
ଗଂଜାମ, 08 ସେପ୍ଟେମ୍ବର (ହି.ସ.) ହତ୍ୟା ଉଦ୍ୟମ ମାମଲାରେ ଦୁଇ ଜଣ ଗିରଫ, ବନ୍ଧୁକ ଓ ଅସ୍ତ୍ର ଜବତ ।ସଦର ଥାନା ନମ୍ବର ୧୪୧, ତାରିଖ ୧୭.୦୩.୨୦୨୬, ବିଏନଏସ ଧାରା ୧୨୬(୨)/୧୧୫(୨)/୧୧୮(୧)/୧୦୯/୬୧(୨)/୧୯୧(୩)/୧୧୧/୩(୫) ଓ ଆର୍ମସ ଆକ୍ଟ ୨୫/୨୭ମାମଲାରେ ଦୁଇ ଅଭିଯୁକ୍ତ ଗିରଫ ହୋଇଛନ୍ତି ।ଅଭିଯୁକ୍ତମାନେ ହେଲେ ରାମକୃଷ୍ଣ ନାହାକ ଓରଫ ବୁଲୁ, ବୟସ ୩୯, ପିତା ପ୍ରକାଶ ଚନ୍ଦ୍ର ନାହାକ, ଗ୍ରାମ ଦକ୍ଷିଣପୁର ଓ ପରେଶ ଲେଙ୍କା ଓରଫ ପାପୁ, ବୟସ ୨୫, ପିତା ସ୍ୱର୍ଗତ ଟୁକୁନା ଲେଙ୍କା, ଗ୍ରାମ ଚାଞ୍ଚଡାପଲ୍ଲୀ, ଦିଗପହଣ୍ଡି।
୧୭ ମାର୍ଚ୍ଚ ଦିନ ଦୁଇଟା ତିରିଶରେ ଦକ୍ଷିଣାପୁର ନିକଟ ଏସଏଚ ୧୭ ମୁଖ୍ୟ ରାସ୍ତାରେ ନୀଳମାଧବ ସାହୁ ଓରଫ ଭବାନୀ ଓ ତାର ବନ୍ଧୁ ଅମିର କୁଣ୍ଡାଙ୍କୁ ପୁରୁଣା ଶତ୍ରୁତା ଓ ଅଞ୍ଚଳ ବିବାଦରୁ ଅଭିଯୁକ୍ତମାନେ ଖଣ୍ଡା, ଚପରରେ ଆକ୍ରମଣ କରିଥିଲେ ଓ କାରରେ ଧକ୍କା ମାରିଥିଲେ। କାରଟି ଆଉ ଏକ ବାଇକକୁ ଧକ୍କା ଦେବାରୁ ଜଣେ ନିରୀହ ମହିଳାଏହିଘଟଣାରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ଦୁଇ ଜଣ ଆହତ ଗୁରୁତର ହୋଇ ଏମକେସିଜିରେ ଭର୍ତ୍ତି ହୋଇଥିଲେ। ଅଭିଯୁକ୍ତମାନେ ସ୍ଥାନୀୟ ଅଞ୍ଚଳରୁ ଏକ ବାଇକ ନେଇ ଫେରାର ହୋଇଯାଇଥିଲେ।
ତଦନ୍ତ ସମୟରେ ରାମକୃଷ୍ଣ ନାହାକ,ତାର ସହଯୋଗୀକୁ ଗତକାଲି ଗିରଫ କରାଯାଇଥିଲା। ତା ନିକଟରୁ ଗୋଟିଏ ପିସ୍ତଲ ଓ ଦୁଇଟି ଜୀବନ୍ତ ଗୁଳି ଜବତ ହୋଇଛି। ତାର ବୟାନ ଆଧାରରେ ଘଟଣାରେ ବ୍ୟବହୃତ ବାଲେନୋ କାର ନମ୍ବର ଓଡି ଶୂନ୍ୟ ଦୁଇ ସିକ୍ୟୁ ଦୁଇ ଚାରି ଏକ ପାଞ୍ଚ ଓ ଗୋଟିଏ ଖଣ୍ଡା ଜବତ ହୋଇଛି। ପୂର୍ବରୁ ରୟାଲ ଏନଫିଲ୍ଡ ବୁଲେଟ ଜବତ ହୋଇଥିଲା।
ପଚରାଉଚରାରୁ ଜଣାପଡ଼ିଛି ରାମକୃଷ୍ଣ ଜଣେ ଅଭ୍ୟାସଗତ ଅପରାଧୀ, ଦୁଇଟି ହତ୍ୟା ମାମଲା ସମେତ ଗୁରୁତର ଅପରାଧ ରହିଛି ଓ ସଂଗଠିତ ଅପରାଧ ଗୋଷ୍ଠୀ ଚଳାଉଛି। ଏହି ଆକ୍ରମଣ ପ୍ରତିଦ୍ୱନ୍ଦ୍ୱୀକୁ ହଟାଇବା ପାଇଁ ପୂର୍ବ ଯୋଜନା ଥିଲା। ଦୁହିଁଙ୍କୁ ଗିରଫ କରି କୋର୍ଟକୁ ପଠାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ