ତହସିଲ ସ୍ତରରେ ସେପ୍ଟେମ୍ବର ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ
କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲସ୍ତରରେ ବିଚାରାଧୀନ ରାଜସ୍ୱ ସମ୍ପର୍କିତ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଏବଂ ଜନସାଧାରଣଙ୍କୁ ନିଜ ଅଭିଯୋଗ ଉପସ୍ଥାପନ ପାଇଁ ସୁଯୋଗ ପ୍ରଦାନ ନିମନ୍ତେ ପ୍ରତି ମାସରେ ତହସିଲ ସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅଭିଯୋ
ତହସିଲ ସ୍ତରରେ ସେପ୍ଟେମ୍ବର ମାସର ଅଭିଯୋଗ ଶୁଣାଣୀ କାର୍ଯ୍ୟସୂଚୀ


କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ତହସିଲସ୍ତରରେ ବିଚାରାଧୀନ ରାଜସ୍ୱ ସମ୍ପର୍କିତ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଏବଂ ଜନସାଧାରଣଙ୍କୁ ନିଜ ଅଭିଯୋଗ ଉପସ୍ଥାପନ ପାଇଁ ସୁଯୋଗ ପ୍ରଦାନ ନିମନ୍ତେ ପ୍ରତି ମାସରେ ତହସିଲ ସ୍ତରରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କରାଯାଉଛି। ଏହି ପରିପ୍ରେକ୍ଷୀରେ ସେପ୍ଟେମ୍ବର ୨୦୨୬ ମାସ ପାଇଁ ଅଭିଯୋଗ ଶୁଣାଣୀର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ, ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍. ଆୟର୍ ୧୦ ସେପ୍ଟେମ୍ବରରେ କେନ୍ଦ୍ରାପଡ଼ା ଠାରେ ଅଭିଯୋଗ ଶୁଣାଣୀ କରିବେ। ସେହିପରି ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶ୍ରୀ ରବୀନ୍ଦ୍ର କୁମାର ମଲ୍ଲିକ ୧୯ ସେପ୍ଟେମ୍ବରରେ ପଟ୍ଟାମୁଣ୍ଡାଇ ଠାରେ ଏବଂ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ନବକ୍ରିଷ୍ଣ ଜେନା ୯ ସେପ୍ଟେମ୍ବରରେ ରାଜକନିକା ଓ ୨୩ ସେପ୍ଟେମ୍ବରରେ ରାଜନଗର ଠାରେ ଅଭିଯୋଗ ଶୁଣାଣୀ କରିବେ। ଉପ ଜିଲ୍ଲାପାଳ, କେନ୍ଦ୍ରାପଡ଼ା ଶ୍ରୀ ଅରୁଣ କୁମାର ନାୟକ ୯ ସେପ୍ଟେମ୍ବରରେ ମାର୍ଶାଘାଇ ଠାରେ ଅଭିଯୋଗ ଶୁଣାଣୀ କରିବେ। ସମସ୍ତ ଅଭିଯୋଗ ଶୁଣାଣୀ ପୂର୍ବାହ୍ନ ୧୦.୩୦ ମିନିଟ୍ରେ ଅନୁଷ୍ଠିତ ହେବ। ଏହି ଅଭିଯୋଗ ଶୁଣାଣୀରେ ରାଜସ୍ୱ ସମ୍ପର୍କିତ ଅଭିଯୋଗ ଥିବା ଜନସାଧାରଣ ନିର୍ଦ୍ଧାରିତ ତାରିଖ ଓ ସ୍ଥାନରେ ଉପସ୍ଥିତ ରହି ନିଜ ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande