ଦୃଷ୍ଟି ହୀନ ବିଦ୍ୟାଳୟରେ ସଙ୍ଗୀତ ପ୍ରତିଯୋଗିତା
ଗଂଜାମ, ୮ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଅମ୍ବାପୁଆସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ସଂଗୀତ ପ୍ରତିଯୋଗିତା ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷ
ଦୃଷ୍ଟି ହୀନ ବିଦ୍ୟାଳୟ ରେ


ଗଂଜାମ, ୮ ସେପ୍ଟେମ୍ବର (ହି.ସ.)- ବ୍ରହ୍ମପୁର ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଅମ୍ବାପୁଆସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ସଂଗୀତ ପ୍ରତିଯୋଗିତା ତଥା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଓ ସମ୍ପାଦକ ମହମଦ ଆସଲାମଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ମେୟର ଶ୍ରୀମତୀ କଲ୍ୟାଣୀ ସଂଘମିତ୍ରାଦଳେଇ ଯୋଗଦେଇ ସମବେତ ଦୃଷ୍ଟିବାଧିତ ଛାତ୍ର ଛାତ୍ରୀଙ୍କୁ ନିଜକୁ ଅକ୍ଷମ ମନେ ନକରି ସେମାନେ ସବୁକିଛି କରିପାରିବାର ସ୍ବପ୍ନଦେଖି ତାକୁ ସାକାର କରିବାରେ ସକ୍ଷମ କହି ଉତ୍ସାହିତ କରିଥିଲେ |

ମୁଖ୍ୟବକ୍ତା ଭାବେ ଜମିୟା ମିଳିଆ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପକ ଆଲତାଫ ଖାନ ଛାତ୍ର ଛାତ୍ରୀଙ୍କୁ ଆମଦେଶର ମହାନ ମାନବ ସମ୍ବଳରୂପେ ଅଭିହିତ କରିଥିଲେ | ସଂଗୀତ ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ବିଶିଷ୍ଟ କଣ୍ଠଶିଳ୍ପୀ ସୁନିର ବିଶ୍ୱାସ, ଇସ୍ମାଇଲ ଖାନ, ରୟାଲ ମ୍ୟୁଜିକର କଣ୍ଠଶିଳ୍ପୀ ରମେଶ ସେଠି ଓ ସୁଶ୍ରୀ ରୁବିନା ପ୍ରମୁଖ ରହିଥିଲେ | କୃତି ଛାତ୍ର ଛାତ୍ରୀଙ୍କୁ ପ୍ରଶଂସା ପତ୍ର ଓ ସ୍ମାରକୀ ଫଳକ ବିତରଣ କରାଯାଇଥିଲା |

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ବରିଷ୍ଠ ସଦସ୍ୟ ଡଃ. କୈଳାସ ଚନ୍ଦ୍ର ତ୍ରିପାଠୀ, ମାନସ ରଞ୍ଜନ ପାତ୍ର, ପାର୍ବତୀ ପ୍ରସାଦ ପାଢ଼ୀ, ସନ୍ତୋଷ କୁମାର ରେଡି ପ୍ରମୁଖ ଯୋଗ ଦେଇଥିଲେ | ବିଦ୍ୟାଳୟର ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟରେ ସଂଗୀତର ଭୂମିକା ଓ ଦୃଷ୍ଟିହୀନ ବିଦ୍ୟାଳୟ ସମ୍ପର୍କରେ କହିଥିଲେ | ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କ ଅକୁଣ୍ଠିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ଅନୁଷ୍ଠିତ ହୋଇଥିଲା।

ପ୍ରାରମ୍ଭରେ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଏକ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା | ଶେଷରେ ଜାତୀୟ ସଂଗୀତ ଗାନ ପରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା |

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande