କର୍ମବୀର ବସନ୍ତ କୁମାର ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ପାଳିତ
କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – ଆଧୁନିକ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ, କର୍ମବୀର ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ଅମ୍ଳ
କର୍ମବୀର ବସନ୍ତ କୁମାର ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ପାଳିତ


କେନ୍ଦ୍ରାପଡ଼ା, ୦୭ ସେପ୍ଟେମ୍ବର(ହି.ସ.) – ଆଧୁନିକ ଓଡ଼ିଶା ଗଠନର ଅନ୍ୟତମ ବିନ୍ଧାଣୀ, କର୍ମବୀର ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଶ୍ରୀ ବସନ୍ତ କୁମାର ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧବାର୍ଷିକୀ ଭାଗବତ ପ୍ରସାଦ ମହାନ୍ତି ଟ୍ରଷ୍ଟ ପକ୍ଷରୁ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ଅମ୍ଳାନ ସ୍ମୃତିଚାରଣ ସହ ଜନସେବା, ରାଜନୈତିକ ଦୂରଦୃଷ୍ଟି ଏବଂ କେନ୍ଦ୍ରାପଡ଼ା ଓ ଓଡ଼ିଶା ପ୍ରତି ତାଙ୍କର ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରାଯାଇଥିଲା। ସକାଳେ ନୂଆ ବସ୍ଷ୍ଟାଣ୍ଡ ନିକଟସ୍ଥ ଶନିଘାଟଠାରେ ତିଳତର୍ପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ବସ୍ଷ୍ଟାଣ୍ଡଠାରେ ସ୍ଥାପିତ ସ୍ୱର୍ଗତ ବିଶ୍ୱାଳଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଜ୍ଞାପନ କରାଯାଇଥିଲା। ଏହାପରେ ଭାଗବତ ପ୍ରସାଦ ମହାନ୍ତିଙ୍କ ବାସସ୍ଥାନଠାରେ ଏକ ଭାବଗମ୍ଭୀର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟର ସଭାପତି ଶ୍ରୀ ଗୁରୁ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶନାରେ ପ୍ରତିଭା ପୂଜା ସଂସଦର ସଭାପତି ଶ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକାରୀ ସଭାପତି ତଥା ପୌର ସଭାର ବିରୋଧୀ ଦଳ ନେତା ଶ୍ରୀ ଶରତ କୁମାର ବେହୁରାଙ୍କ ପ୍ରଯୋଜନାରେ ସ୍ୱାଗତ ଭାଷଣ ପ୍ରଦାନ କରି ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନାଦର୍ଶ, ଜନସେବା ଓ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସଭାରେ ଶ୍ରୀ ସୁଶୀଲ କୁମାର ସାମଲ, ସଦସ୍ୟ ମୁକ୍ତାର ଖାଁ, ଗୁଣନିଧି ଜଗତି, କୃଷ୍ଣ ପ୍ରସାଦ ଦାସ, ପୂର୍ବତନ ପୌରପାଳ ଶ୍ରୀ ଆକବର ଅଲ୍ଲୀ, ବରିଷ୍ଠ କଂଗ୍ରେସ ନେତା ଶ୍ରୀ ପ୍ରଫୁଲ୍ଲ କୁମାର ଦାସ, ଶ୍ରୀ ବସନ୍ତ କୁମାର ସେଠୀ, ଶ୍ରୀ ବଂଶୀଧର ମହାନ୍ତି, ସମାଜସେବୀ ଶ୍ରୀ ଗୋଲେଖ ପଢ଼ିହାରୀ, ଡା. ଚୈତନ୍ୟ ଚରଣ ପରିଡ଼ା, ଶ୍ରୀ ପୀତବାସ ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀ ପରେଶ ଦାସ, ଶ୍ରୀ ସନ୍ତୋଷ କୁମାର ବେହେରା ପ୍ରମୁଖଙ୍କ ସମେତ ରବି ନାରାୟଣ ଦାସ, ସଂଗ୍ରାମ ଜେନା, ରଜ କିଶୋର ରାଉତରାୟ, ସୁରେଶ ମର୍ଦ୍ଦରାଜ, ବିଜୟ ଜେନା, ତପୁ ରାଉତରାୟ, ନାରାୟଣ ବାରିକ, ରାମଚନ୍ଦ୍ର ପ୍ରଧାନ, ପ୍ରଶାନ୍ତ ପାତ୍ର, ଭାବଗ୍ରାହୀ ତ୍ରିପାଠୀ, ପ୍ରୀତି ରଞ୍ଜନ ବେହୁରା, ପୁଅ ମାନସିଂହ, ଚିତ ରଞ୍ଜନ ବଳ, ପ୍ରହଲ୍ଲାଦ ଲେଙ୍କା, ପ୍ରମୋଦ କୁମାର ମହାନ୍ତି, ସଞ୍ଜୀବ ବିଶ୍ୱାଳ, ରଞ୍ଜନ ନାୟକ, ହରେକୃଷ୍ଣ ବେହେରା ଓ ରମାକାନ୍ତ ନାୟକ ,ପ୍ରମୁଖ ଯୋଗଦେଇଥିଲେ।ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ବହୁମୁଖୀ ପ୍ରତିଭା, ଦୃଢ଼ ନେତୃତ୍ୱ, ରାଜନୈତିକ ଦୂରଦୃଷ୍ଟି ଓ ଜନସେବାର ଅନନ୍ୟ ଅବଦାନ ଉପରେ ଆଲୋକପାତ କରିଥିଲେ। ବିଶେଷକରି କେନ୍ଦ୍ରାପଡ଼ାର ସାମାଜିକ, ଶିକ୍ଷା, ଯୋଗାଯୋଗ ଓ ସାମଗ୍ରିକ ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ, କୃତି ଓ କୀର୍ତି ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ବକ୍ତାମାନେ କହିଥିଲେ ଯେ, ବସନ୍ତ କୁମାର ବିଶ୍ୱାଳ କେବଳ ଜଣେ ରାଜନେତା ନଥିଲେ; ସେ ଥିଲେ ଜନସାଧାରଣଙ୍କ ସୁଖଦୁଃଖର ସାଥୀ ଓ କେନ୍ଦ୍ରାପଡ଼ାର ବିକାଶ ପାଇଁ ନିରନ୍ତର ସଂଗ୍ରାମ କରିଥିବା ଜଣେ ଜନନାୟକ। ତାଙ୍କର ଜନମୁଖୀ ଚିନ୍ତାଧାରା, ସାଧାରଣ ଲୋକଙ୍କ ପ୍ରତି ଆତ୍ମୀୟତା ଓ ଅଂଚଳର ବିକାଶ ପାଇଁ ତାଙ୍କର ନିଷ୍ଠା ତାଙ୍କୁ ଆଜି ମଧ୍ୟ ଲୋକମାନଙ୍କ ହୃଦୟରେ ଅମର କରି ରଖିଛି। ତାଙ୍କ ଜୀବନ ଓ ଆଦର୍ଶ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ମତ ପ୍ରକାଶ ପାଇଥିଲା।ସଭାପତି ଶ୍ରୀ ପ୍ରଦୀପ କୁମାର ମହାନ୍ତି ତାଙ୍କ ଅଭିଭାଷଣରେ କହିଥିଲେ ଯେ, କର୍ମବୀର ବସନ୍ତ କୁମାର ବିଶ୍ୱାଳଙ୍କ ଭଳି ଜଣେ ଜନନାୟକଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ତାଙ୍କର କର୍ମମୟ ଜୀବନ ଓ ଆଦର୍ଶକୁ ନୂତନ ପିଢ଼ି ନିକଟରେ ପହଂଚାଇବା ଆବଶ୍ୟକ। ସେହି ଉଦ୍ଦେଶ୍ୟରେ ଆଗାମୀ ବର୍ଷଠାରୁ ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଆହୁରି ବ୍ୟାପକ ରୂପ ଦେଇ ଜିଲ୍ଲାସ୍ତରରେ ଧୁମ୍ଧାମରେ ପାଳନ କରାଯିବା ପାଇଁ ସମସ୍ତଙ୍କ ସହଯୋଗ ଓ ସହଭାଗିତା କାମନା କରିଥିଲେ। ଶେଷରେ ଶ୍ରୀ କମଳ କାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande