
କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – ଆଳି ପଂଚାୟତ ସମିତି ପରିସରରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଓ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣିରେ ଆଳି ନିର୍ବାଚନ ମଣ୍ଡଳୀର ମେଣ୍ଢପୁର ପଂଚାୟତବାସୀ ସେକ ଗବର, ସେକ ସୋପାନ, କାଲା ଖାଁ, ସେକ ଆତିଫ, ଅବଦୁଲ୍ ମିତନ, କାଦର ଖାଁ ପ୍ରମୁଖ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କୁ ଯୁଗ୍ମ ଜନଶୁଣାଣିରେ ଭେଟି ପଂଚାୟତରେ ହୋଇଥିବା ଭୋଟର ତାଲିକାରୁ ନାମ ବାଦ୍ ପଡିବା ମିଥ୍ୟା ଅଭିଯୋଗର କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ। ବର୍ତମାନ ଭାରତ ସରକାରଙ୍କ ଦ୍ୱାରା ଚାଲିଥିବା ଏସଆଇଆର କାର୍ୟ୍ୟରେ ବିଏଲଓ ମାନେ ଦେଇଥିବା ତଦନ୍ତ ଜନସାଧାରଣଙ୍କ ଭୋଟର ତାଲିକା ଉପରେ ଜନଗଣନା ପ୍ରକିୟା ଆରମ୍ଭ ହୋଇଛି। ଆଳି ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପଂଚାୟତ ବୁଥର ଚିଠାରେ କିଛି ହୀନ ଚକ୍ରାନ୍ତକାରୀମାନେ ୨୭୦୦ ଜଣ ଭୋଟରମାନଙ୍କୁ ତାଲିକାରୁ ବାଦ୍ ଦେବାପାଇଁ ଫର୍ମ-୭ ରେ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ। ଏବଂ ବିଡିଓ, ଇଆରଓ ଉକ୍ତ ଅଭିଯୋଗ ଫର୍ମ-୭କୁ ସମ୍ପୃକ୍ତ ବିଏଲଓ ଙ୍କ ନିକଟକୁ ପ୍ରେରଣା କରିଥିଲେ। ଏଇ ଖବର ପ୍ରସାର ପ୍ରଚାର ହେବା ପରେ, ଯାହା ଫଳରେ ସମସ୍ତ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନେ ବ୍ୟତିବ୍ୟସ୍ତ ହୋଇ ପଡିଛନ୍ତି। କାରଣ ସମସ୍ତେ ଜୀବିତ ଅଛନ୍ତି ଆଳି ନିର୍ବାଚନ ମଣ୍ଡଳୀର କିଛି ହୀନ ଚକ୍ରାନ୍ତକାରୀଙ୍କ ଏହି ମିଥ୍ୟା ଅଭିଯୋଗକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ପାଇଁ ମେଣ୍ଢପୁର ପଂଚାୟତର ମୁସଲମାନ ବସ୍ତିର ଶତାଧିକ ଭୋଟରମାନେ ଥାନାଧିକାରୀ, ବିଡିଓ, ତହସିଲଦାରଙ୍କୁ ଭେଟି ମିଥ୍ୟା ଅଭିଯୋଗ ଉପରେ କାର୍ୟ୍ୟାନୁଷ୍ଠାନ ନେବାପାଇଁ ଅଭିଯୋଗ ମଧ୍ୟ କରିଥିଲେ। କିନ୍ତୁ ଏପର୍ୟ୍ୟନ୍ତ ଆଳି ପ୍ରଶାସନ ତରଫରୁ ମିଥ୍ୟା ଅଭିଯୋଗକାରୀଙ୍କ ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଯାଇ ନାହିଁ। ଆଜି ଯୁଗ୍ମ ଜନ ଶୁଣାଣିରେ ତାଙ୍କର ସାମୂହିକ ଦାବୀ ଓ ମିଥ୍ୟା ଅଭିଯୋଗକାରୀଙ୍କ ଉପରେ ଖୁବ ଶୀଘ୍ର କାର୍ୟ୍ୟାନୁଷ୍ଠାନ ନିଆଯି୍ୱ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସତର୍କ କରାଇଥିଲେ। ଆଜିର ଶୁଣାଣିରେ ମୋଟ ୧୭୧ଟି ଅଭିଯୋଗ ଆସଥିବା ବେଳେ ସେଥିମଧ୍ୟରୁ ୧୪୬ଟି ବ୍ୟକ୍ତିଗତ ଓ ୨୫ଟି ସାମୁହିକ ସମସ୍ୟା ଥିବାବେଳେ ସେଥିରୁ ୧୩ଟି ସମସୟାର ତତ୍କାଳୀନ ସମାଧାନ କରାଯାଇ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୨ଜଣଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯଅଇ ଥିବା ଜଣାପଡିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି