
କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡା ଜିଲ୍ଲା କୋରୁଆ ସ୍ଥିତ କନ୍ୟାଶ୍ରମ ରେ ପ୍ରତିଭା ପୂଜା ସଂସଦ ପକ୍ଷରୁ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସ୍ୱର୍ଗତ ଇଂ ରାଧାଚରଣ ଦାସ ଓ ନିମାଇଁ ଚରଣ ଦାସଙ୍କ ସ୍ମୃତିରେ ଶ୍ରଦ୍ଧା ସୁମନ ଅର୍ପଣ ପୂର୍ବକ ତାଙ୍କର ତ୍ୟାଗପୁତ ଜୀବନ ଉପରେ ଆଲୋକପାତ କରା ଯାଇଥିଲା। କନ୍ୟାଶ୍ରମ ସହିତ ଉଭୟଙ୍କର ନିବିଡ ସମ୍ପର୍କ ଓ ଅନ୍ତେବାସୀ ମାନଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ପୂର୍ବକ ବ୍ୟବହାରର ସ୍ମୃତିଚାରଣ କରା ଯାଇଥିଲା। କାର୍ଯ୍ୟକ୍ରମରେ ସମାଜସେବ ଶ୍ରୀକାନ୍ତ ନାୟକ, ଭାଗିରଥୀ ଜେନା, ସତ୍ୟ ରଂଜନ ଦାସ, ରଜତ କୁମାର ଦାସ ଓ ସମବାୟବିତ୍ ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି