

ଭୁବନ, ୮ ସେପ୍ଟେମ୍ବର (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଭୁବନ ନଗର ଶାଖା ପକ୍ଷରୁ ମଙ୍ଗଳବାର ନଗର ସମ୍ମିଳନୀ ଓ ନୂତନ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଡଃ. ଥବିର ଭୋଇଙ୍କୁ ନଗର ସଭାପତି ଏବଂ ସ୍ଵୟଂସମ୍ଭୁ ପୃଷ୍ଟିଙ୍କୁ ନଗର ସମ୍ପାଦକ ଭାବେ ମନୋନୀତ କରାଯାଇଛି। ନୂତନ ଦାୟିତ୍ୱ ଗ୍ରହଣ କରିଥିବା ଉଭୟ ନବନିର୍ବାଚିତ କର୍ମକର୍ତ୍ତା ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିକ୍ଷା କ୍ଷେତ୍ରର ବିଭିନ୍ନ ବିଷୟ ଏବଂ ଛାତ୍ର ସମାଜର ସାମଗ୍ରିକ ବିକାଶ ଦିଗରେ ସଂଗଠନକୁ ଆହୁରି ସୁଦୃଢ଼ କରିବା ପାଇଁ କାର୍ଯ୍ୟ କରିବେ ବୋଲି ଆଶା ପ୍ରକାଶ କରାଯାଇଛି।
ସମ୍ମିଳନୀରେ ଉପସ୍ଥିତ କର୍ମକର୍ତ୍ତା ଓ ବିଦ୍ୟାର୍ଥୀମାନେ ନୂତନ ଦାୟିତ୍ୱ ପାଇଥିବା ସଭାପତି ଡଃ. ଥବିର ଭୋଇ ଓ ନଗର ସମ୍ପାଦକ ସ୍ଵୟଂସମ୍ଭୁ ପୃଷ୍ଟିଙ୍କୁ ଶୁଭେଚ୍ଛା ଜଣାଇବା ସହ ନୂତନ ଶିକ୍ଷାବର୍ଷରେ ସଂଗଠନର କାର୍ଯ୍ୟକଳାପକୁ ଆହୁରି ବ୍ୟାପକ କରିବା ପାଇଁ ସଂକଳ୍ପ ନେଇଥିଲେ।
ଏହି ସମ୍ମିଳନୀରେ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରଭାତ କୁମାର ଜେନା, ଅଧ୍ୟାପକ ଅଲେଖ ଚନ୍ଦ୍ର ପାତ୍ର ଓ ଭୁବନ ମହିଳା ମହାବିଦ୍ୟାଳୟ ର ଅଧ୍ୟାପକ ଶୁଭମ୍ ବେହେରା, ଅଧ୍ୟାପକ ସଙ୍ଗୀତ ନନ୍ଦ ଙ୍କ ସହ ଯାଜପୁର ଜିଲ୍ଲା ପ୍ରମୁଖ ଅଧ୍ୟାପକ ପ୍ରଶାନ୍ତ କୁମାର୍ ରାଉତରାୟ ଯୋଗଦେଇ ଵିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ ଓ ଆଭିମୁଖ୍ୟ ବିଷୟରେ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ । କର୍ଯ୍ୟକ୍ରମକୁ ପୂର୍ବତନ ବିଭାଗ ସଂଯୋଜକ ଗୁଲସନ କୁମାର ରାଉତ ସଂଯୋଜନା କରିବା ସହ ଶେଷରେ ନୂତନ ନଗର ସମ୍ପାଦକ ଛାତ୍ର ନେତା ସ୍ୱୟଂସମ୍ଭୁ ପୃଷ୍ଟି ଧନ୍ୟବାଦ ଦେବା ସହ ସଭା ସଂଗ କରିଥିଲେ । ଏହି ସମ୍ମିଳନୀରେ ଭୁବନ ନଗରର ୧୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ