ଓଏଚପିସି ର ଉଛେଦ ନୋଟିସ ପାଇବା ପରେ ପ୍ରତିବାଦ
ଜୟପୁର, ୭ ସେପ୍ଟେମ୍ବର (ହି.ସ.)- ଓଏଚପିସି ର ନୋଟିସ ପାଇବା ପରେ ପ୍ରତିବାଦ କଲେ ବସ୍ତି ବାସିନ୍ଦା l ଏନେଇ ଆଜି ଜୟପୁର ବାରିଣୀପୁଟ ସ୍ଥିତ ଓଏଚ ପିସି ଦ୍ଵାରସ୍ଥ ହୋଇଥିଲେ l ସାହି ବାସିନ୍ଦା ଏକତ୍ରିତ ହୋଇ ସାହିରେ ପ୍ରତିବାଦ କରିଥିଲେ l ଜୟପୁର ବ୍ଲକ ବାରିଣୀପୁଟ ର ଝୁପୁଡିସାହି ଓ ମେଡିକାଲ ପଛ କଲ
ଓଏଚପିସି ର ଉଛେଦ ନୋଟିସ ପାଇବା ପରେ ପ୍ରତିବାଦ


ଜୟପୁର, ୭ ସେପ୍ଟେମ୍ବର (ହି.ସ.)- ଓଏଚପିସି ର ନୋଟିସ ପାଇବା ପରେ ପ୍ରତିବାଦ କଲେ ବସ୍ତି ବାସିନ୍ଦା l ଏନେଇ ଆଜି ଜୟପୁର ବାରିଣୀପୁଟ ସ୍ଥିତ ଓଏଚ ପିସି ଦ୍ଵାରସ୍ଥ ହୋଇଥିଲେ l ସାହି ବାସିନ୍ଦା ଏକତ୍ରିତ ହୋଇ ସାହିରେ ପ୍ରତିବାଦ କରିଥିଲେ l

ଜୟପୁର ବ୍ଲକ ବାରିଣୀପୁଟ ର ଝୁପୁଡିସାହି ଓ ମେଡିକାଲ ପଛ କଲୋନୀ ପାଖାପାଖି ୮୨ ଜଣଙ୍କୁ ଉଛେଦ କରିବା ପାଇଁ ନୋଟିସ ହୋଇଛି l ବର୍ଷ ବର୍ଷ ଧରି ଯେଉଁ ଘରେ ରହି ଆସୁଥିଲେ l ଆଜି ଉଚ୍ଛେଦ ନୋଟିସ ଆସିଥିବାରୁ ପ୍ରତିବାଦ କରିଥିଲେ l ପ୍ରାୟ ୮୦ରୁ ଅଧିକ ପରିବାର ଦୀର୍ଘବର୍ଷ ଧରି ବସବାସ କରୁଥିବା ବେଳେ ଏବେ ଓଡ଼ିଶା ଜଳବିଦ୍ୟୁତ ନିଗମ ପକ୍ଷରୁ ୧୫ ଦିନ ମଧ୍ୟରେ ଘର ଖାଲି କରିବାକୁ ନୋଟିସ ଦିଆଯାଇଛି। ବାସିନ୍ଦାଙ୍କ ଦାବି, ଅନେକ ପରିବାରଙ୍କୁ ଘରପଟ୍ଟା ମିଳିଥିବା ସହ ସରକାରୀ ଆବାସ ଯୋଜନାର ଲାଭ ମଧ୍ୟ ମିଳିଛି। ତେବେ ଏତେ ବର୍ଷ ପରେ ହଠାତ୍ ଉଚ୍ଛେଦ ନୋଟିସ କାହିଁକି ବୋଲି ପ୍ରଶ୍ନ କରିଛନ୍ତି l ବାସିନ୍ଦାଙ୍କ ସ୍ପଷ୍ଟ ଦାବି ପ୍ରଥମେ ଥଇଥାନ କରାଯାଉ, ତା’ପରେ ଘର ଖାଲି କରାଯାଉ। ଥଇଥାନ ନକରି ବିସ୍ଥାପିତ କରାଗଲେ ପରିବାରଗୁଡ଼ିକ କେଉଁଠିକୁ ଯିବେ l ଜୋର ଜବରଦସ୍ତ ଉଛେଦ କଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି ଇସମାଇଲ ଭତ୍ରା, ବାସନ୍ତୀ ଖରା l ବାପା, ଅଜାଙ୍କ ଅମଳରୁ ଏହି ମାଟିରେ ଘରଦ୍ୱାର କରିଛୁ। ହଠାତ୍ ୧୫ ଦିନ ମଧ୍ୟରେ ଘର ଖାଲି କରିବାକୁ ନୋଟିସ୍ ଦିଆଯାଇଛି। ଆମେ କୁଆଡ଼େ ଯିବୁ ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି କୋରାପୁଟ ଜିଲ୍ଲା ବାରିଣୀପୁଟସ୍ଥିତ ଉପର କୋଲାବ ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳର ବାସିନ୍ଦା। ଓଡ଼ିଶା ଜଳବିଦ୍ୟୁତ୍ ନିଗମ ପକ୍ଷରୁ ପ୍ରକଳ୍ପ ପରିସରରେ ଥିବା କେତେକ ଘର ଓ ଜମି ଖାଲି କରିବାକୁ ନୋଟିସ୍ ଜାରି ପରେ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ନୋଟିସ୍ ରେ ସରକାରୀ ଜମି ଓ ସମ୍ପତ୍ତି ଅନଧିକୃତ ଭାବେ ଦଖଲ କରାଯାଇଥିବା ଦର୍ଶାଇ, ନୋଟିସ୍ ପ୍ରାପ୍ତିର ୧୫ ଦିନ ମଧ୍ୟରେ ଜାଗା ଖାଲି କରି ପ୍ରକଳ୍ପ କାର୍ଯ୍ୟାଳୟକୁ ଅବଗତ କରିବାକୁ କୁହାଯାଇଛି। ନିର୍ଦ୍ଧାରିତ ସମୟରେ ଜାଗା ଖାଲି ନକଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ବଳପୂର୍ବକ ଉଚ୍ଛେଦ କରାଯିବ ବୋଲି ନୋଟିସ୍ ରେ ଚେତାବନୀ ଦିଆଯାଇଛି। ତେବେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିବାଦ କରିଛନ୍ତି। ସେମାନଙ୍କ ଦାବି, ପ୍ରକଳ୍ପ ଗଠନ ପୂର୍ବରୁ ଦୀର୍ଘବର୍ଷ ଧରି ସେମାନଙ୍କ ପରିବାର ଏଠାରେ ବସବାସ କରିଆସୁଛନ୍ତି। ପୂର୍ବ ଆଲୋଚନା ନକରି ହଠାତ୍ ୧୫ ଦିନର ନୋଟିସ୍ ଦେବା ଯୁକ୍ତ ସଙ୍ଗତ । ଘର ଛାଡ଼ିଲେ ପରିବାର ଓ ପିଲାଛୁଆଙ୍କୁ ନେଇ କେଉଁଠି ରହିବେ, ସେନେଇ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି। ବାସିନ୍ଦାମାନେ ‘ପ୍ରଥମେ ଥଇଥାନ, ପରେ ଉଚ୍ଛେଦ’ ଦାବି କରିଛନ୍ତି। ସ୍ଥାୟୀ ପଟ୍ଟା କିମ୍ବା ଉପଯୁକ୍ତ ଥଇଥାନ ଜମି ଓ କ୍ଷତିପୂରଣ ବ୍ୟବସ୍ଥା ନକରି ଘର ଖାଲି କରିବେ ନାହିଁ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବା ସହ ରାସ୍ତା ଅବରୋଧ ଭଳି ପଦକ୍ଷେପ ନିଆଯିବ ବୋଲି ଅଞ୍ଚଳବାସୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଶାସନ ଓ ପ୍ରକଳ୍ପ କର୍ତ୍ତୃପକ୍ଷ ତୁରନ୍ତ ଅଞ୍ଚଳବାସୀଙ୍କ ସହ ଆଲୋଚନା କରି ଥଇଥାନ ଓ ଉଚ୍ଛେଦ ପ୍ରସଙ୍ଗରେ ସମାଧାନର ବାଟ ବାହାର କରିବାକୁ ଦାବି ହୋଇଛି l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande