
ଝାରସୁଗୁଡ଼ା, ୮ ସେପ୍ଟେମ୍ବର (ହି.ସ.)- ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅଧୀନସ୍ଥ ଝାରସୁଗୁଡ଼ା ଆଞ୍ଚଳିକ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା 'ବାୟୁ ପ୍ରଦୂଷଣ ସଚେତନତା ସପ୍ତାହ-୨୦୨୬' କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ୱିତୀୟ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳ ବାର ଦିନ ପିକେଏସଏସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏଚ କଟାପାଲିରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲା ବନ୍ୟପ୍ରାଣୀ ସଂରକ୍ଷକ ତଥା ବୃକ୍ଷ ରୋପଣ ତଦାରଖ କମିଟିର ଅଧ୍ୟକ୍ଷ ପ୍ରହ୍ଲାଦ ନାୟକ, ଝାରସୁଗୁଡ଼ା ରାଜ୍ୟ ପ୍ରଦୁଷଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ଇଂ. ହିରଣ୍ୟ କୁମାର ନାୟକ, ଝାରସୁଗୁଡା ତହସିଲଦାର ସୁଧାକର କୁମ୍ଭାର ଉପସ୍ଥିତ ଥିଲେ ।
ଏହା ସହିତ ଏହି ବୈଠକରେ ଜିଲ୍ଲା ପରିବେଶ ସମିତିର ଆଜିବନ ସଦସ୍ୟ ବିଜୟ କୁମାର ବେହେରା, ବେଣୁଧର ବୈଧୁରୀ, ପ୍ରଜ୍ଜଳ ପଟେଲ, ସୁରେନ୍ଦ୍ର ଭୋଇ,ହମିଦ କୁମାର ମହାପାତ୍ର, ଡାଇରେକ୍ଟର ଏମ ଏସ ପ୍ରୋଏଡ଼ ର ନାଗାମଣି ମିଶ୍ର, ପିକେଏସ୍ ଏସ୍ ଡିଗ୍ରୀ କଲେଜର ଅଧ୍ୟକ୍ଷ କୈଳାଶ ଚନ୍ଦ୍ର ପ୍ରଧାନ, କଟାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ବୃନ୍ଦାବନ ମେହେର, ବେଦାନ୍ତ ଆଲୁମିନିୟମ ମେଟାଲ ଲିମିଟେଡ଼ ର ପରିବେଶ ବିଭାଗର ଅମିତ କୁମାର ତ୍ୟାଗି, ଠାକୁର ପ୍ରସାଦ ସାଓ ଏଣ୍ଡ ସନ୍ସ ଲିମିଟେଡ଼ ର ବରିଷ୍ଠ ଅଧିକାରୀ ଶୈଳେନ୍ଦ୍ର ପାଣ୍ଡେ, ଓଡିଶା ମେଟାଲିକ୍ସ ର ଅଧିକାରୀ ଶୌମିତ ପଲ ଓ ଅଜିତ କୁମାର ସିଂ, ରୁଙ୍ଗଟା ସନ୍ସ ଏଣ୍ଡ ପ୍ରାଇଭେଟ ର ସିକେ ଜେନା ଉପସ୍ଥିତ ଥିଲେ।
ଝାରସୁଗୁଡ଼ା ରାଜ୍ୟ ପ୍ରଦୁଷଣ ବୋର୍ଡ ର ଆଞ୍ଚଳିକ ଅଧିକାରୀ ଇଂ. ହିରଣ୍ୟ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ବୈଜ୍ଞାନିକ ଅନୁସୟା ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ । ସଙ୍ଗୀତା ଭୌମିକ ମଞ୍ଚ ପରିଚାଳନା କରିଥିଲେ । ସମସ୍ତ ଅତିଥି ଛାତ୍ରଛାତ୍ରୀ ମେରି ଲାଇଫ ର ପରିବେଶ ସୁରକ୍ଷା ସମ୍ପନ୍ଧୀୟ ସପଥ ପାଠ କରିଥିଲେ । ସେଲ୍ପ ହେଲ୍ପ ଗୁପ ଦ୍ୱାରା ପ୍ଲାଷ୍ଟିକ ଫ୍ରି ଖାଦ୍ୟ ପ୍ରଦର୍ଶନୀ ଓ ନିଜସ୍ଵ ପ୍ରସ୍ତୁତି ପ୍ଲାଷ୍ଟିକ ମୁକ୍ତ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦର୍ଶିତ ହୋଇଥିଲା । ବେଦାନ୍ତ କମ୍ପାନୀ ପକ୍ଷରୁ ଏକ ପଥ ପ୍ରଦର୍ଶକ ନାଟକ ପ୍ରସ୍ତୁତ କରାଯାଇଥିଲା। ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଛାତ ଛାତ୍ରୀ ମାନଙ୍କ ଦ୍ୱାରା ସୁନ୍ଦର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା । ଝାରସୁଗୁଡ଼ା ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ର ଆଞ୍ଚଳିକ କାର୍ଯ୍ୟାଳୟର ସମ୍ବିତ କୁମାର ମୁଣ୍ଡା ଓ ସମସ୍ତ ସଦସ୍ୟ ଏବଂ ଏଚକଟାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ