
ଗଞ୍ଜାମ, ୮ ସେପ୍ଟେମ୍ବର (ହି.ସ.)- ଛେଳି ଚୋରିକରିଵାକୁ ଆସି ଖଇରବେଠି ଗ୍ରାମର ଜଣେ ଵ୍ଯକ୍ତିଙ୍କ ଗୁହାଳରୁ ଛେଳି ଚୋରି କରୁଥିବା ଵେଳେ ଗାଁ ଲୋକଙ୍କ ଦ୍ୱାରା ଧରାପଡ଼ି ଚାରି ଜଣ ବ୍ୟକ୍ତି ନିର୍ଧୂମ ମାଡ ଖାଇବା ପରେ ଅଭିଯୁକ୍ତ ମାନଙ୍କୁ ପୁଲିସରେ ଦେଇଥିଲେ। ଅଭିଯୁକ୍ତମାନେ ହେଲେ ଏସ କାହ୍ନା,(ଵ୍ରହ୍ମପୁର), କାହ୍ନୁ ଚରଣ ମହାରଣା(ନରସିଂହ ପୁର), ରାଜେନ୍ଦ୍ର ସାହୁ
(ଲୋଚାପଡା)ଓ ବିଭୂତି ଭୂଷଣ ମହାରଣା (ତହର)। ଏ ସମ୍ପର୍କରେ ହିଞ୍ଜିଳି ଥାନାରେ ୬୩୧/୨୬ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ନିବାସ ସେଠୀ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ