ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ
ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ
ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ


ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ


ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ


ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ


ବିପୁଳ ପରିମାଣର ଗଞ୍ଜେଇ ଜବତ, ୫ ଗିରଫ


ସମ୍ବଲପୁର, ୦୮, ସେପ୍ଟେମ୍ବର (ହି.ସ.) ସମ୍ବଲପୁର ଜିଲ୍ଲା ଚାରମାଳ ଥାନା ପୁଲିସ ୨୭.୯୮୦ କେଜି ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ଏନେଇ ଚାରମାଳ ଥାନାରେ କେସ୍ ନଂ-୧୫୩, ତାରିଖ ୦୮.୦୯.୨୦୨୬ରେ ଏନଡିପିଏସ୍ ଆଇନର ଧାରା ୨୦(ବି)(ii)(C)/୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି।

ପୁଲିସ ସୂଚନା ଅନୁଯାୟୀ, ୮ ତାରିଖ ସକାଳ ପ୍ରାୟ ୭ଟା ୨୦ରେ ବିଶ୍ବାସନୀୟ ସୂତ୍ରରୁ ଖବର ପାଇ ଚାରମାଳ ଥାନା ଆଇଆଇସି ଏକ ରୂପା ରଙ୍ଗର ହୁଣ୍ଡାଇ ଗେଟ୍ଜ ଓଆର ୦୨ ଏଡି ୩୨୪୯ ଗାଡ଼ିକୁ ଯାଞ୍ଚ୍ କରିବାରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ଏହା ସୋନପୁର ଅଞ୍ଚଳରୁ ମୋଚିବାହାଲ ଜଙ୍ଗଲ ରାସ୍ତା ଦେଇ ସମ୍ବଲପୁର ମାର୍ଗରେ ଉତ୍ତରପ୍ରଦେଶ ଯାଉଥିବା ସୂଚନା ମିଳିଥିଲା।

ତଲାସି ସମୟରେ ଏକ ଧଳା ରଙ୍ଗର ଜରି ବ୍ୟାଗରୁ ୨୭.୯୮୦ କେଜି ଗଞ୍ଜେଇ, ଗୋଟିଏ ହୁଣ୍ଡାଇ ଗେଟ୍ଜ କାର୍, ୫ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଓ ଗୋଟିଏ ଆଇଫୋନ୍-୧୩, ଏବଂ ୧,୦୬୦ ଟଙ୍କା ନଗଦ ଜବତ କରାଯାଇଥିଲା।

ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଦୀପକ କର୍ମୀ (୨୨) ଓ ତପନ ନାଏକ (୧୯), ଏବଂ ଉତ୍ତରପ୍ରଦେଶର ତ୍ରିଭୁବନ ସିଂହ ଯାଦବ (୩୨), ରବି ପ୍ରକାଶ ଯାଦବ (୨୦) ଓ ସତୀଶ କୁମାର ଗୌଡ଼ (୩୦)। ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande