ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: ବିଜେଡି
ଭୁବନେଶ୍ବର , 08 ସେପ୍ଟେମ୍ବର (ହି.ସ.) -ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫ ଦିନିଆ ୟୁଏଇ ଗସ୍ତ ଆଜି ଆରମ୍ଭ ହୋଇଥିବା ବେଳେ ଏହି ଗସ୍ତର ଫଳାଫଳକୁ ନେଇ ଆଶଙ୍କା ପ୍ରକାଶ କରିଛି ବିଜୁ ଜନତା ଦଳ । ପୂର୍ବରୁ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତରେ ରାଜ୍ୟକୁ କିଛି ମିଳିନଥିବା ବେଳେ ଏହି ଗସ୍ତ କେବ
ଦୁଇ ବର୍ଷର ଶିଳ୍ପ ପ୍ରଗତି ଉପରେ ରାଜ୍ୟ ସରକାର ଶ୍ୱେତପତ୍ର ପ୍ରକାଶ କରନ୍ତୁ: ବିଜେଡି


ଭୁବନେଶ୍ବର , 08 ସେପ୍ଟେମ୍ବର (ହି.ସ.) -ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୫ ଦିନିଆ ୟୁଏଇ ଗସ୍ତ ଆଜି ଆରମ୍ଭ ହୋଇଥିବା ବେଳେ ଏହି ଗସ୍ତର ଫଳାଫଳକୁ ନେଇ ଆଶଙ୍କା ପ୍ରକାଶ କରିଛି ବିଜୁ ଜନତା ଦଳ । ପୂର୍ବରୁ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତରେ ରାଜ୍ୟକୁ କିଛି ମିଳିନଥିବା ବେଳେ ଏହି ଗସ୍ତ କେବଳ ପ୍ରଚାର ପାଇଁ ଉଦ୍ଦିଷ୍ଟ ବୋଲି ବିଜେଡି କହିଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ୍ ବିବୃତିରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ୍ ମହାନ୍ତି ଉଲ୍ଲେଖ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଥମ ବିଦେଶ ଗସ୍ତ, ୧୬ରୁ ୨୧ ନଭେମ୍ୱର ୨୦୨୪ରେ ସିଙ୍ଗାପୁରରେ ପୁଞ୍ଜିନିବେଶ ନେଇ ରୋଡ ଶୋ’ ଆୟୋଜିତ ହୋଇଥିଲା । ସେହି ଗସ୍ତ ସମୟରେ ଆନୁଷ୍ଠାନିକ ଭାବେ କୌଣସି ଏମଓୟୁ ସ୍ୱାକ୍ଷରିତ ହୋଇନଥିଲା । କିନ୍ତୁ ସରକାରଙ୍କ ତରଫରୁ ବିଶ୍ୱସ୍ତରୀୟ କମ୍ପାନୀମାନଙ୍କ ସହ ବୈଠକ ହୋଇଥିବା ଓ ସେହି କମ୍ପାନୀ ଗୁଡିକ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କୁହାଯାଇଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତକୁ ପ୍ରାୟ ୨ ବର୍ଷ ପୁରିବାକୁ ଯାଉଥିବା ବେଳେ, ସିଙ୍ଗାପୁର ଗସ୍ତର ଫାଇଦା ଓଡିଶାକୁ ମିଳିନାହିଁ ।

ଡ଼ ମହାନ୍ତି କହିଛନ୍ତି, ଏହି ପରିପ୍ରେକ୍ଷୀରେ, ୮ ସେପ୍ଟେମ୍ୱର ୨୦୨୬ରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ୟୁଏଇ/ଦୁବାଇ ଗସ୍ତ, ଯାହାକୁ ସରକାରୀ ଭାବେ ମୋହନ ମାଝୀଙ୍କ ଦ୍ୱିତୀୟ ଆନ୍ତର୍ଜାତିକ ପୁଞ୍ଜିନିବେଶ ନେଇ ରୋଡ ଶୋ’ ବୋଲି ବର୍ଣ୍ଣନା କରାଯାଉଛି, ତାହା ରାଜ୍ୟକୁ କ’ଣ ଫାଇଦା ମିଳିବ କି ନାହିଁ, ସେନେଇ ସନେ୍ଦହ ଉପୁଜିଛି । ସିଙ୍ଗାପୁର ଗସ୍ତରେ ରାଜ୍ୟକୁ କୌଣସି ଲାଭ ମିଳିନଥିବା ବେଳେ ଓଡ଼ିଶାବାସୀ ଏହି ଦ୍ୱିତୀୟ ବିଦେଶ ଗସ୍ତରୁ କ'ଣ ନୂଆ ଅଲୌକିକତା ଆଶା କରିବେ? ଶିଳ୍ପ ପାଇଁ ପୁଞ୍ଜିନିବେଶ କେବଳ କାଗଜରେ ସୀମିତ ରହିଥିବା ବେଳେ ଏହା କ'ଣ ଆଉ ଏକ ଫଟୋସୁଟ୍ ଅଭିଯାନ ବୋଲି ବିଜେଡି ପ୍ରଶ୍ନ କରିଛି ।

ଡ଼ ମହାନ୍ତି ଆହୁରି କହିଛନ୍ତି, ବିଜେପି ସରକାରଙ୍କ ୨ ବର୍ଷର ଶାସନରେ ସରକାରୀ ତଥ୍ୟ ଘୋଷଣା ଓ ବାସ୍ତବତା ମଧ୍ୟରେ ବ୍ୟବଧାନକୁ ରହୁଛି ବୋଲି ରାଜ୍ୟବାସୀ ଉପଲବ୍ଧô କଲେଣି । ଉକ୍ରର୍ଷ ଓଡ଼ିଶା କନକ୍ଲେଭ ୨୦୨୫ରେ ୧୬.୭୩ ଲକ୍ଷ କୋଟି ଟଙ୍କାର ପ୍ରସ୍ତାବ ଦାବି କରାଯାଇଥିଲା । ଜୁନ୍ ୨୦୨୪ରୁ ସରକାରଙ୍କ କାର୍ଯ୍ୟକାଳ ମଧ୍ୟରେ ଶହ ଶହ ପ୍ରକଳ୍ପ ଅନୁମୋଦିତ ହୋଇଥିବା ବେଳେ କେବଳ ପ୍ରାୟ ୧୪୮ରୁ ୧୫୨ଟି ପ୍ରକଳ୍ପ, ଯାହାର ମୂଲ୍ୟ ପ୍ରାୟ ୩.୧୧ ଲକ୍ଷ କୋଟି ଟଙ୍କା, ବାସ୍ତବ ରୂପାୟନ କିମ୍ୱା ଗ୍ରାଉଣ୍ଡିଂ ପର୍ଯ୍ୟାୟରେ ପହଞ୍ଚିଛି, ଯାହା ବାରମ୍ୱାର କରାଯାଉଥିବା ବହୁ ଲକ୍ଷ କୋଟି ଦାବିର ଏକ ଛୋଟ ଅଂଶ । ଏହି ଏମଓୟୁ ଗୁଡ଼ିକର ଗ୍ରାଉଣ୍ଡିଂ ସ୍ଥିତି ବିଷୟରେ କୌଣସି ସୂଚନା ନାହିଁ ।

ସିଙ୍ଗାପୁର, ହାଇଦ୍ରାବାଦ, କଲିକତା, ଗୁଜରାଟ, ଦିଲ୍ଲୀ ଓ ବର୍ତ୍ତମାନ ଦୁବାଇରେ ଏମଓୟୁ ସ୍ୱାକ୍ଷର ଓ ରୋଡ ଶୋ’ ଆୟୋଜନ ଦ୍ୱାରା ଅନେକ କମ୍ପାନୀ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ବିଜେପି ସରକାର ଦାବି କରୁଛନ୍ତି, କିନ୍ତୁ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ଅଗ୍ରଗତି ଶୂନ । ବିଜେଡି ଦାବି କରିଛି ଯେ, ରାଜ୍ୟ ସରକାର ବିଧାନସଭାରେ ଏକ ଶ୍ୱେତପତ୍ର ଉପସ୍ଥାପନ କରନ୍ତୁ, ଯେଉଁଥିରେ ଜୁନ୍ ୨୦୨୪ରୁ ସ୍ୱାକ୍ଷରିତ ପ୍ରତ୍ୟେକ ଏମଓୟୁର ସଠିକ୍ ସ୍ଥିତି, ବିନିଯୋଗକାରୀଙ୍କ ଦ୍ୱାରା ପ୍ରକୃତରେ ଖର୍ଚ୍ଚ ହୋଇଥିବା ପୁଞ୍ଜି, ଏପର୍ଯ୍ୟନ୍ତ ସୃଷ୍ଟି ଚାକିରି ସଂଖ୍ୟା ଏବଂ ଘୋଷଣାରୁ ଗ୍ରାଉଣ୍ଡିଂକୁ ରୂପାନ୍ତର ହାର ଅତ୍ୟନ୍ତ ନିମ୍ନ ରହିବାର କାରଣ ବିସ୍ତୃତ ଭାବେ ଉଲ୍ଲେଖ କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande