
କୋଲାର, ୭ ସେପ୍ଟେମ୍ବର (ହି.ସ.)- ସୋମବାର ସକାଳେ କର୍ଣ୍ଣାଟକର କୋଲାର ଜିଲ୍ଲାର କେଜିଏଫ ତାଲୁକର ଡୋଡ୍ଡାକରୀ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ବେଙ୍ଗାଲୁରୁ-ଚେନ୍ନାଇ କରିଡର ଏକ୍ସପ୍ରେସୱେରେ ଏହି ଦୁର୍ଘଟଣା ଘଟିଛି ।
ପୋଲିସର କହିବା ଅନୁଯାୟୀ, ବେଙ୍ଗାଲୁରୁରୁ ଚେନ୍ନାଇ ଯାଉଥିବା ଏକ ଟୟୋଟା କାର୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ମହୀଶୂରର ବାସିନ୍ଦା ଦେବେନ୍ଦ୍ର କୁମାର (୪୦), ଶରଦାମ୍ମା (୭୦), ଜିଷ୍ଣୁ (୧୫) ଏବଂ ଦୀକ୍ଷା (୨୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ କାର୍ ଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲା । ଗାଡ଼ିରେ ଥିବା ଅନ୍ୟ ଚାରି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକ ଏବଂ ପୋଲିସ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲେ ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି ।
ସୂଚନା ପାଇବା ପରେ ବେଥାମଙ୍ଗଲ ପୋଲିସ ଷ୍ଟେସନର ଅଧିକାରୀମାନେ ସେଠାରେ ପହଂଚି ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ