ସୁନା ବ୍ୟବସାୟୀଙ୍କ ଘରେ ଡକାୟତି, ୨ ଘଂଟା ଧରି ତାଣ୍ଡବ
କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଜଣେ ସୁନା ବ୍ୟବସାୟୀଙ୍କ ଘରୁ ଚାଂଚଲ୍ୟକର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗରଜଙ୍ଗା ଗ୍ରାମର ସୁନା ବ୍ୟବସାୟୀ ରାଜକୁମାର କାମେଲାଙ୍କ ଘରେ ଗତ ରବିବାର ରାତି ପ୍ରାୟ ୮ଟା ସମୟରେ ଏହି ଡକାୟତି ହୋଇଛି। ମିଳିଥିବ
ସୁନା ବ୍ୟବସାୟୀଙ୍କ ଘରେ ଡକାୟତି, ୨ ଘଂଟା ଧରି ତାଣ୍ଡବ


କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଗରଜଙ୍ଗା ଗ୍ରାମରେ ଜଣେ ସୁନା ବ୍ୟବସାୟୀଙ୍କ ଘରୁ ଚାଂଚଲ୍ୟକର ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗରଜଙ୍ଗା ଗ୍ରାମର ସୁନା ବ୍ୟବସାୟୀ ରାଜକୁମାର କାମେଲାଙ୍କ ଘରେ ଗତ ରବିବାର ରାତି ପ୍ରାୟ ୮ଟା ସମୟରେ ଏହି ଡକାୟତି ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ରାଜକୁମାର ଓ ତାଙ୍କ ପତ୍ନୀ ଦୁଇ ଜଣ ଘରେ ବସିଥିବାବେଳେ ୪ ଜଣ ମୁଖା ପିନ୍ଧା ଡକାୟତ ହଠାତ୍ ଘର ଭିତରକୁ ପଶି ଆସିଥିଲେ। ପ୍ରଥମେ ଡକାୟତମାନେ ରାଜକୁମାରଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ। ଏହି ସମୟରେ ତାଙ୍କ ପତ୍ନୀ ପାଟି କରିବାରୁ ଡକାୟତମାନେ ତାଙ୍କ ବେକରେ ଭୁଜାଲି ଲଗାଇ ଡରାଇଥିଲେ। ଏହାପରେ ଦୁଇ ଜଣ ଡକାୟତ ସ୍ୱାମୀ-ସ୍ତ୍ରୀଙ୍କୁ କାବୁ କରି ରଖିଥିବାବେଳେ ଅନ୍ୟ ଦୁଇ ଜଣ ଘର ଭିତରେ ଥିବା ଜିନିଷପତ୍ର ଫୋପାଡି ଖୋଜାଖୋଜି କରିଥିଲେ। ପ୍ରମାଣ ନଷ୍ଟ କରିବା ପାଇଁ ଘରେ ଥିବା ମୋବାଇଲ ଫୋନ୍ ଭାଙ୍ଗି ଦେଇଥିଲେ। ପରେ ଘରେ ଥିବା ସୁନା ରୂପା ଅଳଙ୍କାର ଲୁଟି ନେଇ ଯାଇଥିଲେ। ଡକାୟତ ଦଳ ପ୍ରାୟ ୨ ଘଂଟା ଧରି ଘର ଭିତରେ ତାଣ୍ଡବ ରଚିଥିବା ଅଭିଯୋଗ ହୋଇଛି। ଏ ନେଇ ରାଜକୁମାର କାମେଲା ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଲୁଟ୍ ହୋଇଥିବା ସୁନା ଅଳଙ୍କାରର ପରିମାଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande