ଫର୍ମ-୭ କୁ ନେଇ ଧାମନଗର ରେ ଝଡ଼, ଭୋଟର ନାମ ବାଦ ଅଭିଯୋଗ, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡିର ଫେରାଦ
ଭଦ୍ରକ, ୭ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଏନ୍ଏସିରେ ଭୋଟର ତାଲିକା ସଂଶୋଧନକୁ ନେଇ ବିବାଦ ତୀବ୍ର ହୋଇଛି। ଫର୍ମ-୭ ମାଧ୍ୟମରେ ଭୋଟରଙ୍କ ନାମ ବାଦ୍ ଦେବାରେ ଅନିୟମିତତା ଓ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ଆଣିଧାମନଗର ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ
FORM 7 DHAMNAGAR RE JHADA


ଭଦ୍ରକ, ୭ ସେପ୍ଟେମ୍ବର (ହି.ସ.) - ଏହି ଜିଲାର ଧାମନଗର ଏନ୍ଏସିରେ ଭୋଟର ତାଲିକା ସଂଶୋଧନକୁ ନେଇ ବିବାଦ ତୀବ୍ର ହୋଇଛି। ଫର୍ମ-୭ ମାଧ୍ୟମରେ ଭୋଟରଙ୍କ ନାମ ବାଦ୍ ଦେବାରେ ଅନିୟମିତତା ଓ ନିୟମ ଉଲ୍ଲଂଘନ ହେଉଥିବା ଅଭିଯୋଗ ଆଣିଧାମନଗର ବିଜେଡି ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି।ଧାମନଗର ଏନ୍ଏସି ଇଓ ତଥା ଏଆରଓ ସନ୍ତୋଷ କୁମାର ନାୟକ ବିଏଲ୍ଓମାନଙ୍କ ଉପରେ ଚାପ ପକାଇ ଫର୍ମ-୭ ଜରିଆରେ ଭୋଟରଙ୍କ ନାମ ବାଦ୍ ଦେବାକୁ ଉଦ୍ୟମ କରୁଥିବା ବିଜେଡି ଅଭିଯୋଗ କରିଛି। ବିଏଲ୍ଓମାନଙ୍କଠାରୁ ଓଟିପି ନେଇ ଆବେଦନ ପ୍ରକ୍ରିୟା ଚଳାଇବା ଏବଂ ନିର୍ଦ୍ଦେଶ ପାଳନ ନକଲେ ଶୋ-କଜ୍ ନୋଟିସ୍ ଓ ଦଣ୍ଡବିଧାନର ଧମକ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିବା ଦଳ କହିଛି।ଅଭିଯୋଗକୁ ଆହୁରି ଗୁରୁତର କରିଛି ବିଏଲ୍ଓମାନଙ୍କ ଥାନାରେ ଦାଖଲ ଅଭିଯୋଗ। ତେବେ ଅଭିଯୋଗ ଗୁଡ଼ିକର ସତ୍ୟତା ତଦନ୍ତ ପରେ ସ୍ପଷ୍ଟ ହେବ। ଏହାକୁ ନେଇ ଧାମନଗରରେ ଭୋଟର ତାଲିକାର ସ୍ୱଚ୍ଛତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠିଛି। ଘଟଣାର ନିରପେକ୍ଷ ଓ ସମୟସୀମା ବଦ୍ଧ ତଦନ୍ତ କରିବା ସହ ତଦନ୍ତ ଶେଷ ପର୍ଯ୍ୟନ୍ତ ସମ୍ପୃକ୍ତ ଏଆରଓଙ୍କୁ ଏସ୍ଆଇଆର-୨୦୨୬ ଦାୟିତ୍ୱରୁ ଅବ୍ୟାହତି ଦେବାକୁ ବିଜେଡି ଦାବି କରିଛି। ଏଥିସହ ଏନ୍ଏସିର ସମସ୍ତ ଫର୍ମ-୭ ଆବେଦନ, ଓଟିପି ରେକର୍ଡ ଓ ଡିଜିଟାଲ୍ ଲଗ୍ ଯାଂଚ କରିବା, ବାଦ ପଡ଼ିଥିବା ଭୋଟରଙ୍କ ନାମର ପୁନଃ ଯାଂଚ ଏବଂ ଅଭିଯୋଗକାରୀ ବିଏଲ୍ଓଙ୍କୁ ସୁରକ୍ଷା ଦେବାକୁ ଦଳ ଦାବି କରିଛି।ସେପ୍େଟମ୍ବର ୧୭ ରେ ନୋଟିସ ନିଷ୍କାସନର ଶେଷ ତାରିଖ ଓ ୨୧ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବାରୁ ଏହା ପୂର୍ବରୁ ଅଭିଯୋଗର ତ୍ୱରିତ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଜେଡି ଦାବି ଜଣାଇଛି।ଦାବିପତ୍ର ପ୍ରଦାନ ସମୟରେ ବିଜେଡି ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ଉପସଭାପତି ପ୍ରତାପ ଜେନା, ସାଧାରଣ ସମ୍ପାଦକ ବିଜୟ ନାୟକ, ମୁଖପାତ୍ର ଲେନିନ ମହାନ୍ତି, ଧାମନଗର ଏନ୍ଏସି ଅଧ୍ୟକ୍ଷା ନିବେଦିତା ଜେନା, ଉପାଧ୍ୟକ୍ଷ ଓସୀମ କାଦ୍ରୀ, ନଗର ସଭାପତି ବିଜୟ କେତନ ସାହୁ, ପୂର୍ବତନ ନଗର ସଭାପତି ସୁଶାନ୍ତ ରାଉତ, ଯୁବନେତା ଏମ୍ଡି ଫକିରୁଦ୍ଦିନଙ୍କ ସମେତ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande