ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ
ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା, ବଲାଙ୍ଗିର ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟ ସହଦେବ ଖମାରୀ ଯୋଗ ଦେଇଥି
*ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ*


ବଲାଙ୍ଗିର, ୮ ସେପ୍ଟେମ୍ବର (ହି.ସ.)- ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା, ବଲାଙ୍ଗିର ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟ ସହଦେବ ଖମାରୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟା କଲ୍ୟାଣୀ ସରାଫ ଯୋଗଦେଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯୋଜନାର ଇତିବୃତି ଓ ସ୍ମୃତି ଚାରଣ କରିଥିଲେ। ବଲାଙ୍ଗିର କଦମପଡା ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟ ଚିନ୍ତାମଣି ମହନ୍ତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ ସମ୍ପାଦକ ଯୋଗୀନ୍ଦ୍ର ଦାସ ମୁଖ୍ୟବକ୍ତା ଭାବେ ଯୋଗଦେଇ ଏକତ୍ରୀକରଣର ମହତ୍ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବ ଆଚାର୍ଯ୍ୟ ଆଶୁକବି ଡ. ହେମନ୍ତ କୁମାର ଦାଶ କାବ୍ୟିକ ଢଙ୍ଗରେ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏଥିରେ ଜିଲ୍ଲାର ଶତାଧିକ ପୁରାତନ ପ୍ରଧାନ ଆଚାର୍ଯ୍ୟ, ପ୍ରଧାନ ଆଚାର୍ଯ୍ୟା ତଥା ଆଚାର୍ଯ୍ୟ, ଆଚାର୍ଯ୍ୟା ଯୋଗଦେଇ ଭାବ ବିହ୍ବଳ ହୋଇ ନିଜ ନିଜ ଅନୁଭୂତି ବଖାଣିଥିଲେ।

ସଭା ପ୍ରାରମ୍ଭରେ ଦୟାନିଧି କରନଙ୍କ ଶୋକ ପ୍ରସ୍ତାବ କ୍ରମେ ଦିବଂଗତ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ଶୋକସଭା କରିଥିଲେ। ପୂର୍ବ ପ୍ରଧାନ ଆଚାର୍ଯ୍ୟ ଜବର ସିଂ ବନଛୋର, ଜଗନ୍ନାଥ ମିଶ୍ର, ଦିଲୀପ ପାଢୀ, ମନମୋହନ ପଟ୍ଟନାୟକ, ବିଶ୍ବଜିତ ଗୁରୁ , ଆଚାର୍ଯ୍ୟ ଭବାନୀ ଶଙ୍କର ପାଣିଗ୍ରାହୀ, ସୁଶାନ୍ତ ମହାନ୍ତି ପ୍ରମୁଖ ସମ୍ବର୍ଦ୍ଧିତ ପ୍ରତିଭୂ ମଞ୍ଚାସୀନ ଅତିଥି ତଥା ସର୍ବାଧିକ ସମୟ ସେବାଦାନ ଦେଇ ଅବସର ଗ୍ରହଣ କରିଥିବା କୈଳାସ ବହିଦାର ଓ ଜିଲ୍ଲାରୁ ପ୍ରଥମେ ଅବସର ନେଇଥିବା ଦିଲୀପ କୁଅଁରଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ଅଞ୍ଜନ କୁମାର ସାଏ, ଧୀରେନ୍ଦ୍ର ମାହାଣl ଓ ରବୀନ୍ଦ୍ର ସାହୁଙ୍କ ଦାୟିତ୍ୱ ସମ୍ପାଦନ ପ୍ରଶଂସନୀୟ ଥିଲା l କୌଣସି ଆଚାର୍ଯ୍ୟ, ଆଚର୍ଯ୍ୟ।ଙ୍କ ଗମ୍ଭୀର ସ୍ୱାସ୍ଥ୍ୟଗତ ଅବସ୍ଥା ସ୍ଥଳେ ପରିଷଦ ତରଫରୁ ସମ୍ପୃକ୍ତ ଭାଇ ଭଉଣୀଙ୍କୁ ସହାୟତା ରାଶି ପ୍ରଦାନ କରିବା ପାଇଁ ଉପସ୍ଥିତ ସମସ୍ତଙ୍କ ତରଫରୁ ଗୁରୁତ୍ୱପୂର୍ଣ ପ୍ରସ୍ତାବ ଆସିଥିଲା l ଶେଷରେ ସତ୍ୟ ନାରାୟଣ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande