁ ବୃଦ୍ଧି ପାଇଛି। ଏହି କୋଠାର ନାମ ପି-୧୪। ଏନ୍ଡିଆରଏଫ୍, ଦମକଳ

ବିଭାଗ, ଦିଲ୍ଲୀ

ପୁଲିସ ଏବଂ ଅନ୍ୟାନ୍ୟ ଏଜେନ୍ସିର ଟିମ୍ଗୁଡ଼ିକ ମିଳିତ ଭାବେ ଭଗ୍ନାବଶେଷ ହଟାଇବା କାର୍ଯ୍ୟ

ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଭଗ୍ନାବଶେଷ ତଳୁ ସୁରକ୍ଷିତ ଭାବେ ଉଦ୍ଧାର

କରାଯାଇଛି।

ଏହି ଦୁର୍ଘଟଣା ପିଜି ଭାବେ

ବ୍ୟବହୃତ ହେଉଥିବା କୋଠାଗୁଡ଼ିକର ସୁରକ୍ଷା ବ୍ୟବସ୍ଥା ସହ ଜାତୀୟ ରାଜଧାନୀର ଘନ ଜନବସତିପୂର୍ଣ୍ଣ

ଅଞ୍ଚଳରେ ନିର୍ମାଣ ଏବଂ ଅଗ୍ନିନିରାପତ୍ତା ନିୟମ ପାଳନ ଉପରେ ପ୍ରଶ୍ନ ଉଠାଇଛି। ପି-୧୪ କୋଠାଟି

୧୯୯୦ ଦଶକରେ ନିର୍ମାଣ ହୋଇଥିବା କୁହାଯାଉଛି। ଭଗ୍ନାବଶେଷ ତଳେ ଚାପି ହୋଇଥିବା ଅନ୍ୟ ଲୋକଙ୍କୁ

ଖୋଜିବା ପାଇଁ ଉଦ୍ଧାର ଅଭିଯାନ ନିରନ୍ତର ଜାରି ରହିଛି।

ଦିଲ୍ଲୀ ସରକାର ଏହି ଘଟଣାର

ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସ କଥିତ ମାଲିକ ହରି ରାମ ଏବଂ ଅନ୍ୟମାନଙ୍କ

ବିରୋଧରେ ମାମଲା ରୁଜୁ କରିଛି। ରବିବାର ଦିନ ଦକ୍ଷିଣ କ୍ୟାମ୍ପସର ଶ୍ରୀ ଭେଙ୍କଟେଶ୍ୱର କଲେଜ

ସମ୍ମୁଖରେ ଥିବା ସତ୍ୟ ନିକେତନ ଆବାସିକ କଲୋନୀରେ ଦିନବେଳେ ଏହି ଦୁର୍ଘଟଣା ଘଟିଥିଲା।

ଉପରାଜ୍ୟପାଳ ତରନଜୀତ ସିଂହ

ସନ୍ଧୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ସେ ଘଟଣାକୁ ନେଇ ଗଭୀର ଚିନ୍ତା

ପ୍ରକାଶ କରିବା ସହ ଦିଲ୍ଲୀ ପୁଲିସ, ଦିଲ୍ଲୀ ଅଗ୍ନିଶମ ସେବା ଏବଂ ଡିଡିଏମ୍ଏ ସମେତ ସମସ୍ତ ସମ୍ପୃକ୍ତ

ଏଜେନ୍ସିକୁ ପରସ୍ପର ସମନ୍ୱୟ ରକ୍ଷା କରି ଦ୍ରୁତ ଗତିରେ ରାହାତ ଓ ଉଦ୍ଧାର କାର୍ଯ୍ୟ ଚଳାଇବାକୁ

ନିର୍ଦ୍ଦେଶ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା

ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନର ତଦାରଖ କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର ପଦକ୍ଷେପ

ନେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ କପିଲ ମିଶ୍ର, ମେୟର

ପ୍ରବେଶ ୱାହି, ସାଂସଦ ବାଂସୁରୀ ସ୍ୱରାଜ ଏବଂ ବିଧାୟକ ଅନିଲ ଶର୍ମା ମଧ୍ୟ

ଘଟଣାସ୍ଥଳରେ ପହଞ୍ଚିଥିଲେ।

କେନ୍ଦ୍ରୀୟ

ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସହ ଫୋନ୍ରେ

କଥା ହୋଇ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ସେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଲ୍ଲୀ

ସରକାରଙ୍କୁ ସମସ୍ତ ଆବଶ୍ୟକ ସହାୟତା ଯୋଗାଇଦେବାର ଭରସା ଦେଇଥିଲେ। ଏଥିସହ ନୂଆଦିଲ୍ଲୀ ଏମ୍ସ ଏବଂ

ଦିଲ୍ଲୀର କେନ୍ଦ୍ରୀୟ ସରକାରୀ ହସ୍ପିଟାଲଗୁଡ଼ିକର ନିର୍ଦ୍ଦେଶକମାନଙ୍କୁ ଆହତଙ୍କୁ ସମସ୍ତ

ସମ୍ଭାବ୍ୟ ଚିକିତ୍ସା ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande