ପାରିବାରିକ ବିବାଦରୁ ପତ୍ନୀକୁ ଗୁଳି କରି ହତ୍ୟା
ପାରିବାରିକ ବିବାଦରୁ ପତ୍ନୀକୁ ଗୁଳି କରି ହତ୍ୟା
ପାରିବାରିକ ବିବାଦରୁ ପତ୍ନୀକୁ ଗୁଳି କରି ହତ୍ୟା


ପାରିବାରିକ ବିବାଦରୁ ପତ୍ନୀକୁ ଗୁଳି କରି ହତ୍ୟା


ସମ୍ବଲପୁର, ୦୭, ସେପ୍ଟେମ୍ବର (ହି.ସ.) - ପାରିବାରିକ ବିବାଦକୁ କେନ୍ଦ୍ର କରି ନିଜର ବିବାହିତା ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗରେ ରେଢାଖୋଲ ଥାନା ପୋଲିସ ଅଭିଯୁକ୍ତ ପତ୍ନୀହନ୍ତାକୁ ଗିରଫ କରିଛି। ଏହି ଘଟଣା ରେଢାଖୋଲ ଥାନା ଅନ୍ତର୍ଗତ ଲଣ୍ଡିମାଳ ଗ୍ରାମରେ ଘଟିଥିବା ଜଣାପଡିଛି । ସୂଚନାନୁଯାୟୀ ଲଣ୍ଡିମାଳ ଗ୍ରାମର ୪୦ ବର୍ଷୀୟ ଚରଣ ମିର୍ଦ୍ଧା ପାରିବାରିକ ବିବାଦକୁ କେନ୍ଦ୍ର କରି ନିଜ ପତ୍ନୀକୁ ଗୁଳି କରିବା ଫଳରେ ଘଟଣାସ୍ଥଳରେ ହିଁ ପତ୍ନୀର ମୃତ୍ୟୁ ଘଟିଥିଲା । ଏହି ଦମ୍ପତି ଦୀର୍ଘ ୧୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଦାମ୍ପତ୍ୟ ଜୀବନ ଅତିବାହିତ କରି ଆସୁଥିବା ବେଳେ ହଠାତ୍ ଏପରି କେଉଁ କାରଣ ଘଟିଲା ଯାହା ନେଇ ସ୍ୱାମୀ ସ୍ତ୍ରୀ' କୁ ଏଭଳି ନୃଶଂସ ହତ୍ୟାଭାବେ କଲା ତାହା ଏବେ ସମଗ୍ର ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ହତ୍ୟାରେ ବ୍ୟବହୃତ ଦେଶୀ ବନ୍ଧୁକକୁ ଜବତ କରିଥିବା ଜଣାପଡିଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande