ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଠକେଇ କରୁଥିବା ଗୋଷ୍ଠୀର ଚିହ୍ନଟ
ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)- ସାଇବର ଠକେଇ ସମ୍ବନ୍ଧୀୟ ଅଭିଯୋଗ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକରେ ସନ୍ଦେହଜନକ କାରବାର ନେଇ I4 C (Indian Cybercrime Coordination Centre) ଠାରୁ ମିଳିଥିବା ସୂଚନା ଏବଂ ପରବର୍ତ୍ତୀ ତଦନ୍ତ ଆଧାରରେ ବଲାଙ୍ଗୀର ସି ସି ଓ ଇ ଓ ଥାନା ମାମଲା ନଂ- ୨୪ (ତ
ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଠକେଇ କରୁଥିବା ଗୋଷ୍ଠୀର ଚିହ୍ନଟ : ବଲାଙ୍ଗିର ପୋଲସ ର ସୁଚନା


ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଠକେଇ କରୁଥିବା ଗୋଷ୍ଠୀର ଚିହ୍ନଟ : ବଲାଙ୍ଗିର ପୋଲସ ର ସୁଚନା


ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)- ସାଇବର ଠକେଇ ସମ୍ବନ୍ଧୀୟ ଅଭିଯୋଗ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକରେ ସନ୍ଦେହଜନକ କାରବାର ନେଇ I4 C (Indian Cybercrime Coordination Centre) ଠାରୁ ମିଳିଥିବା ସୂଚନା ଏବଂ ପରବର୍ତ୍ତୀ ତଦନ୍ତ ଆଧାରରେ ବଲାଙ୍ଗୀର ସି ସି ଓ ଇ ଓ ଥାନା ମାମଲା ନଂ- ୨୪ (ତା. ୦୪.୦୯. ୨୦୨୬) ବି ଏନ୍ ଏସ ର ଧାରା ୩୧୮(୪)/୩୧୯(୨)/୩୩୮/ ୩୩୬(୩)/୩୪୦(୨)/୬୧(୨) ଏବଂ IT ଆକ୍ଟ ୨୦୦୦ର ଧାରା ୬୬(C)/୬୬(D) ଅନୁଯାୟୀ ରୁଜୁ କରାଯାଇଛି।

ସାଇବର ଠକେଇ ସମ୍ବନ୍ଧୀୟ ଅଭିଯୋଗ ସହ ଜଡ଼ିତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ସନ୍ଦେହଜନକ କାରବାର ନେଇ I4C ( ଇଣ୍ଡିଆନ୍ ସାଇବର୍ କ୍ରାଇମ କୋର୍ଡିନେସନ ସେଣ୍ଟର ) ଠାରୁ ମିଳିଥିବା ସୂଚନା ଏବଂ ପରବର୍ତ୍ତୀ ତଦନ୍ତ ଆଧାରରେ ବଲାଙ୍ଗୀର ସି ସି ଓ ଇ ଓ ଥାନା ମାମଲା ନଂ- ୨୪ (ତା. ୦୪.୦୯.୨୦୨୬) ବିଏନ୍ଏସ ର ଧାରା ୩୧୮(୪)/୩୧୯(୨)/୩୩୮/୩୩୬(୩)/୩୪୦(୨)/୬୧(୨) ଏବଂ IT ଆକ୍ଟ ୨୦୦୦ର ଧାରା ୬୬(ସି)/୬୬(ଡି) ଅନୁଯାୟୀ ରୁଜୁ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ଜୁବରାଜ ଦୀପ, ପ୍ରସନ୍ନ କୁମାର ନାଗ ଏବଂ ସନ୍ନି ବାର୍ଭେ ସାଇବର ଠକେଇରୁ ମିଳିଥିବା ଅର୍ଥ ଗ୍ରହଣ କରିବା ପାଇଁ ବ୍ୟବହୃତ 'ମ୍ୟୁଲ୍' ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ପରିଚାଳନା କରିବାରେ ଜଡ଼ିତ ଥିଲେ। ଡିଜିଟାଲ୍ ଆରେଷ୍ଟ (ଡିଜିଟାଲ ଅର୍ରେଷ୍ଟ), ଓ ଏଲଏକ୍ସ, ଏ ପି ଜେ ଫାଇଲ୍ ଏବଂ ନିବେଶ ଜନିତ ଠକେଇ ସହ ଜଡ଼ିତ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ଏକାଧିକ ଏନ୍ ସି ଆର୍ ପି ଅଭିଯୋଗ ଏବଂ ୩୫ ଲକ୍ଷ ଟଙ୍କାର ଠକେଇମୂଳକ କାରବାର ଚିହ୍ନଟ କରାଯାଇଛି।

ଏହି ଅଭିଯୁକ୍ତମାନେ ଏକ ବ୍ୟାପକ ସାଇବର ଅପରାଧ ନେଟୱାର୍କର ଅଂଶବିଶେଷ ଥିଲେ, ଯାହା ଠକେଇର ଅର୍ଥ ଚଳାଚଳ ପାଇଁ ଜାଲିଆତି ମାଧ୍ୟମରେ ବ୍ୟାଙ୍କ ଆକାଉଣ୍ଟ, ସିମ୍ କାର୍ଡ ଏବଂ ବ୍ୟାଙ୍କିଙ୍ଗ୍ କ୍ରେଡେନସିଆଲ୍ ବ୍ୟବସ୍ଥା କରିବାରେ କାର୍ଯ୍ୟ କରୁଥିଲା। ଆଦିତ୍ୟ ଦୁବେ, ଅମନ ଦୁବେ, ପ୍ରକାଶ ଶର୍ମା ଏବଂ ପତିତପାବନ ହେର୍ନାଙ୍କ ସମେତ ଅନ୍ୟ ସହଯୋଗୀମାନେ ମଧ୍ୟ ଏହି ନେଟୱାର୍କରେ ଜଡ଼ିତ ଥିବା ଜଣାପଡ଼ିଛି।

ଅଭିଯୁକ୍ତ ବ୍ୟକ୍ତିମାନଙ୍କ ବିବରଣୀ:-

ଜୁବରାଜ ଦୀପ (୪୮), ପିତା- ହରି ଦୀପ, ଗ୍ରାମ- ହିରାପୁର, ଥାନା- ଲୋଇସିଂହା, ଜିଲ୍ଲା- ବଲାଙ୍ଗୀର, ପ୍ରସନ୍ନ କୁମାର ନାଗ (୩୪), ପିତା- ଜଗଦୀଶ ନାଗ, ଗ୍ରାମ- ବରଡୋଲ, ଥାନା- ଲୋଇସିଂହା, ଜିଲ୍ଲା- ବଲାଙ୍ଗୀର, ସନ୍ନି ବାର୍ଭେ (୨୩), ପିତା- ସ୍ୱର୍ଗତ ରବୀନ୍ଦ୍ର ବାର୍ଭେ, ମହାବୀର ନଗର, ଥାନା- ନୂଆ ରାଜେନ୍ଦ୍ର ନଗର, ଜିଲ୍ଲା- ରାୟପୁର, ଛତିଶଗଡ଼, ପ୍ରକାଶ ଶର୍ମା ଓରଫ୍ ଚାଟନୁ (୨୪), ପିତା- ସ୍ୱର୍ଗତ ନିର୍ମଳ ଶର୍ମା, ଠିକଣା- ନୟାତଲାବ ନିକଟ, ଦୀନଦୟାଲ ଉପାଧ୍ୟାୟ ନଗର, ରାୟପୁର, ଥାନା- ଗୁଢ଼ିୟାରୀ, ଜିଲ୍ଲା- ରାୟପୁର (ଛତିଶଗଡ଼)

ତଦନ୍ତରୁ ଆଦିତ୍ୟ ଦୁବେ, ଅମନ ଦୁବେ, ପତିତପାବନ ହେର୍ନା, ରାହୁଲ ବାଘମାରେ ଏବଂ ଅନ୍ୟାନ୍ୟ ସହଯୋଗୀଙ୍କ ସମ୍ପୃକ୍ତି ମଧ୍ୟ ଜଣାପଡ଼ିଛି। ବାକି ଅଭିଯୁକ୍ତମାନଙ୍କୁ ଗିରଫ କରିବା ଏବଂ ସାଇବର ଠକେଇ ନେଟୱାର୍କର ସମ୍ପୂର୍ଣ୍ଣ ପରିସର ତଥା ଠକେଇ ଅର୍ଥର ପ୍ରବାହ ସମ୍ପର୍କରେ ଜାଣିବା ପାଇଁ ଉଦ୍ୟମ ଜାରି ରହିଛି।

ଜବତ ସାମଗ୍ରୀ ମଧ୍ୟରେ ରହିଛି ୫ଟି ମୋବାଇଲ୍ ଫୋନ୍, ୨୨ଟି ଚେକ୍ ବୁକ୍, ୨୫ଟି ପାସ୍ ବୁକ୍,୧୦ଟି ଡେବିଟ୍ କାର୍ଡ ।

ସାଧାରଣ ଜନତାଙ୍କ ପାଇଁ ସଚେତନତା ବାର୍ତ୍ତା- ଏହି ପ୍ରକାର ସାଇବର ଅପରାଧ ବିଷୟରେ ୧ ସଚେତନ ରୁହନ୍ତୁ ଏବଂ ନିଜର ବ୍ୟାଙ୍କିଙ୍ଗ୍ ସମ୍ବନ୍ଧୀ ତଥ୍ୟ (ଯେପରିକି ପାସୱାର୍ଡ, ଓଟିପି ଇତ୍ୟାଦି) ଅନ୍ୟମାନଙ୍କ ସହ ସେୟାର କରନ୍ତୁ ନାହିଁ। ଯଦି ଆପଣ ଏଭଳି କୌଣସି ଘଟଣା କିମ୍ବା ଦାବିର ସମ୍ମୁଖୀନ ହୁଅନ୍ତି, ତେବେ ତୁରନ୍ତ ୧୯୩୦ ନମ୍ବରରେ କିମ୍ବା ନିକଟସ୍ଥ ଥାନାରେ ଯୋଗାଯୋଗ କରନ୍ତୁ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande