କୋଟି କୋଟି ଟଙ୍କା ହେରଫେର ଅଭିଯୋଗ ପରେ ରେକର୍ଡ଼ ମାଗିଲେ ଉପଜିଲ୍ଲାପାଳ
କେନ୍ଦୁଝର, ୦୮ ସେପ୍ଟେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଆଂଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ୬ କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ ହୋଇଛି। ସ୍ଥାନୀୟ ଅଂଚଳର ୩୬ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବି, ପୂର୍ବତନ ପରିଚାଳନା କମିଟିର ସଦସ୍ୟ, ପୂର୍ବତନ କର୍ମଚାରୀ ଉପ ଜି
କୋଟି କୋଟି ଟଙ୍କା ହେରଫେର ଅଭିଯୋଗ ପରେ ରେକର୍ଡ଼ ମାଗିଲେ ଉପଜିଲ୍ଲାପାଳ


କେନ୍ଦୁଝର, ୦୮ ସେପ୍ଟେମ୍ବର(ହି.ସ.) – କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଆଂଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ୬ କୋଟି ୬୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ ହୋଇଛି। ସ୍ଥାନୀୟ ଅଂଚଳର ୩୬ରୁ ଉର୍ଦ୍ଧ୍ୱ ବୁଦ୍ଧିଜୀବି, ପୂର୍ବତନ ପରିଚାଳନା କମିଟିର ସଦସ୍ୟ, ପୂର୍ବତନ କର୍ମଚାରୀ ଉପ ଜିଲ୍ଲାପାଳ ତଥା ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ଉମାଶଙ୍କର ଦଳାଇଙ୍କୁ ଏ ନେଇ ଅଭିଯୋଗ କରି ଘଟଣାର ଯାଂଚ କରିବାକୁ ଦାବୀପତ୍ର ଦେଇଥିଲେ। ଅଭିଯୋଗ ପରେ ଉପ ଜିଲ୍ଲାପାଳ ରେକର୍ଡ ଦେବାକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଙ୍କୁ ଚିଠି କରିଛନ୍ତି । ଉପଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଉମାଶଙ୍କର ଦଳେଇ କହିଛନ୍ତି, ପୂର୍ବତନ କଲେଜ ଅଧ୍ୟକ୍ଷ ସରକାରୀ ଅର୍ଥ ହେରଫେର କରିଥିବା ଅଭିଯୋଗ ହୋଇଛି। ତାଙ୍କ ପେନସନକୁ ବନ୍ଦ କରାଯାଇଛି। ଅଭିଯୋଗ ଅନୁଯାୟୀ, ମହାବିଦ୍ୟାଳୟରେ ଯୁକ୍ତ ୨ କଳା, ବିଜ୍ଞାନ, ଧନ୍ଦାମୂଳକ ପାଠ୍ୟକ୍ରମ ସହ ଯୁକ୍ତ ୩ କଳା, ବିଜ୍ଞାନରେ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ବାର୍ଷିକ ରିଆଡମିସନରେ ୮ଲକ୍ଷ ଓ ଆଡମିଶନରେ ୧୩ ଲକ୍ଷ ଟଙ୍କା ଆୟ ହୋଇଥିଲା। ଏହାବ୍ୟତୀତ ଭିତିଭୂମିର ବିକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ସହ ବିଭିନ୍ନ ବିଭାଗରୁ ସରକାରୀ ଗ୍ରାଣ୍ଟ ଆସିଥାଏ । ଜ୍ୟୋସ୍ନା ମଞ୍ଜରୀ ତ୍ରିପାଠୀଙ୍କ ଅଧ୍ୟକ୍ଷା ଥିବା ସମୟରେ ବଳକା ଥିବା ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ସହ ୨୦୧୧ ରୁ ୨୦୨୬ ପାଂଚ ବର୍ଷର ଆୟ ପାଖାପାଖି ୫କୋଟି ୬୦ ଲକ୍ଷ ଟଙ୍କା ସହ ହିସାବ ବହିର୍ଭୁତ ଖର୍ଚ୍ଚ ହୋଇଥିବା ସହ ବିଭିନ୍ନ ସରକାରୀ ଗ୍ରାଂଟରେ ବ୍ୟାପକ ହରିଲୁଟ ହୋଇଛି। ମିଛ ବିଲ୍ ଓ ଭାଉଚର କରାଯାଇ ସରକାରୀ ଅର୍ଥ ହରିଲୁଟ ହୋଇଛି। ମହାବିଦ୍ୟାଳୟର ଜଣେ କର୍ମଚାରୀଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଖାତାରେ କଲେଜର ସରକାରୀ ଅର୍ଥ ରଖାଯାଇଛି। ସେହିପରି ଛାତ୍ରୀନିବାସ ଅନ୍ତେବାସୀଙ୍କ ଠାରୁ ହଷ୍ଟେଲ ଫି ଆଦାୟ କରାଯାଉଥିବାବେଳେ ବିଦ୍ୟୁତ ବିଲ୍ କଲେଜ ଫଣ୍ଡରୁ ପୈଠ କରାଯାଉଛି। ନିୟମିତ ମହାବିଦ୍ୟାଳୟକୁ ଆସୁ ନଥିବା କର୍ମଚାରୀଙ୍କୁ ମାସିକ ଦରମା ପ୍ରଦାନ କରାଯାଉଛି। ପୂର୍ବତନ ଅଧ୍ୟକ୍ଷ ବୀରେନ୍ଦ୍ର ସାହୁଙ୍କ ୫ ବର୍ଷର କାର୍ଯ୍ୟକଳାପର ସମସ୍ତ ଅର୍ଥ ନେଣଦେଣକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି ହୋଇଛି। ଏଥିସହ ମହାବିଦ୍ୟାଳୟ ଆର୍ôଥକ ଦୁଃସ୍ଥିତି ଦେଇ ଗତି କରୁଛି। ୨୦୨୪ ରୁ ପରିଚାଳନା କମିଟି ଗଠନ ହୋଇ ନଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande