
କେନ୍ଦ୍ରାପଡ଼ା, ୦୮ ସେପ୍ଟେମ୍ବର(ହି.ସ.) – ଏସ୍ଆଇଆର୍ରେ ଯୋଗ୍ୟ ଭୋଟରଙ୍କ ନାମ କାଟିବା ଅଭିଯୋଗବିଡିଓଙ୍କୁ ବିଜେଡିର ଦାବିପତ୍ର, ନିରପେକ୍ଷ ତଦନ୍ତ ପାଇଁ ଦାବିଏସ୍ଆଇଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ନଦେବା ଏବଂ ଅଭିଯୋଗଗୁଡ଼ିକର ନିରପେକ୍ଷ ଯାଂଚ ଦାବିରେ ରାଜକନିକା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ କନିକା ବିଡିଓ କୈଳାସ ମହାଳିକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବିଜେଡି ପକ୍ଷରୁ ଅଭିଯୋଗ ହୋଇଛି ଯେ, ରାଜକନିକା ବ୍ଲକର ୨୯ଟି ଗ୍ରାମ ପଂଚାୟତରେ ବହୁ ସଂଖ୍ୟକ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ଦେବା ପାଇଁ ଉଦ୍ୟମ ହେଉଛି। ବିଶେଷକରି ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରଙ୍କୁ ଟାର୍ଗେଟ କରାଯାଉଥିବା ଦଳ ପକ୍ଷରୁ ଦାବି କରାଯାଇଛି। ଜୟନଗର, ପଣସଗଣ୍ଡ, କୋଇଲିପୁର, ଆଖୁଳିପଡ଼ା, ବରାଡ଼ିଆ, ତରାସ, ବାଘବୁଦା, ସିହୋପଡ଼ା, ଅବଦୁଲପୁର, ସିକୋ, କୋରନ୍ଦ, ବାରହା ଦୋମୁଣ୍ଡା ଓ ତ୍ରୈଲୋକ୍ୟପୁର ପଂଚାୟତରେ ଶହ ଶହ ଭୋଟରଙ୍କ ନାମ କାଟିବା ପାଇଁ ଅଭିଯୋଗ ହୋଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି। ଏଥିସହ ଜୟନଗର, ଓଳାଭର ଓ ଆଖୁଳିପଡ଼ା ଅଂଚଳର କିଛି ସଂଖ୍ୟାଲଘୁ ଭୋଟରଙ୍କ ନାମ ବାଦ୍ ଦେବା ପାଇଁ ଯେଉଁ ଅଭିଯୋଗ ଦାଖଲ ହୋଇଛି, ସେଥିରେ ଅଭିଯୋଗକାରୀଙ୍କ ମୋବାଇଲ ନମ୍ବର ଭୁଲ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। କିଛି ଅଭିଯୋଗକାରୀ ଏ ସମ୍ପର୍କରେ ନିଜେ କିଛି ଜାଣିନଥିବା କହୁଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏଭଳି ଅଭିଯୋଗର ସତ୍ୟାସତ୍ୟ ଯାଂଚ କରିବା ସହ ପ୍ରକୃତ ଯୋଗ୍ୟ ଭୋଟରଙ୍କ ନାମ ଯେପରି କୌଣସି ପରିସ୍ଥିତିରେ ବାଦ୍ ନପଡ଼େ, ସେଥିପାଇଁ ବିଜେଡି ପକ୍ଷରୁ ବିଡିଓଙ୍କ ନିକଟରେ ଦାବି କରାଯାଇଛି। ଏନେଇ ବିଡିଓ କୈଳାସ ମହାଳିକ କହିଛନ୍ତି, “କାହାର ନାମ କଟାଯାଇ ନାହିଁ। ଫାଇନାଲ ଲିଷ୍ଟ ପ୍ରକାଶ ପୂର୍ବରୁ ସମସ୍ତ ଅଭିଯୋଗର ତଦନ୍ତ କରାଯିବ।
.......................................
ହିନ୍ଦୁସ୍ଥାନ ସମାଚାର / ରବି