
ଭୁବନେଶ୍ୱର, 08 ସେପ୍ଟେମ୍ବର (ହି.ସ.)- ବିଶ୍ୱ
ଫିଜିଓଥେରାପି ଦିବସର ଶୁଭେଚ୍ଛା ଜଣାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ । ଏହି
ଅବସରରେ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ
ଫିଜିଓଥେରାପି ଦିବସର ହାର୍ଦ୍ଦିକ ଶୁଭେଚ୍ଛା! ଲୋକଙ୍କୁ ପୁନର୍ବାର ଶକ୍ତି ହାସଲ କରିବା, ଚଳପ୍ରଚଳନ
କ୍ଷମତା ଫେରାଇ ଆଣିବା ଏବଂ ଅଧିକ ସୁସ୍ଥ ଜୀବନଯାପନ କରିବାରେ ସହାୟତା କରୁଥିବା
ଫିଜିଓଥେରାପିଷ୍ଟମାନଙ୍କ ନିଷ୍ଠା ଓ ସମର୍ପଣକୁ ଶତ ଶତ ନମନ। ଆପଣଙ୍କର ଯତ୍ନ ଲୋକଙ୍କ ଚଳନଶକ୍ତି
ସହିତ ଆଶା ଓ ଆତ୍ମବିଶ୍ୱାସକୁ ମଧ୍ୟ ପୁନର୍ସ୍ଥାପିତ କରେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା