ସାହିତ୍ୟିକ, ଗବେଷକ ରତ୍ନାକର ମହାନ୍ତଙ୍କ ରଚିତ '‘ଜୁଆଙ୍ଗ ଜୀବନ ଚରିତ '' ପୁସ୍ତକ ଉନ୍ମୋଚିତ
କେନ୍ଦୁଝର, ୮ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ଗ୍ରାମପଞ୍ଚାୟତସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଶିକ୍ଷାନିକେତନ), ଗୋନାସିକା ପରିସରରେ କବି ସାହିତ୍ୟିକ ତଥା ଗବେଷକ ରତ୍ନାକର ମହାନ୍ତଙ୍କ ରଚିତ ‘ଜୁଆଙ୍ଗ ଜୀବନ ଚରିତ'' ପୁସ୍ତକର ଉନ୍ମୋଚନ ସମାରୋହ
Juanga


କେନ୍ଦୁଝର, ୮ ସେପ୍ଟେମ୍ବର (ହି.ସ.)- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଗୋନାସିକା ଗ୍ରାମପଞ୍ଚାୟତସ୍ଥିତ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଶିକ୍ଷାନିକେତନ), ଗୋନାସିକା ପରିସରରେ କବି ସାହିତ୍ୟିକ ତଥା ଗବେଷକ ରତ୍ନାକର ମହାନ୍ତଙ୍କ ରଚିତ ‘ଜୁଆଙ୍ଗ ଜୀବନ ଚରିତ' ପୁସ୍ତକର ଉନ୍ମୋଚନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ବିକାଶ ମଞ୍ଚ, ଜୁଙ୍ଗା ଗ୍ରାମପଞ୍ଚାୟତ, କେନ୍ଦୁଝର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସମାରୋହରେ ଅବସରପ୍ରାପ୍ତ ବାଣିଜ୍ୟକର ଅଧିକାରୀ ରୁଦ୍ରସେନ୍ ଜୀତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ସାହିତ୍ୟକ ତଥା ସଭାପତି ମିଳନୀ ସାହିତ୍ୟ ସଂସଦ ଦେବାଶିଷ ଚକ୍ରବର୍ତ୍ତୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ବଟକୃଷ୍ଣ ଦେହୁରୀ ଅବସର ପ୍ରାପ୍ତ ଅତିରିକ୍ତ ଶାସନ ସଚିବ ଷ୍ଟୀଲ ଓ ମାଇନସ ଓଡିଶା ସରକାର ସ୍ୱତନ୍ତ୍ର ସମ୍ମାନିତ ଅତିଥି ଓ ମୁଖ୍ୟବକ୍ତା ଭାବେ ଗାଳ୍ପିକ ଡ. ଅନିଲ କୁମାର ଦାସ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଧରଣୀଧର ସ୍ଵୟଂ ଶାସିତ ମହାବିଦ୍ୟାଳୟ ଯୋଗଦେଇଥିଲେ। ପୁସ୍ତକ ସମୀକ୍ଷକ ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଓଡ଼ିଆ ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝର ସୁଧାକର ଦାଶ, ଶିଶିର ଭୂଷଣ ରାୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାଇସୁଆଁ ହାଇସ୍କୁଲ, ଶ୍ରୀମତୀ ପ୍ରଦୀପ୍ତା କୁମାରୀ ବ୍ରହ୍ମ ଅଧ୍ୟକ୍ଷା ସରକାରୀ ବାଳିକା ଉଚ୍ଚ ମାଧ୍ୟମିକବିଦ୍ୟାଳୟ ଗୋନାସିକା, ଇନ୍ଦୁମତୀ ପାତ୍ର ଅବସର ପ୍ରାପ୍ତ ଘୋଷିକା ଆକାଶବାଣୀ, କେନ୍ଦୁଝର ତଥା ସମ୍ପାଦକ ଲେଖିକା ସଂସଦ, କେନ୍ଦୁଝର, ଡମ୍ବରୁଧର ମହାନ୍ତ ସମ୍ପାଦକ ସଞ୍ଜିବନୀ ସାହିତ୍ୟ ସଂସଦ ଓ ଖଣ୍ଡାଧାର ନିଉଜ୍ ର ପରିଚାଳନା ସମ୍ପାଦକ, ଜୁଆଙ୍ଗ ଜନଜାତି ବର୍ଗର ପ୍ରଥମ ଗ୍ରାଜୁଏଟ୍ ଶ୍ରୀକାନ୍ତ ଜୁଆଙ୍ଗ ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୀର୍ଥlନନ୍ଦ ସେଠୀ ପ୍ରମୁଖ ଉପସ୍ଥିତ ହୋଇ ବକ୍ତବ୍ୟ ଦେଇଥିଲେ। ଗବେଷକ ରତ୍ନାକର ମହାନ୍ତ ପୁସ୍ତକ ଲେଖକୀୟ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜୁଆଙ୍ଗ ଜନଜାତିର ଭାଷା ଓ ସଂସ୍କୃତିର ସୁରକ୍ଷା ସହ ଏହାର ପ୍ରସାର ଉପରେ ଆଲୋଚନା କରାଯାଇଥିଲା। ଜୁଆଙ୍ଗ ସମାଜର ପାରମ୍ପରିକ ଜୀବନଧାରା, ସଂସ୍କୃତି, ଐତିହ୍ୟ ଓ ସାମାଜିକ ଚିତ୍ରକୁ ଲିପିବଦ୍ଧ କରିବାରେ ‘ ଜୁଆଙ୍ଗ ଜୀବନ ଚରିତ ’ ପୁସ୍ତକ ଏକ ମହତ୍ୱପୂର୍ଣ୍ଣ ପ୍ରୟାସ ବୋଲି ମତ ପ୍ରକାଶ ପାଇଥିଲା। ଦିନକୁ ଦିନ ଲୁପ୍ତପ୍ରାୟ ହେଉଥିବା ଜୁଆଙ୍ଗ ଭାଷା, ଓ ସଂସ୍କୃତିକୁ ଆଗାମୀ ପିଢ଼ି ପାଖରେ ପହଞ୍ଚାଇବା ନେଇ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

ବକ୍ତାମାନେ କହିଥିଲେ, ଭାଷା ଓ ଲିପି ହେଉଛି ଗୋଟିଏ ସମାଜର ପରିଚୟର ମୁଖ୍ୟ ଆଧାର। ଏହାର ସୁରକ୍ଷା ନହେଲେ ଜନଜାତି ସମାଜର ଅନେକ ପାରମ୍ପରିକ ଜ୍ଞାନ, ରୀତିନୀତି ଓ ସାଂସ୍କୃତିକ ମୂଲ୍ୟବୋଧ ଧୀରେ ଧୀରେ ହଜିଯିବାର ଆଶଙ୍କା ରହିଛି। ତେଣୁ ଜୁଆଙ୍ଗ ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

ସଭା ପରିଚାଳନା ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ହୃଷିକେଶ ବାରିକ କରିଥିବାବେଳେ ପୂର୍ଣ୍ଣଚନ୍ଦ୍ର ବେହେରା ବିବରଣୀ ପାଠ କରିଥିଲେ l ଆଞ୍ଚଳିକ ବିକାଶ ମଞ୍ଚ, ଜୁଙ୍ଗା ଗ୍ରାମପଞ୍ଚାୟତର ସମ୍ପାଦକ ମନୋଜ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ପୁସ୍ତକ ଉନ୍ମୋଚନ ସମାରୋହରେ ଜୁଆଙ୍ଗ ସମାଜର ବରିଷ୍ଠ ନେତୃମଣ୍ଡଳୀ, ଛାତ୍ରଛାତ୍ରୀ, ସାମ୍ବାଦିକ ଓ ସଂସ୍କୃତି ଗବେଷକ, ସାହିତ୍ୟକ କବି ଉପସ୍ଥିତ ଥିଲେ। ଜୁଆଙ୍ଗ ସମାଜର ଭାଷା, ଐତିହ୍ୟ ଓ ସଂସ୍କୃତିକୁ ସଂରକ୍ଷଣ କରିବା ଦିଗରେ ଏହି ପୁସ୍ତକ ଉନ୍ମୋଚନ ଏକ ସାର୍ଥକ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଗଣେଶ୍ଵର ମହାନ୍ତ, ତ୍ରିଲୋଚନ ମହାନ୍ତ, ଲକ୍ଷ୍ମୀଧର ମହାନ୍ତ ହୃଦାନନ୍ଦ ମହାନ୍ତ ହାଡିବନ୍ଧୁ ମହାନ୍ତ ପ୍ରେମାନନ୍ଦ ମହାନ୍ତ ପୂର୍ଣ୍ଣ ଜୁଆଙ୍ଗ ପ୍ରମୁଖ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande