ନାଗପୁରରେ ହେବ ଆୟୁର୍ବେଦ ଦିବସର ମୁଖ୍ୟ ଆୟୋଜନ; ଥିମ୍ ହେବ-ସୁସ୍ଥ ଆସନ୍ତାକାଲି ପାଇଁ ଆୟୁର୍ବେଦ'
ନୂଆଦିଲ୍ଲୀ, ୦୭ ସେପ୍େଟମ୍ବର (ହି.ସ.)- ଏହି ବର୍ଷ ୨୩ ସେପ୍େଟମ୍ବରରେ ମହାରାଷ୍ଟ୍ରର ନାଗପୁରରେ ଆୟୁର୍ବେଦ ଦିବସର ମୁଖ୍ୟ ସମାରୋହ ଆୟୋଜିତ ହେବ। ଏଥରର ଥିମ୍ ସୁସ୍ଥ ଆସନ୍ତାକାଲି ପାଇଁ ଆୟୁର୍ବେଦ'' ରଖାଯାଇଛି, ଯାହାର ଉଦ୍ଦେଶ୍ୟ ଆୟୁର୍ବେଦର ସମୃଦ୍ଧ ପରମ୍ପରାକୁ ଭବିଷ୍ୟତର ସ୍ୱାସ୍ଥ୍ୟ ଆବଶ୍ୟକତା ସହ ଯ
ନାଗପୁରରେ ହେବ ଆୟୁର୍ବେଦ ଦିବସର ମୁଖ୍ୟ ଆୟୋଜନ; ଥିମ୍ ହେବ-ସୁସ୍ଥ ଆସନ୍ତାକାଲି ପାଇଁ ଆୟୁର୍ବେଦ'


ନୂଆଦିଲ୍ଲୀ, ୦୭ ସେପ୍େଟମ୍ବର (ହି.ସ.)- ଏହି ବର୍ଷ ୨୩ ସେପ୍େଟମ୍ବରରେ ମହାରାଷ୍ଟ୍ରର ନାଗପୁରରେ ଆୟୁର୍ବେଦ ଦିବସର ମୁଖ୍ୟ ସମାରୋହ ଆୟୋଜିତ ହେବ। ଏଥରର ଥିମ୍ ସୁସ୍ଥ ଆସନ୍ତାକାଲି ପାଇଁ ଆୟୁର୍ବେଦ' ରଖାଯାଇଛି, ଯାହାର ଉଦ୍ଦେଶ୍ୟ ଆୟୁର୍ବେଦର ସମୃଦ୍ଧ ପରମ୍ପରାକୁ ଭବିଷ୍ୟତର ସ୍ୱାସ୍ଥ୍ୟ ଆବଶ୍ୟକତା ସହ ଯୋଡ଼ିବା।

କେନ୍ଦ୍ରୀୟ ଆୟୁଷ ରାଜ୍ୟ ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଜ୍ୟ ମନ୍ତ୍ରୀ ପ୍ରତାପରାଓ ଜାଧବ ସୋମବାର ଜାତୀୟ ମିଡିଆ କେନ୍ଦ୍ରରେ ୧୧ତମ ଆୟୁର୍ବେଦ ଦିବସ ପାଇଁ କର୍ଟେନ ରେଜର ପ୍ରେସ କନଫରେନ୍ସରେ କହିଛନ୍ତି ଯେ ଏହି ଆୟୁର୍ବେଦ ଦିବସ ପାଇଁ ଦେଶବ୍ୟାପୀ ଜନଜାଗରଣ ଅଭିଯାନର ଔପଚାରିକ ଶୁଭାରମ୍ଭ କରିବା ସହିତ ଯୁବପିଢ଼ିଙ୍କ ମଧ୍ୟରେ ଏହାର ପ୍ରଚାର-ପ୍ରସାର ଉପରେ ଜୋର ଦିଆଯାଇଛି।

ପ୍ରତାପରାଓ ଜାଧବ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ରୋଗ ପ୍ରତିରୋଧ, ସୁସ୍ଥ ଜୀବନଶୈଳୀ, ପୋଷଣ, ୱେଲନେସ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଦିଗରେ ଆଗକୁ ବଢ଼ୁଛି ଏବଂ ଏହି କ୍ଷେତ୍ରଗୁଡ଼ିକରେ ଭାରତ ପାଖରେ ଆୟୁର୍ବେଦ ରୂପରେ ସମୃଦ୍ଧ ଜ୍ଞାନ ଓ ଅଭିଜ୍ଞତା ରହିଛି। ସେ କହିଛନ୍ତି ଯେ ଆୟୁର୍ବେଦ ଦିବସ କେବଳ ଭାରତର ପରମ୍ପରାର ଉତ୍ସବ ନୁହେଁ, ବରଂ ଭବିଷ୍ୟତର ସ୍ୱାସ୍ଥ୍ୟ ଆହ୍ୱାନଗୁଡ଼ିକର ସମାଧାନ ପ୍ରଦାନ କରିବାର ସୁଯୋଗ ମଧ୍ୟ ଅଟେ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକଶିତ ଭାରତ'ର ଭିଜନ ଅନୁରୂପ ସ୍ୱାସ୍ଥ୍ୟ ବ୍ୟବସ୍ଥା କେବଳ ରୋଗର ଚିକିତ୍ସା ପର୍ଯ୍ୟନ୍ତ ସୀମିତ ରହିବା ଉଚିତ ନୁହେଁ, ବରଂ ସୁସ୍ଥ ଦୈନନ୍ଦିନଚର୍ଯ୍ୟା, ସନ୍ତୁଳିତ ଆହାର, ମାନସିକ ସନ୍ତୁଳନ ଏବଂ ପ୍ରକୃତି ସହ ସାମଞ୍ଜସ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବା ଉଚିତ। ମନ୍ତ୍ରୀ କହିଛନ୍ତି ଯେ ଏହି ବର୍ଷର ଅଭିଯାନ ତିନୋଟି ପ୍ରମୁଖ ବିଷୟ ଉପରେ କେନ୍ଦ୍ରିତ ରହିବ- ୧. ଉତମ ସ୍ୱାସ୍ଥ୍ୟ ଫଳାଫଳ ପାଇଁ ସମନ୍ୱିତ ସ୍ୱାସ୍ଥ୍ୟସେବା, ୨. ଆୟୁର୍ବେଦରେ ଗବେଷଣା, ପ୍ରମାଣ ଏବଂ ନବସୃଜନ, ସାମୁଦାୟିକ କଲ୍ୟାଣ, ୩. ସ୍ଥାୟୀ ଜୀବନଶୈଳୀ ପାଇଁ ଆୟୁର୍ବେଦ।

ସେ ମିଡିଆକୁ ଅପିଲ କରି କହିଛନ୍ତି ଯେ ଆୟୁର୍ବେଦ ସହ ଜଡ଼ିତ ସଠିକ, ବୈଜ୍ଞାନିକ ଏବଂ ପ୍ରମାଣ ଆଧାରିତ ସୂଚନା ସାଧାରଣ ଲୋକଙ୍କ ପାଖରେ ପହଂଚାଇବା ଅତ୍ୟନ୍ତ ଆବଶ୍ୟକ। ଏହି ଅଭିଯାନ ଘରେ ଘରେ, ସ୍କୁଲ, କଲେଜ, ଯୁବପିଢ଼ି, ବିଶେଷକରି ଜେନଜି ତଥା ଗ୍ରାମୀଣ ଏବଂ ସହରାଂଚଳ ପର୍ଯ୍ୟନ୍ତ ପହଚିବା ଉଚିତ। ତାଙ୍କର ଲକ୍ଷ୍ୟ ହେଉଛି ଯେ ୧୧ତମ ଆୟୁର୍ବେଦ ଦିବସ କେବଳ ସରକାରୀ କାର୍ଯ୍ୟକ୍ରମ ହୋଇ ନରହି ଜନ ଆନ୍ଦୋଳନ ଏବଂ ଜାତୀୟ ସ୍ୱାସ୍ଥ୍ୟ ସଂଚାର ଅଭିଯାନ ହେଉ।

ଜାତୀୟ ଆୟୁର୍ବେଦ ସଂସ୍ଥାନ, ଜୟପୁରର କୁଳପତି ପ୍ରୋ. ସଞ୍ଜୀବ ଶର୍ମା କହିଛନ୍ତି ଯେ ଆୟୁର୍ବେଦ ଦିବସ ଅବସରରେ ଜାତୀୟ ଧନ୍ୱନ୍ତରୀ ଆୟୁର୍ବେଦ ପୁରସ୍କାର ୨୦୨୬, ଏନଆଇଏ ଜୟପୁରର ନୂଆ ପଦକ୍ଷେପ, ଔଷଧୀୟ ଉଦ୍ଭିଦଗୁଡ଼ିକର ସୁରକ୍ଷା ଦସ୍ତାବିଜ, ଚର୍ମ ରୋଗ ପାଇଁ ମାନକ ଚିକିତ୍ସା ଦିଗନିର୍ଦ୍ଦେଶ, ଆୟୁଷ ସର୍ଭିସେଜ ସେକ୍ଟର ରିପୋର୍ଟ, ଆୟୁଷ ଭିଜନ ୨୦୩୦, ବିଭିନ୍ନ ଏମଓୟୁ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହେବ।

ପ୍ରେସ କନଫରେନ୍ସରେ ଆୟୁଷ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅଲାରମେଲମଙ୍ଗଇ ଡି., ଡିଡିଜି ସତ୍ୟଜିତ ପଲ, ପିଆଇବିର ପ୍ରଧାନ ମହାନିର୍ଦ୍ଦେଶକ ଧୀରେନ୍ଦ୍ର ଓଝା, ଆୟୁଷ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା ବହୁ ସଂଖ୍ୟକ ମିଡିଆ ପ୍ରତିନିଧି ଉପସ୍ଥିତ ଥିଲେ। ଆୟୁଷ ମନ୍ତ୍ରଣାଳୟ ମିଡିଆ, ଆୟୁର୍ବେଦ ଚିକିତ୍ସକ, ଗବେଷକ, ସଂସ୍ଥାନ ଏବଂ ସାଧାରଣ ନାଗରିକଙ୍କୁ ୧୧ତମ ଆୟୁର୍ବେଦ ଦିବସ ୨୦୨୬ର ଦେଶବ୍ୟାପୀ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ ପାଇଁ ଆହ୍ୱାନ କରିଛି।

---------------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande