ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍ସି
ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.) ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ଗତକାଲି ୬ ଟି ପଡିଆରେ ହୋଇଯାଇଛି । ଖୁଜେନପାଲି ପଡିଆରେ ସ୍ପୋର୍ଟ ହଷ୍ଟେଲ ୭-୦ ଗୋଲରେ ବ୍ଲୁ ମାଉଣ୍ଟେଣ୍ଡ କୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍
ଜିଲ୍ଲା ସିନିୟର ନକ୍ ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟ  ସୁପର ନକଆଉଟରେ ସ୍ପୋର୍ଟ୍ସ ହଷ୍ଟେଲ, ରିଜର୍ଭ ପୋଲିସ, ବିକେସି ୟୁନାଇଟେଡ୍, ଜରାସିଂହା, ବାଦିବାହାଲ ଓ ଗୁଲମି ଏସ୍ସି


ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)

ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଚାଲିଥିବା ଫୁଟବଲ ଟୁର୍ନାମେଣ୍ଟ ଗତକାଲି ୬ ଟି ପଡିଆରେ ହୋଇଯାଇଛି । ଖୁଜେନପାଲି ପଡିଆରେ ସ୍ପୋର୍ଟ ହଷ୍ଟେଲ ୭-୦ ଗୋଲରେ ବ୍ଲୁ ମାଉଣ୍ଟେଣ୍ଡ କୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗ ଦେଇଥିବା ବେଳେ ଅତିଥି ଭାବେ ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ସରିତା ବାଗ, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ ଓ କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଯୋଗ ଦେଇଥିଲେ । ପଲ୍ଲିଶ୍ରୀ ଷ୍ଟାଡିୟମ ସଦାଇପାଲି ଠାରେ ରିଜର୍ଭ ପୋଲିସ ୧-୦ ଗୋଲ ରେ ସାଇଟ ସଦାଇପାଲିକୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟ ଅତିଥି ଭାବେ ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରା ଯୋଗ ଦେଇଥିବା ବେଳେ ଅତିଥି ଭାବେ ସୁଶ୍ରୀ ଆଇଟିଆଇ ଅଧ୍ୟକ୍ଷ ଇଂ.ସନ୍ତୋଷ କୁମାର ବ୍ରହ୍ମା, ପୂର୍ବତନ ଖେଳାଳି ପ୍ରଦୀପ ମହାରଣା, କ୍ରୀଡା ସଂଗଠକ ଆଦିତ୍ୟ ପଟ୍ଟନାୟକ ଓ ଅଶୋକ ପ୍ରଧାନ ଯୋଗ ଦେଇଥିଲେ । ଟାଉନ ହାଇସ୍କୁଲ ପଡିଆରେ ବିକେସି ୟୁନାଇଟେଡ୍ ୩-୦ ଗୋଲରେ ଗେର୍ଡି କୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଯୋଗ ଦେଇଥିବା ବେଳେ ଅତିଥି ଭାବେ ଜେଆଇଟିଏମ୍ ଅଧ୍ୟକ୍ଷ ଅନଙ୍ଗ ଉଦୟ ନାୟକ, ସଂକିର୍ତ୍ତନ୍ୟ ଗାୟକ ନିରାକାର ସ୍ୱାଇଁ, କ୍ରୀଡା ସଂସଦ ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର ଓ ପୂର୍ବତନ ଖେଳାଳି ଲୋକନାଥ ନେପାକ ଯୋଗ ଦେଇଥିଲେ । ଜରାସିଂହା ମିନି ଷ୍ଟାଡିୟମରେ ଜରାସିଂହା ୩-୧ ଗୋଲରେ ମହିପୁର କୁ ହରାଇ ଜୋନ ଚମ୍ପିୟାନ ହେଲା । ଅତିଥି ଭାବେ ଦେଓଗାଁ ବ୍ଲକ ପୂର୍ବତନ ଚେୟାରମେନ ଲକ୍ଷ୍ମଣ କୁମାର ମେହେର, ବରିଷ୍ଠ ନାଗରିକ ପ୍ରମୋଦ କୁମାର ସିଂନିନା ଓ ପୂର୍ବତନ ପୁଇଁନ୍ତଲା ବ୍ଲକ ଭାଇସ ଚେୟାରମେନ ସନ୍ତୋଷ ଗୁରହାଣ୍ଡି ଯୋଗ ଦେଇଥିଲେ । ଲୋଇସିଂହା ମିନି ଷ୍ଟାଡିୟମରେ ବାଦିବାହାଲ ୪-୨ ଗୋଲରେ ଏଚ୍ଆରଡିଏ ଖଲିଆପାଲି କୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟ ଅତିଥି ଭାବେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିବା ବେଳେ ଅତିଥି ଭାବେ ଲୋଇସିଂହା ଏଏ ସଭାପତି ଦିଲିପ କୁମାର ବେହେରା, ସଂପାଦିକା ଷ୍ଟାଡିୟମ ଟ୍ରଷ୍ଟବୋର୍ଡ ସ୍ମିତାରାଣୀ ମିଶ୍ର, ଏସୋସିଏସନ ସଂପାଦକ ଶିବ କୁମାର ଅଗ୍ରୱାଲ, ସଦସ୍ୟ ବିଶ୍ୱନାଥ ଭୁୟାଁ ଓ ବିଭୁତି ଭୂଷଣ ସାହାଣି ଯୋଗ ଦେଇଥିଲେ । ହଲଦି ପଡିଆରେ ଗୁଲମି ଟ୍ରାଇବ୍ରେକର ରେ କେସି ୟୁନାଇଟେଡ୍ ଜୁରାବନ୍ଧକୁ ହରାଇ ଜୋନ ଚମ୍ପିୟାନ ହେଲା । ମୁଖ୍ୟ ଅତିଥି ଭାବେ ଜିଲ୍ଲା ଓଷ୍ଟା ସଭାପତି ପ୍ରଦୀପ ପୁଟେଲ ଯୋଗ ଦେଇଥିବା ବେଳେ ଅତିଥି ଭାବେ ସହକାରୀ ଶିକ୍ଷକ ଉଷାବତୀ ବିଶି, ପୂର୍ଣ୍ଣିମା ପୁଟା ଓ ସାମ୍ବାଦିକ କେଦାର ବଡଜେନା ଯୋଗ ଦେଇଥିଲେ ।

ସୁନିଲ ଚନ୍ଦ୍ର ବିଶ୍ୱାଲ, ବଳରାମ ସା, ପ୍ରଦୀପ ବଗର୍ତ୍ତି, ନରସିଂସ୍ୱାମୀ ନାଇଡୁ, ଅବଦୁଲ ମୁଜିବ ଓ ଉଜ୍ଜଳ ଝାଙ୍କର ୬ ଗୋଟି ପଡିଆରେ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥିଲେ । ଖେଳକୁ ଜିତେନ୍ଦ୍ର ପାତ୍ର, ବିକି ବିଶି, ରାଜେନ୍ଦ୍ର ଧରୁଆ, ଧନେଶ୍ୱର ସେଠ,ସଂଜିବ ମହାରଣା, ସୁଧାଂଶୁ ସେଠ, ସୁରେଶ ନାଏକ, ସୁଦର୍ଶନ ସେଠ, ସଂଜନ କୁଦେଇ, ଶୁଶାନ୍ତ ନାଗ, ଅଭିଷେକ ପ୍ରଧାନ, ରେବତି ରମଣ ବାଙ୍କ, ପୁରୁଷୋତ୍ତମ ବୁଡେକ, ଡୋଳାମଣି ବଗର୍ତ୍ତି, ଭୁବନେ ଭୋଇ, ଅକ୍ଷୟ ଦଣ୍ଡସେନା, କରୁଣାକରଣ ପ୍ରଧାନ, ସନ୍ଦିପ କୁମାର ତରିଆ, ବିଜୟ କୁମାର ରଣା, ଗୋପାଳ ପଧାନ, ଆଶିଷଦେବ ସା, ଅଶ୍ୱିନୀ ଭୁକ୍ତା, ରିଙ୍କୁ ବିଶି ଓ ପାଣ୍ଡବ ବିଶି ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande