ବାଇକ ଦୁର୍ଘଟଣା : ୨ ଯୁବକ ଗୁରୁତର
Two injured in an accident
ବାଇକ ଦୁର୍ଘଟଣା : ୨ ଯୁବକ ଗୁରୁତର


ଝାରସୁଗୁଡ଼ା, ୦୭ ସେପ୍ଟେମ୍ବର (ହି.ସ.) - କୋଲାବିରା ଥାନା ଜାତୀୟ ରାଜପଥ ୪୯ ର ରଘୁନାଥପାଲି ଛକରେ ସୋମବାର ଅପରାହ୍ନ ରେ ଓଡ଼ି ୨୩ ଏନ ୬୦୬୯ ନମ୍ୱର ବିଶିଷ୍ଟ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ବାଇକରେ ବସିଥିବା ୨ ଯୁବକ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି କ୍ଷ ଆହତ ଯୁବକ ଦ୍ୱୟ ହେଲେ ବାଇକ ଚାଳକ କୋଲାବିରା ଥାନା କୁଲିହାମାଲ ଗ୍ରାମର ଚୁଡ଼ାମଣି ସାତଭାୟା (୨୬) ଓ ଲଇକେରା ଥାନା ମୁନ୍ଦ୍ରାଜୋର ଗ୍ରାମର ହୀରାଲାଲ ପଟେଲ (୩୪) । ଚୁଡ଼ାମଣି ଓ ହୀରାଲାଲ ଝାରସୁଗୁଡ଼ା ରୁ କୁଲିହାମାଲ କୁ ଆସୁଥିଲେ ଓ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ପ୍ରଥମେ କୋଲାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଝାରସୁଗୁଡ଼ା ମୁଖ୍ୟଚିକିତ୍ସାଳୟ କୁ ନ୍ ଯାଇଥିଲା କ୍ଷ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande