ବଙ୍ଗଳା ଅଭିନେତା ଉତମ କୁମାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଉନ୍ମୋଚନ ହେବ ୧୦୦ ଟଙ୍କାର ମୁଦ୍ରା
ନୂଆଦିଲ୍ଲୀ, ୦୮ ସେପ୍ଟେମ୍ବର(ହି.ସ.) – ବଙ୍ଗଳା ସିନେମାର କିମ୍ବଦନ୍ତୀ ଅଭିନେତା ମହାନାୟକ'' ଉତମ କୁମାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ର ସରକାର ୧୦୦ ଟଙ୍କାର ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଜାରି କରିବେ। ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ(ଡିଇଏ) ଏ ସଂକ୍ରାନ
ବଙ୍ଗଳା ଅଭିନେତା ଉତମ କୁମାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଉନ୍ମୋଚନ ହେବ ୧୦୦ ଟଙ୍କାର ମୁଦ୍ରା


ନୂଆଦିଲ୍ଲୀ, ୦୮ ସେପ୍ଟେମ୍ବର(ହି.ସ.) – ବଙ୍ଗଳା ସିନେମାର କିମ୍ବଦନ୍ତୀ ଅଭିନେତା ମହାନାୟକ' ଉତମ କୁମାରଙ୍କ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ର ସରକାର ୧୦୦ ଟଙ୍କାର ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଜାରି କରିବେ।

ଅର୍ଥ ମନ୍ତ୍ରଣାଳୟ ଅଧିନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ(ଡିଇଏ) ଏ ସଂକ୍ରାନ୍ତରେ ଏକ ସରକାରୀ ଗେଜେଟ୍ ବିଜ୍ଞପ୍ତି ଜାରି କରିଛି। ଡିଇଏ ବିଜ୍ଞପ୍ତି ଅନୁଯାୟୀ, ୧୦୦ ଟଙ୍କାର ସ୍ମାରକୀ ମୁଦ୍ରା ଶତପ୍ରତିଶତ ଶୁଦ୍ଧ ରୂପା ଦ୍ୱାରା ନିର୍ମିତ ହେବ ଏବଂ ଏହାର ବ୍ୟାସ ୪୪ ମିଲିମିଟର ହେବ।

ବଙ୍ଗଳା ସିନେମାର କିମ୍ବଦନ୍ତୀ ଅଭିନେତା ଉତମ କୁମାର ୧୯୨୬ ମସିହା ସେପ୍ଟେମ୍ବର ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅରୁଣ କୁମାର ଚଟ୍ଟୋପାଧ୍ୟାୟ ଥିଲା। ତାଙ୍କୁ ଭାରତୀୟ ଚଳଚ୍ଚିତ୍ରର ସବୁଠାରୁ ପ୍ରତିଷ୍ଠିତ ଅଭିନେତାଙ୍କ ମଧ୍ୟରେ ଗଣନା କରାଯାଏ। ଏହାସହିତ ତାଙ୍କୁ ବଙ୍ଗଳା ଚଳଚ୍ଚିତ୍ର ଜଗତରେ ମହାନାୟକ' ଭାବେ ସ୍ମରଣ କରାଯାଏ। କୁମାର ତାଙ୍କ ଚଳଚ୍ଚିତ୍ର କ୍ୟାରିଅରରେ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୮୦ ମସିହା ଜୁଲାଇ ୨୪ ତାରିଖରେ ୫୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande