କୁଦାନଗରୀରେ ବାଲି ମାଫିଆଙ୍କ ଉପରେ ବଡ଼ ଧରିବ ଆକ୍ସନ
କେନ୍ଦ୍ରାପଡ଼ା, ୦୮ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଂଚଳରେ ବାଲି ମାଫିଆଙ୍କ ରାଜ ଉପରେ ଲାଗିଲା ବ୍ରେକ୍! ଗତ ରାତିର ଅନ୍ଧାରରେ ଚାଲିଥିଲା ବେଆଇନ ବାଲି ଚାଲାଣର ଖେଳ, ହେଲେ ମାଇନ୍ସ ବିଭାଗ ଓ କୁଦାନଗରୀ ପୋଲିସର ମିଳିତ ଚଢ଼ାଉରେ ଫସିଗଲେ ମାଫିଆ। କୁଦାନଗରୀ-କୋରୁଆ ରାସ୍ତା
କୁଦାନଗରୀରେ ବାଲି ମାଫିଆଙ୍କ ଉପରେ ବଡ଼ ଧରିବ ଆକ୍ସନ


କେନ୍ଦ୍ରାପଡ଼ା, ୦୮ ସେପ୍ଟେମ୍ବର(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ଅଂଚଳରେ ବାଲି ମାଫିଆଙ୍କ ରାଜ ଉପରେ ଲାଗିଲା ବ୍ରେକ୍! ଗତ ରାତିର ଅନ୍ଧାରରେ ଚାଲିଥିଲା ବେଆଇନ ବାଲି ଚାଲାଣର ଖେଳ, ହେଲେ ମାଇନ୍ସ ବିଭାଗ ଓ କୁଦାନଗରୀ ପୋଲିସର ମିଳିତ ଚଢ଼ାଉରେ ଫସିଗଲେ ମାଫିଆ। କୁଦାନଗରୀ-କୋରୁଆ ରାସ୍ତାରୁ ଜବତ ହେଲା ୩ଟି ବାଲି ବୋଝେଇ ଟ୍ରାକ୍ଟର, ଗୋଟିଏ ହାଇୱା ଏବଂ ଗୋଟିଏ ଜେସିବି ମେସିନ। ସମସ୍ତ ଗାଡ଼ିକୁ ଏବେ କୁଦାନଗରୀ ଥାନା ପରିସରରେ ଅଟକ ରଖାଯାଇଛି। ସବୁଠୁ ବଡ଼ କଥା ହେଲା, ଜବତ ହୋଇଥିବା ଅଧିକାଂଶ ଗାଡ଼ିରେ ନମ୍ବର ପ୍ଲେଟ୍ ହିଁ ନାହିଁ! ବିନା ନମ୍ବରରେ ଦିନ ଦ୍ୱିପହରରେ କେମିତି ଚାଲିଥିଲା ଏ ବେଆଇନ କାରବାର? ଏବେ ପ୍ରଶ୍ନ ଉଠୁଛି-ଏ ଗାଡ଼ିଗୁଡ଼ିକ କାହାର? କେଉଁ ଘାଟରୁ ବାଲି ଉଠି କେଉଁ ଅଂଚଳକୁ ଚାଲାଣ ହେଉଥିଲା? ପଛରେ କିଏ ଅଛି ମାଷ୍ଟରମାଇଣ୍ଡ, ଏନେଇ କେନ୍ଦ୍ରାପଡ଼ା ମାଇନ୍ସ ବିଭାଗ ମୁହଁ ଖୋଲୁନଥିବାବେଳେ, ପୋଲିସ ମାଇନ୍ସ ଅଧିକାରୀଙ୍କ ରିପୋର୍ଟକୁ ଅପେକ୍ଷା କରିଛି। ତେବେ ଏହା କେବଳ ଲୋକ ଦେଖାଣିଆ ଚଢ଼ାଉ ନା ସତରେ ବାଲି ମାଫିଆଙ୍କ ଅନ୍ତ ହେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande